Advertisment

ଲୋକଙ୍କୁ ଧନ୍ୟବାଦ ଜଣାଇଲେ ମୋଦିଙ୍କ ମାଆ

ନୂଆଦିଲ୍ଲୀ:  ପୁଅ ଖୁସିରେ କୋଉ ମାଆ ଖୁସି ନ ହେବା। ଆଉ ପୁଅ ଯଦି ପୁଣି ଥରେ ହେବାକୁ ଯାଉଛି ଦେଶର ପ୍ରଧାନମନ୍ତ୍ରୀ ତା ହେଲେ ମାଆ ମନ ନିଶ୍ଚିତ ଗଗନେ ଉଡ଼ିବ। ଏପରି ସମୟରେ ପୁଅ ଖୁସିରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ। ବାର୍ଦ୍ଧକ୍ୟଜନିତ ବେମାର ସତ୍ତ୍ୱେ ସେ ମଧ୍ୟ ଆଜି ଉତ୍କଣ୍ଠାର ସହ ନିର୍ବାଚନୀ ଫଳାଫଳର ଟିକିନିଖି ଖବର ଦେଖୁଛନ୍ତି। ଆଉ ବିଜେପି ଆଗୁଆ ଥିବା ଜାଣିବା ପରେ ତାଙ୍କ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଲୋକଙ୍କୁ ଧନ୍ୟବାଦ ଜଣାଇଲେ ମୋଦିଙ୍କ ମାଆ

prime-minister-narendra-gre

ନୂଆଦିଲ୍ଲୀ:  ପୁଅ ଖୁସିରେ କୋଉ ମାଆ ଖୁସି ନ ହେବା। ଆଉ ପୁଅ ଯଦି ପୁଣି ଥରେ ହେବାକୁ ଯାଉଛି ଦେଶର ପ୍ରଧାନମନ୍ତ୍ରୀ ତା ହେଲେ ମାଆ ମନ ନିଶ୍ଚିତ ଗଗନେ ଉଡ଼ିବ। ଏପରି ସମୟରେ ପୁଅ ଖୁସିରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ। ବାର୍ଦ୍ଧକ୍ୟଜନିତ ବେମାର ସତ୍ତ୍ୱେ ସେ ମଧ୍ୟ ଆଜି ଉତ୍କଣ୍ଠାର ସହ ନିର୍ବାଚନୀ ଫଳାଫଳର ଟିକିନିଖି ଖବର ଦେଖୁଛନ୍ତି। ଆଉ ବିଜେପି ଆଗୁଆ ଥିବା ଜାଣିବା ପରେ ତାଙ୍କ ମନ ଆଉ ବନ୍ଧବାଡ ମାନୁନି।

Advertisment

ଏହି ଖୁସିରେ ମୋଦିଙ୍କ ମାଆ ହୀରାବେନ୍‌ ନିଜ ବାସଗୃହ ବାହାରକୁ ଆସି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋହିଙ୍କ ମାଆଙ୍କ ସହ କିଛି ପଡୋଶୀ ମଧ୍ୟ ଏହି ଖୁସିରେ ସାମିଲ ହୋଇଛନ୍ତି। ସେପଟେ ଲିଡ୍‌ରେ ରହିବା ନେଇ ବିଜେପି ବାରଣାସୀରେ ସେଲିବ୍ରେସନ୍‌ କରିବା ସହ କିଛି ସ୍ଥାନରେ ବିଜେପି ପକ୍ଷରୁ ଜିତିବା ଆଶା ନେଇ ମିଠା ଏବଂ କେକ୍ ଅର୍ଡର ମଧ୍ୟ ଦିଆସରିଛି।