Advertisment

ପିଇବା ପାଣି ପାଇଁ ଡହଳ ବିକଳ ଗୋପାଳପୁର ଗାଁ ଲୋକେ

ଆନନ୍ଦପୁର(ମୁନା ସିଂହ):କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍‌ର ଗୋପାଳପୁର ଗାଁରେ ୩୦ରୁ ଅଧିକ ପରିବାର ଲୋକେ ବସବାସ କରନ୍ତି। ଏଠାକାର ଲୋକେ ମୁଖ୍ୟତଃ ଚାଷ ଓ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ଏହି ଗାଁରେ ପିଇବା ପାଣି ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଆଗକୁ ଖରାଦିନ ଥିବାରୁ ପିଇବା ପାଣିର ସମସ୍ୟାର ସମାଧାନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ପୂର୍ବରୁ ଏହି ଗାଁ ଲୋକେ ଗାଁ ନିକଟରେ ଥିବା ନାଳ ପାଣି ବ୍ୟବହାର କରୁଥିଲେ। ‌ଆଉ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ପିଇବା ପାଣି ପାଇଁ ଡହଳ ବିକଳ ଗୋପାଳପୁର ଗାଁ ଲୋକେ

water

ଆନନ୍ଦପୁର(ମୁନା ସିଂହ):କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍‌ର ଗୋପାଳପୁର ଗାଁରେ ୩୦ରୁ ଅଧିକ ପରିବାର ଲୋକେ ବସବାସ କରନ୍ତି। ଏଠାକାର ଲୋକେ ମୁଖ୍ୟତଃ ଚାଷ ଓ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ଏହି ଗାଁରେ ପିଇବା ପାଣି ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଆଗକୁ ଖରାଦିନ ଥିବାରୁ ପିଇବା ପାଣିର ସମସ୍ୟାର ସମାଧାନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।

Advertisment

ପୂର୍ବରୁ ଏହି ଗାଁ ଲୋକେ ଗାଁ ନିକଟରେ ଥିବା ନାଳ ପାଣି ବ୍ୟବହାର କରୁଥିଲେ। ‌ଆଉ ଏହି ନାଳ ପାଣି ପିଇ ଲୋକେ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଥିଲେ। ପ୍ରଶାସନ ପକ୍ଷରୁ ବର୍ଷେ ତଳେ ଗାଁରେ ଏକ ନଳକୂପ ଖୋଳାଯାଇଥିଲା। ନଳକୂପ ହେଲା ପରେ ଗାଁ ଲୋକେ ଆଶା କରିଥିଲେ ଏବେ ସେମାନେ ବିଶୁଦ୍ଧ ପାଣି ପିଇ ପାରିବେ। ହେଲେ ନଳକୂପ ଖୋଲିବା ଦିନଠାରୁ ସେଠାରୁ ଗୋଳିଆ ପାଣି ବାହାରୁଛି। ଫଳରେ ଲୋକେ ଏହି ପାଣି ପିଇ ପାରୁ ନାହାନ୍ତି। ଫଳରେ ପୂର୍ବରୁ ଗାଁ ଲୋକେ ଯେଉଁ ସମସ୍ୟା ଭୋଗୁଥିଲେ ଆଜି ବି ସେମାନେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।publive-image

ଏନେଇ ଗାଁର ଜୟନ୍ତୀ ମାଝି କହିଛନ୍ତି, “ଆମ ଗାଁ ଲୋକେ ପାଣି ପାଇଁ ବହୁତ ହଇରାଣ ହେଉଛନ୍ତି। ନାଳରୁ ପାଣି ବ୍ୟବହାର କରିବା ଦ୍ୱାରା ପିଲାମାନଙ୍କର କୁଣ୍ଡିଆ ବାହାରୁଛି।”

Advertisment

ସେହିପରି ଗାଁର ବାଙ୍ଗିବାସ୍ତା କହିଛନ୍ତି,“ ଆମ ଗାଁରେ ଥିବା ନଳକୂପରୁ ଗୋଳିଆ ପାଣି ବାହାରୁଛି। ଏହି ପାଣି ପିଇ ଲୋକମାନେ ରୋଗରେ ପଡୁଛନ୍ତି। ତେଣୁ ଗାଁରେ ଆଉ ଗୋଟିଏ ନଳକୂପ  କରିବାକୁ ଆମେ ଦାବି କରୁଛୁ।”

ଗାଁରେ ପାଣିର ସମସ୍ୟା ଦୂର କରିବାକୁ ଲୋକେ ସରପଞ୍ଚଙ୍କ ଓ ବ୍ଲକ୍‌ ଅଧିକାରୀଙ୍କୁ ଜଣାଇଛନ୍ତି। ହେଲେ କେହି ତାଙ୍କ କଥା ଶୁଣୁ ନଥିବା ଅଭିଯୋଗ କରିଛନ୍ତି।

ଏନେଇ ଖାଳିଆମେଣ୍ଟା ସରପଞ୍ଚ କହିଛନ୍ତି, “ଖୁବଶୀଘ୍ର ଗାଁରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ।”