Advertisment

ରାଜନନ୍ଦିନୀଙ୍କୁ ପ୍ରଶଂସା: କହିଲେ- ପ୍ରଥମ ଥର ଏହି କାମ କରିଛି

ବାରିପଦା (ମାଣିକ ଲାଲ୍ ପାଣି): ରାସ୍ତାରେ ପଡ଼ିଥିବା ଜଣେ ମାନସିକ ରୋଗୀଙ୍କୁ ଚିକିତ୍ସା କରି ପ୍ରଶଂସା ସାଉଁଟିଛନ୍ତି ଜଣେ ଡାକ୍ତରୀ ଛାତ୍ରୀ।  ତାଙ୍କ ନାଁ ଏସ୍.‌ ପି ରାଜନନ୍ଦିନୀ ଦାଶ। ସେ ଚତୁର୍ଥ ବର୍ଷର ଡାକ୍ତରୀ ଛାତ୍ରୀ। ସେ ଭିଲାଇ ସ୍ଥିତ ‘ରୁମଟା କଲେଜ ଅଫ୍ ଡେଣ୍ଟାଲ ସାଇନ୍ସ ଏଣ୍ଡ ରିଚ୍ଚର୍ସ’ରେ ପଢ଼ୁଛନ୍ତି।  ହେଲେ କରୋନା ଯୋଗୁ କଲେଜ ଛୁଟି ଥିବାରୁ  ସେ ଘରେ ନବସି  ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଆଉ ତାଙ୍କର ଏହି କାମରେ […]

ଅଦ୍ୟତନ ହୋଇଛି
ରାଜନନ୍ଦିନୀଙ୍କୁ ପ୍ରଶଂସା: କହିଲେ- ପ୍ରଥମ ଥର ଏହି କାମ କରିଛି

baripada

Advertisment

ବାରିପଦା (ମାଣିକ ଲାଲ୍ ପାଣି): ରାସ୍ତାରେ ପଡ଼ିଥିବା ଜଣେ ମାନସିକ ରୋଗୀଙ୍କୁ ଚିକିତ୍ସା କରି ପ୍ରଶଂସା ସାଉଁଟିଛନ୍ତି ଜଣେ ଡାକ୍ତରୀ ଛାତ୍ରୀ।  ତାଙ୍କ ନାଁ ଏସ୍.‌ ପି ରାଜନନ୍ଦିନୀ ଦାଶ। ସେ ଚତୁର୍ଥ ବର୍ଷର ଡାକ୍ତରୀ ଛାତ୍ରୀ। ସେ ଭିଲାଇ ସ୍ଥିତ ‘ରୁମଟା କଲେଜ ଅଫ୍ ଡେଣ୍ଟାଲ ସାଇନ୍ସ ଏଣ୍ଡ ରିଚ୍ଚର୍ସ’ରେ ପଢ଼ୁଛନ୍ତି।  ହେଲେ କରୋନା ଯୋଗୁ କଲେଜ ଛୁଟି ଥିବାରୁ  ସେ ଘରେ ନବସି  ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଆଉ ତାଙ୍କର ଏହି କାମରେ ତାଙ୍କ ବାପା ଏବଂ ଏକ ଯୁବ ସଂଗଠନର ଯୁବକମାନେ ସହଯୋଗ କରୁଛନ୍ତି।

Advertisment

ବାରିପଦାରେ ଏକ ରାସ୍ତାକଡ଼ରେ ଥିବା ଏକ ଦୋକାନ ନିକଟରେ କିଛି ଦିନ ହେବ ଜଣେ ମାନସିକ ବିକୃତ ଯୁବକ ରହି ଆସୁଥିଲେ। ହେଲେ ତାଙ୍କ ଉପରେ କାହାରି ନଜର ପଡ଼ି ନଥିଲା। କେହି ତାଙ୍କୁ ସାହାଯ୍ୟର ହାତ ମଧ୍ୟ ବଢ଼ାଇ ନଥିଲେ। ଗତକାଲି ସମାଜସେବୀ ତଥା ରାଜନନ୍ଦିନୀଙ୍କ ବାପା ପରିତୋଷ ଦାଶଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଯୁବକ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କ ଗୋଡରେ ହୋଇଥିବା ଘା’ରେ ପୋକ ସାଲୁବାଲୁ ହେଉଥିବା ପରିତୋଷ ଦେଖିଥିଲେ। ଏହାପରେ ସେ ତାଙ୍କ ଡାକ୍ତରୀ ଝିଅ ରାଜନନ୍ଦିନୀଙ୍କୁ ଡକାଇ ଥିଲେ। ଖବର ପାଇ ରାଜନନ୍ଦିନୀ ସଙ୍ଗେ ସଙ୍ଗେ ଆସି ଘା’ରୁ ପୋକ ଗୁଡିକୁ ସଫା କରିଥିଲେ। ଏଥିପାଇଁ ତାଙ୍କୁ ଏକ ଘଣ୍ଟା ସମୟ ଲାଗିଥିଲା। ପରିତୋଷ ମଧ୍ୟ ଯୁବକଙ୍କ ଚୁଟି, ଦାଢ଼ି କାଟି ତାକୁ ନୂଆ ବସ୍ତ୍ର ପିନ୍ଧାଇ ଥିଲେ। ଏଥିସହ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଡାକି ବାରିପଦା ଡାକ୍ତରଖାନା ପଠାଇଥିଲେ।

ଏସ୍.ପି. ରାଜନନ୍ଦିନୀ ଦାଶ କହିଛନ୍ତି, “ଲୋକଙ୍କୁ ସେବା କରିବା ନେଇ ବାପାଙ୍କ ଠାରୁ ମୁଁ ପ୍ରେରଣା ପାଇଛି। ଏଥିସହ ଶ୍ରୀ ଜଗନ୍ନାଥ ଗ୍ରୁପ୍‌କୁ ମୁଁ ଧନ୍ୟବାଦ ଦେବି। ସେମାନେ ମୋତେ ତାଙ୍କ ସହିତ କାମ କରିବାକୁ ସୁଯୋଗ ଦେଲେ। ଏହି ଯୁବକଙ୍କ ଗୋଡ଼ରେ ହୋଇଥିବା ଘା’ରେ ପୋକ ହୋଇଯାଇଥିଲା। ବହୁତ କ୍ରିଟିକାଲ୍ କେସ୍‌ ଥିଲା। ଘା’ରୁ ପୋକ ବାହାରି ଯାଇଛନ୍ତି। ଆମେ ତାଙ୍କୁ ଡାକ୍ତରଖାନା ପଠାଇ ଦେଉଛୁ।  ପ୍ରଥମ ଥର ଏହି କାମ କରିଛି। ମୁଁ ଛୋଟ ବେଳରୁ ଶିଖିଛି ‘ସେବା ହିଁ ଆମ ଧର୍ମ’। ଏହି ସ୍ଲୋଗାନ୍‌କୁ ମୋ ଜୀବନରେ ଆଗେଇ ନେବି। ଆଉ ସମସ୍ତଙ୍କୁ ଏପରି ସାହାଯ୍ୟ କରି ଚାଲିବି।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe