Advertisment

ବହି ଖାତା ନୁହେଁ, ହାଟ ଖୋଲି ଗଣିତ ଶିଖୁଛନ୍ତି ଛାତ୍ରଛାତ୍ରୀ

ଭଦ୍ରକ(ପାର୍ଥ ସାରଥୀ ନାୟକ): ବହି ଖାତା ଛାଡ଼ି ପିଲାଏ କରୁଛନ୍ତି ବ୍ୟବସାୟ। ଫଳ, ଫୁଲ, ପନିପରିବା, ମିଠାଠାରୁ ଆରମ୍ଭ କରି ଶାଢ଼ି ଓ ହେଲମେଟ୍ ପର୍ଯ୍ୟନ୍ତ ସବୁକିଛି ବିକ୍ରି କରୁଛନ୍ତି ଛାତ୍ରଛାତ୍ରୀ। ପିଲାମାନଙ୍କ ଗଣିତ ଜ୍ଞାନ ବଢ଼ାଇବାକୁ ଅଭିନବ ଶୈଳୀରେ ଏପରି ଏକ ହାଟର ଆୟୋଜନ କରାଯାଇଛି। କିଣା ବିକା ଦ୍ୱାରା ଛାତ୍ରଛାତ୍ରୀମାନେ ଭଲ ଭାବେ ଅଙ୍କ ବୁଝି ପାରିବା ସହ ଗଣିତ ପ୍ରତି ସେମାନଙ୍କ ରୁଚି ବଢ଼ାଇବା ହେଉଛି ଏପରି ଆୟୋଜନର ଅସଲ ଉଦ୍ଦେଶ୍ୟ। ଭଦ୍ରକ […]

ଅଦ୍ୟତନ ହୋଇଛି
ବହି ଖାତା ନୁହେଁ, ହାଟ ଖୋଲି ଗଣିତ ଶିଖୁଛନ୍ତି ଛାତ୍ରଛାତ୍ରୀ

bhadrak_ mathematics market

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ବହି ଖାତା ଛାଡ଼ି ପିଲାଏ କରୁଛନ୍ତି ବ୍ୟବସାୟ। ଫଳ, ଫୁଲ, ପନିପରିବା, ମିଠାଠାରୁ ଆରମ୍ଭ କରି ଶାଢ଼ି ଓ ହେଲମେଟ୍ ପର୍ଯ୍ୟନ୍ତ ସବୁକିଛି ବିକ୍ରି କରୁଛନ୍ତି ଛାତ୍ରଛାତ୍ରୀ। ପିଲାମାନଙ୍କ ଗଣିତ ଜ୍ଞାନ ବଢ଼ାଇବାକୁ ଅଭିନବ ଶୈଳୀରେ ଏପରି ଏକ ହାଟର ଆୟୋଜନ କରାଯାଇଛି। କିଣା ବିକା ଦ୍ୱାରା ଛାତ୍ରଛାତ୍ରୀମାନେ ଭଲ ଭାବେ ଅଙ୍କ ବୁଝି ପାରିବା ସହ ଗଣିତ ପ୍ରତି ସେମାନଙ୍କ ରୁଚି ବଢ଼ାଇବା ହେଉଛି ଏପରି ଆୟୋଜନର ଅସଲ ଉଦ୍ଦେଶ୍ୟ।

Advertisment

ଭଦ୍ରକ ଜିଲ୍ଲା ତୋଡ଼ଙ୍ଗା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜନ କରାଯାଇଛି ଏପରି ଅଭିନବ ଗଣିତ ମେଳା। ଏହି ଅବସରରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସମେତ ଖେଳନା, ହେଲମେଟ୍ ଆଦି ବିଭିନ୍ନ ସାମଗ୍ରୀ ବିକ୍ରି କରିବାକୁ ଛାତ୍ରଛାତ୍ରୀ ହାଟ ଖୋଲିଛନ୍ତି। ଆଉ ସେମାନଙ୍କ ଗ୍ରାହକ ସାଜିଛନ୍ତି ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଲୋକେ। ଗ୍ରାହକଙ୍କ ଚାହିଦା ମୁତାବକ ପିଲାମାନେ ଠିକ୍ ଦରରେ, ଠିକ୍ ମାପ ଅନୁସାରେ ସାମଗ୍ରୀ ବିକ୍ରି କରୁଛନ୍ତି ଓ ବଳକା ଟଙ୍କା ଫେରାଉଛନ୍ତି। ଗ୍ରାହକମାନେ ବି ମୂଲଚାଲ କରି ସେମାନଙ୍କଠାରୁ ସାମଗ୍ରୀ କିଣି ନେଉଛନ୍ତି।

Mathematics Market_Bhadrak

ବିଭିନ୍ନ ପ୍ରକାର ସୁସ୍ୱାଦୁ ମିଠା, ଚଟପଟି ଖାଦ୍ୟ, ପଇଡ଼ ତଥା ବିଭିନ୍ନ ପ୍ରକାର ପାଚିଲା ଫଳ, ଅଣ୍ଡା, ଭଳିକି ଭଳି ଶାଗ ତଥା ଅନ୍ୟାନ୍ୟ ପନିପରିବା, ଫୁଲ ତଥା ଫୁଲମାଳ, କ୍ଷୀର, ରଙ୍ଗ ବେରଙ୍ଗର ଶାଢ଼ି, ପୂଜା ସାମଗ୍ରୀ ଭଳି ସାଧାରଣ ହାଟରେ ମିଳୁଥିବା ପ୍ରାୟ ସବୁପ୍ରକାର ସାମଗ୍ରୀକୁ ନେଇ ପିଲାମାନେ ଏଠାରେ ବ୍ୟବସାୟ କରୁଛନ୍ତି। ଏହାସହ କମ୍ପ୍ୟୁଟର ମାଧ୍ୟମରେ ଗ୍ରାହକଙ୍କୁ ପିଲାମାନେ ଡିଜିଟାଲ ଇଣ୍ଡିଆ ସମ୍ପର୍କରେ ମଧ୍ୟ ସୂଚନା ଦେଉଛନ୍ତି। ଏଭଳି ଅଭିନବ ପ୍ରୟାସ ଦ୍ୱାରା ଛାତ୍ରଛାତ୍ରୀମାନେ ମିଟର, ସେଣ୍ଟିମିଟର, ଗ୍ରାମ, କିଲୋଗ୍ରାମ, ଲିଟର, ମିଲିଲିଟର ଭଳି ବିଭିନ୍ନ ଓଜନର ମାପ ତଥା ଗଣନା ସହଜରେ ବୁଝିପାରୁଛନ୍ତି। ଅଭିଭାବକମାନେ ମଧ୍ୟ ପିଲାଙ୍କ ଉନ୍ନତି କ୍ଷେତ୍ରରେ ସରକାର ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe