ସବୁ ସୀମା ଟପିଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଏଥିରେ ୨୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୭ ଜଣ ପୁଲିସ କର୍ମଚାରୀ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏମିତି କାଣ୍ଡ ଭିଆଇଛନ୍ତି ବିଧାୟକ। ଆଉ ତା’ପରେ ସେଠାରେ ଉପସ୍ଥିତ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଲୋକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ସେ। ଅଭିଯୋଗ ଅନୁଯାୟୀ, ବାଣପୁର ବ୍ଲକ ଅଧ୍ୟକ୍ଷ […]

Prasant Jagadeba

Prasant Jagadeba

Ordigital Desk
  • Published: Saturday, 12 March 2022
  • Updated: 12 March 2022, 08:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଏଥିରେ ୨୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୭ ଜଣ ପୁଲିସ କର୍ମଚାରୀ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏମିତି କାଣ୍ଡ ଭିଆଇଛନ୍ତି ବିଧାୟକ। ଆଉ ତା’ପରେ ସେଠାରେ ଉପସ୍ଥିତ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଲୋକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ସେ।

ଅଭିଯୋଗ ଅନୁଯାୟୀ, ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିରୋଧୀ ଗୋଷ୍ଠୀ ବିଜୟ ହେବା ସୁନିଶ୍ଟିତ ଥିବାରୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସେଠାରେ ପହଞ୍ଚି ନିଜ କ୍ଷମତା ପ୍ରୟୋଗ କରିବାକୁ ମସୁଧା କରିଥିଲେ। ସେଥିପାଇଁ ସେ ବ୍ଲକ୍ କାର୍ଯ୍ୟାଳୟକୁ ଯାଉଥିଲେ। ସେ ନିଜେ ଗାଡ଼ି ଚଳାଇ ବ୍ଲକ୍ ଅଫିସ୍ ଆଡ଼କୁ ଯାଉଥିବା ବେଳେ ଲୋକେ ଅଟକାଇଥିଲେ। ଆଉ ଯୁକ୍ତିତର୍କ ଚାଲିଥିବା ବେଳେ ପ୍ରଶାନ୍ତ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ସେ ମଦ ପିଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ବିଧାୟକଙ୍କ ଏତାଦୃଶ୍ୟ ବିଶୃଙ୍ଖଳିତ ଓ ନିନ୍ଦନୀୟ କାର୍ଯ୍ୟ ନୂଆ ନୁହେଁ। ତାଙ୍କ ବିବାଦୀୟ କାର୍ଯ୍ୟର ରହିଛି ଲମ୍ବା ତାଲିକା।

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜଣେ ଅଭ୍ୟାସଗତ ବିଶୃଙ୍ଖଳିତ ନେତା । ଏହାର ଏକାଧିକ ଉଦାହରଣ ରହିଛି । ୨୦୧୪ରୁ ସେ ବିଜେଡି ଟିକେଟ୍‌ରେ ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି। ପ୍ରଥମେ ବେଗୁନିଆ ବୋଲଗଡରେ ତାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ସମସ୍ତଙ୍କ ସହିତ ସହଜରେ ମିଶି ଯାଉଥିବାରୁ ଦଳରେ ପ୍ରଶାନ୍ତଙ୍କ ପ୍ରଭାବ ଖୁବ୍‌ଶୀଘ୍ର ବଢ଼ିବାରେ ଲାଗିଥିଲା। କିନ୍ତୁ ବିଧାୟକ ହେବା ପରେ ସେ ତାଙ୍କ ଆଚରଣ ଓ ଉଚ୍ଚାରଣରେ ଆଦୌ ସଂଯମତା ରକ୍ଷା କରିପାରିଲେ ନାହିଁ। ତାଙ୍କ ନାଁରେ ଗୋଟିଏ ପରେ ଗୋଟିଏ ଦୁର୍ବ୍ୟବହାର ଅଭିଯୋଗ ଆସିଲା।

ବିଧାୟକ ହେବା ପରେ ପ୍ରଥମେ ୨୦୧୬ ଜୁଲାଇରେ ବୌଦ୍ଧ ଜିଲ୍ଲା ମନମୁଣ୍ଡାଠାରେ ବିଜେପି କର୍ମୀଙ୍କୁ ଲହୁଲୁହାଣ କରି ମାଡ଼ ମାରିବା ଘଟଣାକୁ ନେଇ ବେଶ୍‌ ବିବାଦୀୟ ହୋଇଥିଲେ ପ୍ରଶାନ୍ତ। ଯୋଗାଣମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ କଳା ପତକା ଦେଖାଉଥିବା ବିଜେପି କର୍ମୀଙ୍କୁ ଗୁଣ୍ଡା ଲଗାଇ ନିଜେ ପିଟିଥିଲେ ଜଗଦ୍ଦେବ।

ସେହି ବର୍ଷ ନଭେମ୍ୱରରେ ବେଗୁନିଆ ତହସିଲଦାର ନିହାରିକା ନାୟକଙ୍କୁ ପ୍ରଶାନ୍ତ ଜଗଦ୍ଦେବ ଦୁର୍ବ୍ୟବହାର କରିବା ସହିତ ମାଡ଼ ମାରିଥିଲେ। ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ତହସିଲ ଅଫିସ ସମ୍ମୁଖରେ ପ୍ରତିବାଦ କରିଥିଲେ କର୍ମଚାରୀ। ଏପରିକି ସେହି ସମୟର ଏହି ଘଟଣାର ଏକ ଅଡିଓ ଭାଇରାଲ ହୋଇଥିଲା। ଫଳରେ ଅଡୁଆରେ ପଡ଼ିଥିଲେ ପ୍ରଶାନ୍ତ।

ପ୍ରଶାନ୍ତଙ୍କ ବିରୋଧରେ ରହିଛି ଏମିତି ଅଭିଯୋଗର ଲମ୍ବା ଫର୍ଦ୍ଦ । ହେଲେ ଦଳର ଗେହ୍ଲା ପୁଅ ଭଳି ପୁଣି ପ୍ରଶାନ୍ତଙ୍କ ଉପରେ ଭରସା ରଖି ବେଗୁନିଆ ପରିବର୍ତ୍ତେ ଚିଲିକାରୁ ବିଧାୟକ ଟିକେଟ୍ ଧରାଇଦେଲେ ବିଜେଡି ସୁପ୍ରିମୋ। ଏହା ପରେ ପ୍ରଶାନ୍ତଙ୍କ ଉତ୍ପାତ ଆହୁରି ବଢ଼ିଗଲା ।

ଭୁବନେଶ୍ୱରରେ ଉଠା ଦୋକାନ ଉଚ୍ଛେଦ ଘଟଣାକୁ ନେଇ ସାଧାରଣ ଲୋକଙ୍କୁ ସେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା । ନିଜ ଅଂଚଳର ଏକ ସଭାରେ ଜଣେ ମହିଳା ଭୋଟରଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାର ଭିଡିଓ ଭାଇରାଲ ହୋଇଥିଲା। ବେଗୁନିଆର ପୂର୍ବତନ ସରପଂଚ ନବକିଶୋର ସାହୁଙ୍କୁ ସର୍ବସମ୍ମୁଖରେ ଧମକ ଦେଇ ମଧ୍ୟ ଅଡୁଆରେ ପଡିଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।

ସାଧାରଣ ଲୋକଙ୍କ କଥା ଛାଡନ୍ତୁ। ସରକାରୀ ଅଫିସରମାନଙ୍କୁ ବି ଛାଡି ନଥିଲେ ପ୍ରଶାନ୍ତ। ୨୦୨୦ରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କନିଷ୍ଠ ଇଂଜିନିୟର ଜଗବନ୍ଧୁ ସାହୁଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲକ କରିବା ଓ ଧମକ ଦେବା ସହ ଦୁର୍ବ୍ୟବହର କରିବା ଭଳି ସଙ୍ଗିନ ଅଭିଯୋଗ ଆସିଥିଲା। ଗେଷ୍ଟହାଉସରେ ଅଧିକ ରୁମ୍‌ ଦେବାକୁ ନେଇ ପ୍ରଶାନ୍ତ ଦେଖାଇଥିଲେ ଦବଙ୍ଗଗିରି। ଏହି ଘଟଣାକୁ ନେଇ ଜଗବନ୍ଧୁ ନିଜ ଉପର ଅଫିସରଙ୍କୁ ଲିଖିତ ଅଭିଯୋଗ କରିଥିଲେ।

୨୦୨୧ ସେପ୍ଟେମ୍ବରରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିବା ଘଟଣା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସବୁଠୁ ଅଧିକ ମହଙ୍ଗା ପଡ଼ିଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନ ସହ ଭତ୍ତା ବଣ୍ଟନକୁ ନେଇ ନିରଞ୍ଜନ ପ୍ରଶ୍ନ କରିବାରୁ ବଚସା ହୋଇଥିଲା । ଆଉ ପ୍ରଶାନ୍ତ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖି ନପାରି ସମସ୍ତଙ୍କ ସମ୍ମୁଖରେ ନିରଞ୍ଜନଙ୍କୁ ପିଟୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣାରେ ବିଧାୟକ ଗିରଫ ହେବା ସହ ଜେଲ୍‌କୁ ମଧ୍ୟ ଯାଇଥିଲେ । ଏପରିକି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରୁ ନିଲମ୍ବିତ କରିଥିଲେ । ହେଲେ ଏତିକିରେ ବୁଦ୍ଧି ଶିଖିଲେ ନାହିଁବିଧାୟକ । ଜେଲରୁ ଫେରିବା ପରେ ବି ତାଙ୍କ ଦବଙ୍ଗଗିରି ଜାରି ରହିଲା।

ବିରୋଧୀ ନେତା,କର୍ମୀ,ସାଧାରଣ ଲୋକ ଓ ସରକାରୀ ଅଫିସରଙ୍କ ସମେତ ଖୋଦ୍ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଛାଡ଼ି ନାହାନ୍ତି ଏହି ବାହୁବଳୀ ବିଧାୟକ। ଜଣେ ବ୍ୟକ୍ତିଙ୍କୁ ଗାଳି କରିବାକୁ ଯାଇଁ ଦଳୀୟ ନେତା ସଂଜୟ ଦାସ ବର୍ମାଙ୍କ ଠାରୁ ନେଇ ଦଳର ମୁଖିଆଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଭାଷା ପ୍ରୟୋଗ କରୁଥିବା ଭିଡିଓ ଭାଇରାଲ୍‌ ହୋଇଥିଲା।

ଆଜିର ଘଟଣା ପରେ ବିଜେଡି ପୂରା ଝାଡ଼ିଝୁଡ଼ି ହେବାକୁ ପ୍ରୟାସ କରିଛି। ପ୍ରଶାନ୍ତଙ୍କୁ ନିଜ ଠାରୁ ପୂରା ଅଲଗା କରି ଦେଇଛି ବୋଲି କହିଛି। ଦଳ ପ୍ରେସ୍‌ ମିଟ୍ କରି ସଫେଇ ଦେଇଛି ଯେ ସେ ଦଳର କିଛି ନୁହନ୍ତି। ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି।

ତେବେ ଅଭିଯୋଗର ମାଳମାଳ ତାଲିକା ପରେ ବି ପ୍ରଶାନ୍ତ ଏମିତି କ’ଣ କିମିଆ କରିଛନ୍ତି, ତାହା କେବଳ ଦଳପତିଙ୍କୁ ଜଣା। ଆଜି ବିଜେଡି କହୁଛି ଯେ ସେ ଦଳର କେହି ନୁହନ୍ତି। ତା’ହେଲେ ନିଲମ୍ବିତ ହୋଇଥିବା ସତ୍ତ୍ୱେ ବିଜେଡି ପାର୍ଟି ଅଫିସ୍‌କୁ ପ୍ରଶାନ୍ତ କେମିତି ଯାଉଥିଲେ? ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗତ ଜାନୁଆରୀ ମାସରେ ଭୁବନେଶ୍ୱର ସ୍ଥିତ ବିଜେଡି ପାର୍ଟି ଅଫିସ୍‌ରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଜଗଦ୍ଦେବ ଉପସ୍ଥିତ ଥିଲେ। ସେଦିନ ସେଠାରେ ଦଳର ଅନେକ ବରିଷ୍ଠ ନେତା ବି ଉପସ୍ଥିତ ଥିଲେ। ସେହିପରି ଚିଲିକାରେ ପଂଚାୟତ ନିର୍ବାଚନ ପାଇଁ ଦଳ ପକ୍ଷରୁ ପ୍ରଚାରର ମଙ୍ଗ ଧରିଥିଲେ ସେ। ଜେଲରୁ ସର୍ତ୍ତମୂଳକ ଜାମିନ ପାଇବା ପରେ ବି ଖୋଲା ଖୋଲି ନିଜ ନିର୍ବାଚନୀ ମଣ୍ଡଳରେ ଲୋକଙ୍କୁ ଜଗଦ୍ଦେବ ଧମକ ଚମକ ଦେବାର ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story