Advertisment

ମନ୍ତ୍ରୀ କଲେ ନବୀନ ସରକାରଙ୍କ ମାନହାନୀ!

ଦେବେନ୍ଦ୍ର ପୃଷ୍ଟି ୧. କଳାହାଣ୍ଡିର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସନ୍‌ ସାଇନ୍‌ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ସଂପର୍କରେ ଦୀର୍ଘ ୨୧ ଦିନ ପରେ ପରୋକ୍ଷ ଭାବରେ ଏକ ପ୍ରେସ ରିଲିଜ୍‌ ଜାରି କରିଛନ୍ତି ସେଠାକାର ବିଧାୟକ ତଥା ରାଜ୍ୟ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ପ୍ରେସ ବିବୃତ୍ତି ଜାରି କରି ସେ ଏହି ଅପରାଧ ସହ ତାଙ୍କର କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି। ତେବେ, ଏଠାରେ ପ୍ରଶ୍ନ ଉଠେ […]

ଅଦ୍ୟତନ ହୋଇଛି
ସେକ୍ସ ସ୍କାଣ୍ଡାଲ ଅଭିଯୋଗ ଥିବା ମନ୍ତ୍ରୀ ଦେଲେ ମହିଳାଙ୍କୁ ସମ୍ମାନର ସହ ବଞ୍ଚିବାର ଜ୍ଞାନ

Dibya Shankar Mishra

Advertisment
  • ଦେବେନ୍ଦ୍ର ପୃଷ୍ଟି

୧. କଳାହାଣ୍ଡିର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସନ୍‌ ସାଇନ୍‌ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ସଂପର୍କରେ ଦୀର୍ଘ ୨୧ ଦିନ ପରେ ପରୋକ୍ଷ ଭାବରେ ଏକ ପ୍ରେସ ରିଲିଜ୍‌ ଜାରି କରିଛନ୍ତି ସେଠାକାର ବିଧାୟକ ତଥା ରାଜ୍ୟ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ପ୍ରେସ ବିବୃତ୍ତି ଜାରି କରି ସେ ଏହି ଅପରାଧ ସହ ତାଙ୍କର କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି। ତେବେ, ଏଠାରେ ପ୍ରଶ୍ନ ଉଠେ ଯେ ଏତକ କହିବାକୁ ସେ ୨୧ ଦିନ ନେଲେ କାହିଁକି? ଏ ତିନି ସପ୍ତାହ ଭିତରେ ସେ କ’ଣ ନିଜର ସରକାରୀ କାର୍ଯ୍ୟକ୍ରମ ଓ ବ୍ୟକ୍ତିଗତ ଆଚରଣର ତର୍ଜମା କରୁଥିଲେ? କାଳେ କେଉଁ ପ୍ରକାରେ ସେ ସଂପୃକ୍ତ ହୋଇଥିବେ? କି ହୋ! ଆପଣ ଯଦି ଜାଣିଥିଲେ ଆପଣ ସଂପୃକ୍ତ ନୁହନ୍ତି ବୋଲି ତେବେ ତାହା ଆପଣ ପ୍ରଥମ ଦିନ କହିପାରିଥାନ୍ତେ ଓ ତଦନ୍ତ ଯେପରି ସ୍ୱଚ୍ଛ ଓ ନିରପେକ୍ଷ ହେବ ସେ ପ୍ରତିଶ୍ରୁତି ଦେଇପାରିଥାନ୍ତେ। ମାତ୍ର, ସେ ତାହା ନକରି ନୀରବ ଥିଲେ। କାହିଁକି?

Advertisment

୨. ସେ ନୀରବ ରହିବା, ନିଜ ସରକାରୀ ବାସ ଭବନରେ ନରହି, ଅନ୍ୟତ୍ର ଗୋପନବାସ କରିବା ଦ୍ୱାରା ତାଙ୍କ ପ୍ରତି ଏବଂ ପୁଲିସ ବିଭାଗକୁ ସନ୍ଦେହ କରିବାକୁ ସୁଯୋଗ ଓ ଅବସର ସୃଷ୍ଟି ହେଲା ନା ନାହିଁ? ସେ ନିଜେ ପୁଲିସ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି କ୍ୟାବିନେଟ ମନ୍ତ୍ରୀ। ତାଙ୍କର ଏହି ନୀରବତା ଓ ରହସ୍ୟଜନକ ଗୋପନବାସ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଓ ତାଙ୍କ ସରକାରର ମର୍ଯ୍ୟାଦାହାନୀ କରିନାହିଁ କି?

୩. ସେ କହିଛନ୍ତି ସେ ବାୟୁସେନାରେ ଥିଲେ। ସେନାର କାମ ଦେଶବାସୀଙ୍କୁ ସୁରକ୍ଷା ଦେବା। ପୁଲିସର କାମ ମଧ୍ୟ ସେଇଆ। ସେ ଏହି ସୁରକ୍ଷା ବିଭାଗର ମନ୍ତ୍ରୀ। ଶିକ୍ଷୟିତ୍ରୀ ମମିତାକୁ ତ ସୁରକ୍ଷା ଦେଇପାରିଲେ ନାହିଁ, ପୁଲିସ ଅନୁସାରେ ହତ୍ୟାକାରୀ ଗୋବିନ୍ଦର ସୁରକ୍ଷା ପାଇଁ ସେ ତତ୍ପର ଥିଲେ କି?

Advertisment

୪. କଳାହାଣ୍ଡି ଓ ଜୁନାଗଡ଼ବାସୀଙ୍କ ସେବା ପାଇଁ ରାଜନୀତିରେ ପ୍ରବେଶ କରିଛନ୍ତି ବୋଲି କହିଛନ୍ତି ଓ ମମିତା ମୃତ୍ୟୁ ପାଇଁ ସମବେଦନା ମଧ୍ୟ ଜ୍ଞାପନ କରିଛନ୍ତି। ଗୋଟେ ଝିଅର ମୃତ୍ୟୁର ତିନି ସପ୍ତାହ ପରେ ସମବେଦନା ଜ୍ଞାପନ କରିବା କି ପ୍ରକାର ସେବା ଓ ସୌଜନ୍ୟତା? ସମବେଦନା ଜଣେଇବାକୁ ନ୍ୟାୟର ପ୍ରତିଶ୍ରୁତି ନେଇ ସେ କେତେ ଥର ମମିତାଙ୍କ ପରିବାରକୁ ଭେଟିଛନ୍ତି? କାହିଁକି ଭେଟି ନାହାନ୍ତି? ସେ ଚାହିଁଥିଲେ ବିରୋଧୀଙ୍କ ବିକ୍ଷୋଭ ଓ ଆକ୍ରମଣରୁ ବର୍ତ୍ତିବା ପାଇଁ କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ଯାଇପାରିଥାନ୍ତେ। ତାହା ନକରିବାର କାରଣ ଓ ଉଦ୍ଦେଶ୍ୟ କ’ଣ? ତାଙ୍କର ଏପରି ଅବହେଳା ଦ୍ୱାରା ତାଙ୍କ ସରକାର ଯେ ସମ୍ବେଦନହୀନ ଓ ନିଷ୍ଠୁର, ଏ ଧାରଣା ସୃଷ୍ଟ ହେଲା ନା ନାହିଁ?

୫. ସେ କହିଛନ୍ତି, ଏ ଅପରାଧ ସହିତ ତାଙ୍କର କୌଣସି ସଂପର୍କ ନାହିଁ। କେଉଁ ବିରୋଧୀ ଦଳ କ’ଣ ଏପରି ଅଭିଯୋଗ କରିଛି ନା ଗଣମାଧ୍ୟମ? ମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବରେ କହିପାରିବେ କି କେଉଁ ଗଣମାଧ୍ୟମ ବା ବିପକ୍ଷ ନେତା ସେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ବୋଲି କହିଛନ୍ତି? ବରଂ ସୋସାଲ ମିଡିଆରେ ଭାଇରାଲ ଫଟୋଚିତ୍ର, ଅଡ଼ିଓ ଓ ଭିଡିଓ କ୍ଲିପ୍‌ ଆଦି ଦେଖି ରାଜ୍ୟବାସୀ ବୁଝିଯାଇଛନ୍ତି ଯେ ଅପରାଧ ନହେଲେ ବି ଅପରାଧୀ ସହିତ ତାଙ୍କର ସଂପର୍କ ଥିଲା ବା ଅଛି। ସେ ତାଙ୍କ ପ୍ରେସ୍‌ ରିଲିଜ୍‌ରେ ତ କାହିଁ ସେ କଥା କହିନାହାନ୍ତି ଯେ ’ମୋର ଗୋବିନ୍ଦ ସାହୁ ସହିତ କୌଣସି ସଂପର୍କ ନାହିଁ’ ବୋଲି? ପୁଲିସର ବୟାନ ଅନୁସାରେ ଗୋବିନ୍ଦ ସାହୁ ହିଁ ହତ୍ୟାକାରୀ।

୬. ଧନୀ ଓ ପ୍ରଭାବଶାଳୀ ହେବା ଦିଗରେ ଗୋବିନ୍ଦ ସାହୁର ଅପରାଧ ପ୍ରବଣତା ନେଇ ବିଭିନ୍ନ ଗଣମାଧ୍ୟମରେ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ସେ ଭିନ୍ନ ଏକ ଦଳ ପାଇଁ କାମ କରୁଥିବା ସମୟରେ ଗୋଲାମୁଣ୍ଡା ବ୍ଲକ୍‌ରେ ଥିବା ପଂଚାୟତ ନିର୍ବାଚନର ବାଲାଟ୍‌ ବାକ୍ସ ପୋଡ଼ି ଦେଇଥିଲେ। ସେତେବେଳକୁ ଭୋଟ ଗଣତି ସରିଥିଲା କିନ୍ତୁ ଫଳାଫଳ ଘୋଷିତ ହୋଇ ନଥିଲା। ବାଲାଟ୍‌ ବାକ୍ସ ପୋଡ଼ିଯିବା ପରେ ପୁଣି ଥରେ ନିର୍ବାଚନ ହେଲା ଓ ଗଣତିରେ ଯେଉଁମାନେ ହାରିଥିଲେ ଜିତିଗଲେ। ସେମାନେ ସମସ୍ତେ ଗୋବିନ୍ଦର ଲୋକ ଥିଲେ। ଏହା ମନ୍ତ୍ରୀ ରାଜନୀତିରେ ଯୋଗ ଦେବା ପୂର୍ବର ଘଟଣା। ଗୋବିନ୍ଦର ଏହି କରାମତି ବିଷୟରେ ଅବଗତ ଥାଇ ମନ୍ତ୍ରୀ ତାଙ୍କୁ ନିଜର ରାଜନୀତିକ ସହଯୋଗୀ ଭାବେ ଗ୍ରହଣ କରିଥିଲେ କି? ଏଇ ମୂଲ୍ୟବୋଧ କ’ଣ ସେ ବାୟୁସେନାରୁ ଶିଖିଥିଲେ?

୭. ଗୋବିନ୍ଦ ସାହୁ ୨୦୧୦ ମସିହାରେ ମହାଲିଙ୍ଗଠାରେ ଶିକ୍ଷା ଦୋକାନ ଖୋଲିଥିଲେ। ୨୦୧୩ ମସିହାରେ ତାଙ୍କ କଲେଜରେ ବିଜ୍ଞାନ ପ୍ରଶ୍ନପତ୍ର ଲିକ୍‌ ହେଲା। ସେଥିପାଇଁ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଗିରଫ ହେଲେ। ଏଭଳି ଏକ ଶୈକ୍ଷିକ ମୂଲ୍ୟବୋଧ ରହିତ ଶିକ୍ଷାନୁଷ୍ଠାନକୁ ସେ ଅତିଥି ଭାବେ ଯାଉଥିଲେ କାହିଁକି? ସେନାରୁ ସେ କ’ଣ ଏଇ ମୂଲ୍ୟବୋଧ ଶିଖିଥିଲେ? ପ୍ରଶ୍ନପତ୍ର ପ୍ରଘଟ କରି, କପି କରିବାର ସୁଯୋଗ ଦେଇ ଅଧିକ ପିଲାଙ୍କୁ ପାଶ୍‌ କରାଇ ନାଁ କମେଇବା ସହିତ ବେପାର ବଢ଼େଇବାର କାଇଦା ବିଷୟରେ କ’ଣ ତାଙ୍କୁ କିଛି ଜଣା ନଥିଲା? ନା ଏହା ସତ୍ତ୍ୱେ, ସବୁ ଜାଣିଶୁଣି ସେ ଏପରି ଜଣେ ଅପରାଧୀକୁ ନିଜର ଭୋଟ୍‌ ବ୍ୟାଙ୍କର ବାଲାନ୍ସ ବଢ଼େଇବାକୁ ଦାୟିତ୍ୱ ଦେଇଥିଲେ?

୮. ଏହି ଅପରାଧ ସହିତ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ନେଇ ଡିଆଇଜି କାଳେ ତୃତୀୟ ମହଲା ବା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଏକ ଗୁପ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଏହା କୌଣସି ଗଣମାଧ୍ୟମ ନିଜ ଆଡ଼ୁ ପ୍ରଘଟ କରିନାହିଁ। ଏକଥା ପ୍ରଥମେ ବିଜେପି ନେତା ବିଜୟ ମହାପାତ୍ର ଓ ପରେ କଂଗ୍ରେସ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ କହିଥିଲେ। ସେହି ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଇନାହାନ୍ତି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ହେଉଛନ୍ତି ପୁଲିସ ବିଭାଗର କ୍ୟାବିନେଟ ମନ୍ତ୍ରୀ ଓ ଦିବ୍ୟଶଙ୍କର ମିଶ୍ର ରାଷ୍ଟ୍ରପାହ୍ୟା ମନ୍ତ୍ରୀ। ଏ ଦୁଇ ଜଣ ବରିଷ୍ଠ ନେତାଙ୍କର ଏଭଳି ଗମ୍ଭୀର ଓ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ସଂପର୍କରେ ମନ୍ତ୍ରୀ ତାଙ୍କ ପ୍ରେସ ରିଲିଜ୍‌ରେ ଧାଡ଼ିଟିଏ ବି ଉଲ୍ଲେଖ କରିନାହାନ୍ତି କାହିଁକି? ସେ ମାନି ନେଇଛନ୍ତି କି ସେ ଦୁଇ ଜଣ ନେତା ଯାହା ଅଭିଯୋଗ କରିଛନ୍ତି ତାହା ସଂପୂର୍ଣ୍ଣ ସତ୍ୟ ବୋଲି? ଯଦି ସେମାନଙ୍କ ଅଭିଯୋଗ ସତ୍ୟ ତେବେ ସେହି ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଲୁଚଇଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି?

୯. ମମିତା ମେହେର କିଛି ଗୁପ୍ତ କଥା ଜାଣିଥିଲା ବୋଲି ତା ସହିତ ବୁଝାମଣା କରିବାକୁ ରାୟପୁରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘରେ ଏକ ବୈଠକ ହୋଇଥିଲା ବୋଲି ବିଜେପି ନେତା ବିଜୟ ମହାପାତ୍ର ଓ କଂଗ୍ରେସ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ। ଏ ସଂପର୍କରେ ମନ୍ତ୍ରୀଙ୍କ ପ୍ରେସ୍‌ ରିଲିଜ୍‌ରେ ମଧ୍ୟ କିଛି ଉଲ୍ଲେଖ ନାହିଁ। ତେବେ ସେ କ’ଣ ତାହା ସ୍ୱୀକାର କରୁଛନ୍ତି? ଗଣମାଧ୍ୟମ ବିରୋଧରେ ମାନହାନୀ ମକଦ୍ଦମା କରିବେ କିନ୍ତୁ ଏଭଳି ଗର୍ହିତ ଅଭିଯୋଗ କରିଥିବା ନେତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ ନାହିଁ, ଏହା କି ପ୍ରକାର ଉଦ୍ଦେଶ୍ୟ ପ୍ରଣୋଦିତ କାର୍ଯ୍ୟ?

୧୦. ମମିତା ହତ୍ୟାକାଣ୍ଡ ମାମଲାର ବିସ୍ତୃତ ବିବରଣୀ ରାଜ୍ୟର ପ୍ରାୟ ସବୁ ଗଣମାଧ୍ୟମ ପ୍ରକାଶ ଓ ପ୍ରସାର କରିଛନ୍ତି। ସମସ୍ତେ ମମିତାର ପରିବାର, ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀ, ପୁଲିସ ଓ ବିପକ୍ଷ ନେତାଙ୍କ ମତ ଓ ଅଭିଯୋଗ ଆଧାରରେ ରିପୋର୍ଟ ପ୍ରଦର୍ଶନ କରିଛନ୍ତି। କିନ୍ତୁ ମନ୍ତ୍ରୀ ସବୁ ଗଣମାଧ୍ୟମକୁ ଛାଡ଼ିଦେଇ ନିର୍ଦ୍ଦିଷ୍ଟ ତିନିଟି ଗଣମାଧ୍ୟମ ସଂସ୍ଥା ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି କାହିଁକି? ଏହା କ’ଣ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ପ୍ରତିଶୋଧମୂଳକ ଆକ୍ରମଣ ନୁହେଁ? ଏହା ପଛରେ କ’ଣ ଗଣମାଧ୍ୟମର କଣ୍ଠରୋଧ କରିବା ଓ ଗଣମାଧ୍ୟମ ମଧ୍ୟରେ ବିଭେଦ ଓ ବିଦ୍ୱେଷ କରିବାର ମନ୍ଦ ଉଦ୍ଦେଶ୍ୟ ଲୁଚି ନାହିଁ?

Mamita Meher Murder Case Mamita Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe