k11
କେନ୍ଦୁଝର(ପ୍ରଣୟ କୁମାର ପାଣି): କୁହାଯାଏ, ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ। ଚେଷ୍ଟା, ପରିଶ୍ରମ ଏବଂ ପ୍ରଶିକ୍ଷଣ ଦ୍ୱାରା ସବୁ ସମ୍ଭବ ହୋଇପାରିବ। ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ବିସ୍ମୟ ବାଳିକା ପ୍ରଜ୍ଞା ପରମିତା। ପ୍ରଜ୍ଞା ଆଖିରେ ପଟି ବାନ୍ଧି ଲେଖା ପଢ଼ା କରିବା ସହ ସୁନ୍ଦର ଚିତ୍ର ମଧ୍ୟ ଆଙ୍କି ପାରନ୍ତି। ଆପଣଙ୍କୁ ଏହି ବିଷୟ ଆଶ୍ଚର୍ଯ୍ୟ ଲାଗୁଛି ନା? ତାହାଲେ ଜାଣନ୍ତୁ ପ୍ରଜ୍ଞାଙ୍କ ବିଷୟରେ ଅଧିକ କିଛି।
ପ୍ରଜ୍ଞାଙ୍କ ଘର କେନ୍ଦୁଝର ଜିଲ୍ଲାରେ। ଅଷ୍ଟମ ଶ୍ରେଣୀର ଏହି ଛାତ୍ରୀଙ୍କ ପାଖରେ ରହିଛି ଅଲୌକିକ କଳା। ଆଖିରେ ପଟିବାନ୍ଧି ପାଠ ପଢ଼ାଠାରୁ ଆରମ୍ଭ କରି ସାଇକେଲ ଚଲାଇବା ପର୍ଯ୍ୟନ୍ତ ପ୍ରଜ୍ଞା ସବୁ କାମ କରିପାରନ୍ତି।
/odisha-reporter/media/post_attachments/wp-content/uploads/2019/07/k31-1.jpg)
ଏହାକୁ ସେ କ୍ୟାମେରା ସମ୍ମୁଖରେ ବି ପ୍ରମାଣିତ କରିଛନ୍ତି। ଯେ କୌଣସି ବହିର ଯେକୌଣସି ପୃଷ୍ଠାକୁ ସେ ନିର୍ଭୂଲ ଭାବେ ପଢ଼ି ପାରୁଛନ୍ତି। ଆଖିରେ ପଟି ବାନ୍ଧି ସେ ସୁନ୍ଦର ଚିତ୍ର ମଧ୍ୟ ଅଙ୍କନ କରିବାରେ ସମର୍ଥ। ଆଖିରେ ପଟି ବାନ୍ଧି ସାଇକେଲ୍ ମଧ୍ୟ ଚଳାଇ ପାରନ୍ତି। ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ପରେ ସେ ଏଭଳି ଅସମ୍ଭବ କାର୍ଯ୍ୟ ସମ୍ଭବ କରିପାରୁଥିବା କହିଛନ୍ତି।
/odisha-reporter/media/post_attachments/wp-content/uploads/2019/07/k21-1.jpg)
କେନ୍ଦୁଝର ସେଣ୍ଟ ଜାଭିୟର ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରଜ୍ଞା। ଏହା ମଧ୍ୟରେ ସେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ସମସ୍ତ ପାଠ ସମ୍ପୂର୍ଣ୍ଣ କରିସାରିଛନ୍ତି। ତାଙ୍କର ଏପରି ଅଲୌକିକ କଳା ଥିବା ଜାଣିବା ପରେ ଏଥିଲାଗି ପରିବାର ଲୋକେ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ଯାହାଦ୍ୱାରା ପ୍ରଜ୍ଞା ଅନେକ ପ୍ରକାର ଅସମ୍ଭବ କାର୍ଯ୍ୟ ପ୍ରଜ୍ଞା ସମ୍ଭବ କରିପାରୁଛନ୍ତି ବୋଲି ତାଙ୍କ ସ୍କୁଲ ଶିକ୍ଷକ କହିଛନ୍ତି। ପ୍ରଜ୍ଞାଙ୍କୁ ଜଣେ ବିସ୍ମୟ ବାଳିକା କହିବା ସହ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ସହପାଠୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/k11-2.jpg)