Advertisment

୨୨ ବର୍ଷରେ IAS, ଖଣି ମାଫିଆଙ୍କ ଦାନ୍ତ ଭାଙ୍ଗି ଦେଲେ

ନୂଆଦିଲ୍ଲୀ: ଆଇଏଏସ ହେବାକୁ ଅନେକଙ୍କ ଇଚ୍ଛା ଥାଏ। ଏଥିପାଇଁ ୟୁପିଏସ୍‌ସି ପାସ୍‌ କରିବାକୁ ପଡ଼ିଥାଏ। କଠିନ ପରିଶ୍ରମ ଓ ସାଧନା ହିଁ ଏହି ସ୍ୱପ୍ନକୁ ସାକାର କରିଥାଏ।  ଖୁବ୍‌ କମ୍ ଆଶାୟୀଙ୍କୁ ସଫଳତା ମିଳିଥାଏ। ସିଭିଲ ସର୍ଭିସରେ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୦.୨ ପ୍ରତିଶତ ସିଲେକ୍ଟ ହୋଇଥାନ୍ତି।  ଆଜି ଆମେ ଏମିତି ଜଣେ ଅଫିସରଙ୍କ ବିଷୟରେ କହିବୁ ଯିଏ କମ୍‌ ବୟସରେ ହିଁ ୟୁପିଏସସି ବାଜିମାରି ନେଇଥିଲେ। ତାହା ପୁଣି ପ୍ରଥମ ପଦକ୍ଷେପରେ ।  ମାତ୍ର ୨୨ […]

୨୨ ବର୍ଷରେ IAS, ଖଣି ମାଫିଆଙ୍କ ଦାନ୍ତ ଭାଙ୍ଗି ଦେଲେ

789

Advertisment

ନୂଆଦିଲ୍ଲୀ: ଆଇଏଏସ ହେବାକୁ ଅନେକଙ୍କ ଇଚ୍ଛା ଥାଏ। ଏଥିପାଇଁ ୟୁପିଏସ୍‌ସି ପାସ୍‌ କରିବାକୁ ପଡ଼ିଥାଏ। କଠିନ ପରିଶ୍ରମ ଓ ସାଧନା ହିଁ ଏହି ସ୍ୱପ୍ନକୁ ସାକାର କରିଥାଏ।  ଖୁବ୍‌ କମ୍ ଆଶାୟୀଙ୍କୁ ସଫଳତା ମିଳିଥାଏ। ସିଭିଲ ସର୍ଭିସରେ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୦.୨ ପ୍ରତିଶତ ସିଲେକ୍ଟ ହୋଇଥାନ୍ତି।  ଆଜି ଆମେ ଏମିତି ଜଣେ ଅଫିସରଙ୍କ ବିଷୟରେ କହିବୁ ଯିଏ କମ୍‌ ବୟସରେ ହିଁ ୟୁପିଏସସି ବାଜିମାରି ନେଇଥିଲେ। ତାହା ପୁଣି ପ୍ରଥମ ପଦକ୍ଷେପରେ ।  ମାତ୍ର ୨୨ ବର୍ଷରେ ୟୁପିଏସ୍‌ସି ବଜାଇ ବିରଳ ରେକର୍ଡ଼ ହାସଲ କରିଥିବା ସେଇ ଆଇଏଏସ ଅଫିସର ଜଣଙ୍କ ହେଉଛନ୍ତି ସ୍ୱାତୀ ମିନା।

Advertisment

ଯିଏ ଏବେ ଖଣି ମାଫିଆଙ୍କ ନିଦ ହଜାଇ ଦେଇଛନ୍ତି। ନିଜ ବ୍ୟାଚର କନିଷ୍ଠ ଆଇଏଏସ୍ ଅଧିକାରୀ ସ୍ୱାତୀଙ୍କ ଘର ରାଜସ୍ଥାନରେ। ସେ ଆଜମେରରେ ଶିକ୍ଷା ଲାଭ କରିଛନ୍ତି। ସ୍ୱାତୀ ଡାକ୍ତର ହେବା ପାଇଁ ତାଙ୍କ ମା’ ସ୍ୱପ୍ନ ଦେଖିଥିଲେ । କିନ୍ତୁ ବାପାଙ୍କର ଇଚ୍ଛା ଥିଲା ଝିଅ ଆଇଏଏସ ହେଉ । ନିକଟରେ ‘ବନସଲ୍‌ ନ୍ୟୁଜ୍‌’କୁ ସାକ୍ଷାତକାର ଦେଇ ଏକଥା କହିଛନ୍ତି  ସ୍ୱାତୀ। ତାଙ୍କ ମା’ ଏକ ପେଟ୍ରୋଲ ପମ୍ପ ଚଳାଉଥିବାବେଳେ ବାପା ସ୍ୱାତୀଙ୍କୁ  ଅଧ୍ୟୟନରେ ସାହାଯ୍ୟ କରୁଥିଲେ। ଯେବେ ସ୍ୱାତୀ ନିଜେ ୨୨ ବର୍ଷ ରେ ଆଇଏଏସ୍‌ ପାଇଲେ ତାଙ୍କ ବାପାଙ୍କ ପରିଶ୍ରମ ସାର୍ଥକ ହୋଇଥିଲା ବୋଲି କହିଛନ୍ତି । ୨୦୦୭ ବ୍ୟାଚ୍‌ର ସ୍ୱାତୀ ଅଲ୍ ଇଣ୍ଡିଆ ରାଙ୍କ ୨୬୦ ପାଇଥିଲେ। ସେ ମଧ୍ୟପ୍ରଦେଶ କ୍ୟାଡରରେ ଏଣ୍ଟ୍ରି କରିଥିଲେ । ଖାଲି ଜଣେ ଆଇଏଏସ୍ ଅଧିକାରୀ ନୁହେଁ  ସ୍ୱାତୀ ତାଙ୍କ ଦାୟିତ୍ୱ ନିର୍ଭିକତାର ସହ ସମ୍ପାଦନ କରନ୍ତି ।  ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ ମଧ୍ୟପ୍ରଦେଶର ମଣ୍ଡଳରେ ଅବସ୍ଥାପିତ ହେବା ପରେ ଖଣି ମାଫିଆଙ୍କ ବିରୋଧରେ ଆକ୍ସନ ଆରମ୍ଭ କରିଦେଇଥିଲେ। ଲଗାତାର କାର୍ଯ୍ୟାନୁଷ୍ଠାନ ଯୋଗୁ ଖଣିମାଫିଆଙ୍କ ନିଦ ହଜି ଯାଇଥିଲା।

ସେହିପରି ଖଣ୍ଡୱାଠାରେ ଥିବା ବେଳେ ତାଙ୍କ ପାଇଁ ବହୁ ଚ୍ୟାଲେଞ୍ଜ ଥିଲା। ଯେତେବେଳେ ନିହତ ସିମି ଆତଙ୍କବାଦୀଙ୍କ ମୃତଦେହ ତାଙ୍କ ଇଲାକାରେ ପହଞ୍ଚିଲା ସ୍ୱାତୀଙ୍କ ପାଇଁ ବହୁ ସମସ୍ୟା ହୋଇଥିଲା। ଦୁର୍ବୃତ୍ତମାନେ ଅସ୍ଥିରତା ସୃଷ୍ଟି ପାଇଁ ପ୍ରୟାସ କରିଥିଲେ। ତଥାପି ସ୍ୱାତୀ ଖୁବ୍‌ ଦକ୍ଷତାର ସହ ସମସ୍ୟାକୁ ମୁକାବିଲା କରିବାରେ ସଫଳ ହୋଇଥିଲେ ବୋଲି କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe