Advertisment

କଚ୍ଛପ ଗତିରେ ଚାଲିଛି ମେଗା ଅଡିଟୋରିୟମ୍ ନିର୍ମାଣ କାର୍ଯ୍ୟ

ଭୁବନେଶ୍ବର (ଲକ୍ଷ୍ମୀନାରାୟଣ କାନୁନଗୋ): ୧୭ ବର୍ଷ ପରେ ବି ସରିଲାନି ୨୦୦୦ ଆସନ ବିଶିଷ୍ଟ ଅଡିଟୋରିୟମ୍। କଚ୍ଛପ ଗତିରେ ଚାଲିଛି ସରକାରୀ ମେଗା ଅଡିଟୋରିୟମ୍‌ର କାର୍ଯ୍ୟ, ଯାହା କେନ୍ଦ୍ର-ରାଜ୍ୟର ଅଧା-ଅଧା ଅର୍ଥରେ ହେଉଛି। ଜମି ବିବାଦରେ କୋର୍ଟ ରାୟ ଆସିବାକୁ ଲାଗିଗଲା ୧୨ ବର୍ଷ। ତା’ପରେ ୨ ବର୍ଷରେ ସରିବା ସ୍ଥାନରେ ୫ ବର୍ଷ ପରେ ବି ଚାଲିଛି କାମ। ଭୁବନେଶ୍ବର ସୈନିକ ସ୍କୁଲ ପାଖରେ ତିଆରି ଚାଲିଛି ୨୦୦୦ ଆସନ ବିଶିଷ୍ଟ ଅଡିଟୋରିୟମ ବା ସଭାଗୃହ- ‘କଳାମଣ୍ଡଳ’। […]

author-image
Jitendra Garnayak
କଚ୍ଛପ ଗତିରେ ଚାଲିଛି ମେଗା ଅଡିଟୋରିୟମ୍ ନିର୍ମାଣ କାର୍ଯ୍ୟ

idco

ଭୁବନେଶ୍ବର (ଲକ୍ଷ୍ମୀନାରାୟଣ କାନୁନଗୋ): ୧୭ ବର୍ଷ ପରେ ବି ସରିଲାନି ୨୦୦୦ ଆସନ ବିଶିଷ୍ଟ ଅଡିଟୋରିୟମ୍। କଚ୍ଛପ ଗତିରେ ଚାଲିଛି ସରକାରୀ ମେଗା ଅଡିଟୋରିୟମ୍‌ର କାର୍ଯ୍ୟ, ଯାହା କେନ୍ଦ୍ର-ରାଜ୍ୟର ଅଧା-ଅଧା ଅର୍ଥରେ ହେଉଛି। ଜମି ବିବାଦରେ କୋର୍ଟ ରାୟ ଆସିବାକୁ ଲାଗିଗଲା ୧୨ ବର୍ଷ। ତା'ପରେ ୨ ବର୍ଷରେ ସରିବା ସ୍ଥାନରେ ୫ ବର୍ଷ ପରେ ବି ଚାଲିଛି କାମ।

Advertisment

ଭୁବନେଶ୍ବର ସୈନିକ ସ୍କୁଲ ପାଖରେ ତିଆରି ଚାଲିଛି ୨୦୦୦ ଆସନ ବିଶିଷ୍ଟ ଅଡିଟୋରିୟମ ବା ସଭାଗୃହ- 'କଳାମଣ୍ଡଳ’। ରାଜଧାନୀ ଭୁବନେଶ୍ବରରେ ବଡ଼ ସରକାରୀ ସଭାଗୃହ ବା ଅଡିଟୋରିୟମ୍ ନଥିବାରୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୨୦୦୫ ମସିହାରେ କଳାମଣ୍ଡଳ ପ୍ରକଳ୍ପକୁ ମଂଜୁର କରିଥିଲା ସଂସ୍କୃତି ବିଭାଗ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଅଧା-ଅଧା ଅର୍ଥରେ ପ୍ରାୟ ୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିଲା ଏହି ଅଡିଟୋରିମ୍। ସଭାଗୃହରେ ୨୦୦୦ ଦର୍ଶକ ବସିବା ସହ ଅତିଥି ଗୃହ ଇତ୍ୟାଦ କରିବାର ଯୋଜନା ରହିଥିଲା।

ସେ ଯାହାବି ହେଉ କୋର୍ଟରୁ ରାୟ ଆସିବା ପାଇଁ ୧୨ ବର୍ଷ ଲାଗିଯିବା ପରେ ମାତ୍ର ୬.୬ ଏକର ଜମିରେ କଳାମଣ୍ଡଳ ନିର୍ମିତ ହୋଇପାରିବ ବୋଲି ସଂସ୍କୃତି ବିଭାଗ ନିଷ୍ପତ୍ତି ନେଲା। ଇଡକୋ ପୁଣି ଥରେ ୬ ବର୍ଷ ତଳେ କାମ ପାଇଁ ପ୍ରକ୍ରିୟା ଆରମ୍ଭ କଲା। କାମ ପାଇଲା କେଲକାତାର ଡି. କେ. ଇଂଜିନିୟରିଂ ଆଣ୍ଡ୍ କନଷ୍ଟ୍ରକ୍ସନ୍। ଗତ ୫ ବର୍ଷ ତଳେ କାମ ଆରମ୍ଭ ହେଲା। ଦୁଇ ବର୍ଷରେ କାମ ସରିବାର ଥିଲେ ବି ୫ ବର୍ଷ ପରେ ବି କାମ ଅସମ୍ପୂର୍ଣ୍ଣ ରହିଛି।

Advertisment

୨୦୦୫ରେ ପ୍ରକଳ୍ପକୁ ଅନୁମୋଦନ ଦେଇଥିବା ପୂର୍ବତନ ସଂସ୍କୃତି ମନ୍ତ୍ରୀ ଡ. ଦାମୋଦର ରାଉତ କହିଛନ୍ତି, କଳାମଣ୍ଡଳ ପ୍ରକଳ୍ପ କେନ୍ଦ୍ର ଓ ରାଜ୍ୟ ଅର୍ଥରେ ହୋଇଥିଲା। ଏଥିପାଇଁ ମୋ ସମୟରେ ସରକାରୀ ଜମିରେ ପାଚେରି ବୁଲିଥିଲା। ହେଲେ ଜମି ମାମଲା କୋର୍ଟକୁ ଯାଇଥିଲା। ପରେ ୫ ବର୍ଷ ତଳେ କାମ ଆରମ୍ଭ ହୋଇଥିଲେ ବି ଏହା ସରିନାହିଁ। ଭୁବନେଶ୍ବରର କଳା ଓ ସଂସ୍କୃତି ପାଇଁ ଏଭଳି ଏକ ବଡ଼ ଅଡିଟୋରିୟମ ଖୁବ୍ ଶୀଘ୍ର ନିର୍ମାଣ ସରିବା ଉଚିତ।

ସଂସ୍କୃତି ଗବେଷକ କେଦାର ମିଶ୍ର କହିଛନ୍ତି, ଭୁବେନଶ୍ବରରେ ବଡ଼ ଅଡିଟୋରିୟମ ନଥିବାରୁ କଳାସଂସ୍କୃତି ପ୍ରଦର୍ଶନରେ ଅସୁବିଧା ହେଉଛି। ଘରୋଇ କମ୍ପାନୀମାନେ ଖୁବ୍ ଶୀଘ୍ର ବଡ଼ ବଡ଼ ପ୍ରକଳ୍ପ କାମ ସାରୁଥିବା ବେଳେ ସରକାରୀ କଳ କାହିଁକି ଏତେ ବର୍ଷ ବିଳମ୍ବ କରୁଛି ବୁଝି ହେଉନାହିଁ।

ଭୁବନେଶ୍ବର ସହରରେ ରବୀନ୍ଦ୍ର ମଣ୍ଡପର ଆସନ କ୍ଷମତା ମାତ୍ର ୮୬୦ ରହିଥିବା ବେଳେ ଜୟଦେବ ଭବନର କ୍ଷମତା ରହିଛି ମାତ୍ର ୩୭୭। ରାଜଧାନୀରେ ବଡ଼ ଅଡିଟୋରୟିମ୍ ନଥିବାରୁ ଅନେକ କଳାକାର ସେମାନଙ୍କର କଳାପ୍ରଦର୍ଶନ ଓ ବଡ଼ ସଭାସମିତି କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ବଡ଼ ପ୍ରକଳ୍ପକୁ ଆଗେଇ ନେବାରେ ଓଡ଼ିଶା ସରକାରଙ୍କ କଚ୍ଛପ ଗତି ବାଧା ସୃଷ୍ଯି କରୁଛି।