ମରୁଡ଼ି ସ୍ଥିତି ଉଦବେଗଜନକ: ରାଜ୍ୟରେ ବଢ଼ି ଚାଲିଛି ଚାଷୀ ଆତ୍ମହତ୍ୟା

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତି ଉଦବେଗଜନକ ହୋଇଛି । ରାଜ୍ୟ ସରକାର ୧୬ଟି ଜିଲ୍ଲାକୁ ମରୁଡି ଘୋଷଣା କରିଛନ୍ତି । ଏହା ବ୍ୟତୀତ ପ୍ରାୟ ସବୁ ଜିଲ୍ଲାରେ ଅଳ୍ପ ବହୁତ ମରୁଡି ପରିସ୍ଥିତି ଦେଖାଦେଇଛି । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଏପରି ସମସ୍ୟା ହୋଇଥିବା ବେଳେ ଚାଷୀକୁଳ ହତାଶ ହୋଇପଡିଛନ୍ତି । ଋଣ ଓ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସ୍ଥିତି ଏପରି ହୋଇଛି ଯେ, […]

jharsuguda

jharsuguda

Rakesh Mallick
  • Published: Tuesday, 20 October 2015
  • Updated: 22 October 2015, 10:23 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତି ଉଦବେଗଜନକ ହୋଇଛି । ରାଜ୍ୟ ସରକାର ୧୬ଟି ଜିଲ୍ଲାକୁ ମରୁଡି ଘୋଷଣା କରିଛନ୍ତି । ଏହା ବ୍ୟତୀତ ପ୍ରାୟ ସବୁ ଜିଲ୍ଲାରେ ଅଳ୍ପ ବହୁତ ମରୁଡି ପରିସ୍ଥିତି ଦେଖାଦେଇଛି । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଏପରି ସମସ୍ୟା ହୋଇଥିବା ବେଳେ ଚାଷୀକୁଳ ହତାଶ ହୋଇପଡିଛନ୍ତି । ଋଣ ଓ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସ୍ଥିତି ଏପରି ହୋଇଛି ଯେ, ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଚାଷୀ ଆତ୍ମହତ୍ୟା କରୁଥିବା ଅଭିଯୋଗ ଆସୁଛି । ଚଳିତ ଅକ୍ଟୋବର ମାସରେ ରାଜ୍ୟର କେନ୍ଦୁଝର, ସମ୍ବଲପୁର, ଖୋର୍ଦ୍ଧା, ବରଗଡ, ନୂଆପଡା, କଳାହାଣ୍ଡି, ଝାରସୁଗୁଡା ଓ ବଲାଙ୍ଗୀର ଜିଲ୍ଲାରେ ୧୦ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି ।

[caption id="attachment_40928" align="aligncenter" width="754"]anadapur-5 (ଆନନ୍ଦପୁରର କୋଳିମାଟି ଗାଁରେ ବିଷ ପିଇ ଆତ୍ମହତ୍ୟା କରିଥିବା ଚାଷୀ)[/caption]

୨୦ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର କୋଳିମାଟି ଗାଁର ଚାଷୀ ଭଜହରି ମଢେଇ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଭଜହରି ଫସଲ ଉଜୁଡି ଯିବାରୁ ବଡଭାଇଙ୍କ ଚିକିତ୍ସା ଓ ଚାଷ ଲାଗି କରିଥିବା ଧାରକରଜ ଶୁଝିବା ଚିନ୍ତାରେ ଥିଲେ । ଏପରି ସ୍ଥିତିରେ ମାନସିକ ଭାରସାମ୍ୟ ହରାଇ ସେ ବିଷ ପିଇ ଦେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଗତ ୯ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଘୁଚେପାଲି ଦନ୍ଦ୍ରାବାହାଲ ଗାଁର ଭକ୍ତ ଧରୁଆ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସେହିପରି ୧୯ ତାରିଖରେ ଜିଲ୍ଲାର ବୁଢ଼ୀପଦର ପଞ୍ଚାୟତର ଘୁଷୁରାମୁଡ଼ାର ବାସୁଦେବ ଭୋଇ ନାମକ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିଲା । ମୃତ ବାସୁଦେବ ଫସଲହାନି ଚିନ୍ତାରେ ୧୫ ତାରିଖରେ ବିଷ ପିଇ ଦେଇଥିଲେ। ବାସୁଦେବ ୭ ଏକର ଜମିରେ ଧାନ ଚାଷ କରିଥିଲେ । ଏଥିପାଇଁ ପ୍ରାୟ ୫୦ ହଜାର ଟଙ୍କା ଧାର କରଜ କରିଥିଲେ ।

[caption id="attachment_40929" align="aligncenter" width="783"]bolangiri-19 (ବଲାଙ୍ଗୀର ଜିଲ୍ଲା ବୁଢ଼ୀପଦର ପଞ୍ଚାୟତ ଘୁଷୁରାମୁଡ଼ାର ମୃତ ଚାଷୀ)[/caption]

ଗତ ୧୦ ତାରିଖରେ ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଝରଝରି ଗାଁର ସନାତନ ମିର୍ଦ୍ଧା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଫସଲ ନଷ୍ଟ ହୋଇଯିବା ଯୋଗୁଁ ସେ କିଛିଦିନ ହେଲା ଚିନ୍ତାରେ ଥିଲେ। ଏପରି ସ୍ଥିତିରେ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ ବ୍ରଜସୁନ୍ଦରପୁର ଗାଁରେ ଅଭିମନ୍ୟୁ ବଳିୟାର ସିଂହ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିମନ୍ୟୁ ବୋଲଗଡ ବ୍ଲକର ସଲତରା ମିନି ବ୍ୟାଙ୍କ ଓ ଧଳାପଥର ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଋଣ କରିଥିଲେ । ଫସଲ ଉଜୁଡି ଯିବାରୁ ସେ ଋଣ ଶୁଝିବା ଚିନ୍ତାରେ ଥିଲେ ।

[caption id="attachment_40930" align="aligncenter" width="747"]khordha (ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବ୍ରଜସୁନ୍ଦରପୁରରେ ଆତ୍ମହତ୍ୟା କରିଥିବା ଚାଷୀ)[/caption]

ବରଗଡ ଜିଲ୍ଲା ଭଟଲୀ ବ୍ଲକ୍ ଅନ୍ତର୍ଗତ ଟୁକୁଲା ଗାଁର ମଗଶୀର ମାଝୀ ନାମକ ଜଣେ ଚାଷୀ ଗତ ୧୩ ତାରିଖରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ୧୪ ତାରିଖରେ ନୂଆପଡା ଜିଲ୍ଲା ଟିଟିଲାଗଡ ଜାମପଡା ଗାଁରେ ପୀତ ନାଗ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମୃତ ପୀତ ପ୍ରାୟ ୬ ଏକର ଜମିରେ କପା ଓ ଧାନ ଚାଷ କରିଥିଲେ । ଏଥିପାଇଁ ସେ ପ୍ରାୟ ୧ ଲକ୍ଷ ଟଙ୍କା ଧାରକରଜ କରିଥିଲେ । ଅନିୟମିତ ବର୍ଷା ଯୋଗୁଁ ତାଙ୍କ ଫସଲ ଉଜୁଡି ଯାଇଥିଲା । ଫଳରେ ସେ କୀଟନାଶକ ପିଇ ଦେଇଥିଲେ । ନୂଆପଡା ଜିଲ୍ଲାର ବୋଡେନ୍ ଥାନା ଅନ୍ତର୍ଗତ ଖିରମାଲ ଗାଁର ଧରମୁଧର ଅଦା ୧୩ ତାରିଖରେ ବିଲରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । କପା ଫସଲ ନଷ୍ଟ ହୋଇଯିବା ଯୋଗୁଁ ମାନସିକ ଦୁଃଶ୍ଚିନ୍ତାରେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।

[caption id="attachment_40931" align="aligncenter" width="735"]nuapra-13 (ନୂଆପଡା ଜିଲ୍ଲା ଟିଟିଲାଗଡ ଜାମପଡା ଗାଁରେ ଆତ୍ମହତ୍ୟା କରିଥିବା ଚାଷୀ)[/caption]

୧୭ ତାରିଖରେ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ବଡ଼ବାହାଲ୍ ଗାଁ ଡୁଙ୍ଗୁରିପଡ଼ାର ଶଶି ଓରାମ୍ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମୃତ ଶଶି ନିଜର ୩ ଏକର ଜମିରେ ଧାନ ଫସଲ କରିଥିଲେ। ଏଥିପାଇଁ ସେ କୋଲାବିରା ସୋସାଇଟିରୁ ୪୦ ହଜାର ଟଙ୍କା ଋଣ କରିଥିଲେ । ମରୁଡି ଯୋଗୁଁ ଧାନ ଫସଲ ଉଜୁଡି ଯିବାରୁ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ । ସେହିପରି ୧୮ ତାରିଖରେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଧଅଁରପୁର ଗାଁରେ ବୀର ମାଝି ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତ ବୀର ୨ ଏକର ଜମିରେ ଧାନଚାଷ କରିବା ଲାଗି ହାତ ଉଧାରୀ କରିଥିଲେ। ହେଲେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ଫଳରେ ସେ ମାନସିକ ଭାରସାମ୍ୟ ହରାଇ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ମୃତ ବୀରଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଦୁଇ ପୁଅ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story