Advertisment

ଫେରିଆସନ୍ତା କି ମୋ ପୁଅ...

ନୀଳଗିରି(ବିଶ୍ୱମ୍ୱର ଦାସ): କାନ୍ଦୁଛି ମାଆ। ନିଜ ପଣତକାନିରେ ପୁଅର ଫଟୋକୁ କେତେ ବେଳେ ପୋଛି ଦେଉଛି ତ କେତେବେଳେ ବାହୁନି ବାହୁନି କାନ୍ଦୁଛି। ପୁଣି କେତେବେଳେ ସହିଦ ପୁଅର ପୋଷାକ ବାକ୍ସ ଉପରେ ମୁଣ୍ଡ ରଖି ଲୁହ ଗଡ଼ାଇ ଚାଲିଛି ମାଆ। କାର୍ଗିଲ ଯୁଦ୍ଧରେ ୨୦ ବର୍ଷ ତଳେ ମାଆ କୋଳ ଖାଲି କରି ସହିଦ୍‌ ହୋଇଥିଲେ ବୀର ମହେଶ୍ୱର ବେହେରା। ଆଜି ବି ତାଙ୍କ ମାଆ ଭବମଣି ବେହେରା ବାହୁନି ବାହୁନି କାନ୍ଦୁଛନ୍ତି। ଆଉ କହୁଛନ୍ତି, […]

ଅଦ୍ୟତନ ହୋଇଛି
ଫେରିଆସନ୍ତା କି ମୋ ପୁଅ...

kargil1

Advertisment

ନୀଳଗିରି(ବିଶ୍ୱମ୍ୱର ଦାସ): କାନ୍ଦୁଛି ମାଆ। ନିଜ ପଣତକାନିରେ ପୁଅର ଫଟୋକୁ କେତେ ବେଳେ ପୋଛି ଦେଉଛି ତ କେତେବେଳେ ବାହୁନି ବାହୁନି କାନ୍ଦୁଛି। ପୁଣି କେତେବେଳେ ସହିଦ ପୁଅର ପୋଷାକ ବାକ୍ସ ଉପରେ ମୁଣ୍ଡ ରଖି ଲୁହ ଗଡ଼ାଇ ଚାଲିଛି ମାଆ। କାର୍ଗିଲ ଯୁଦ୍ଧରେ ୨୦ ବର୍ଷ ତଳେ ମାଆ କୋଳ ଖାଲି କରି ସହିଦ୍‌ ହୋଇଥିଲେ ବୀର ମହେଶ୍ୱର ବେହେରା। ଆଜି ବି ତାଙ୍କ ମାଆ ଭବମଣି ବେହେରା ବାହୁନି ବାହୁନି କାନ୍ଦୁଛନ୍ତି। ଆଉ କହୁଛନ୍ତି, ମୋ’ ପୁଅ ଫେରି ଆସନ୍ତା କି?

Advertisment

publive-imageବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ରାଜ ବରହମପୁର ଗାଁରେ ମହେଶ୍ୱର ବେହେରା ଜନ୍ମ ଗ୍ରହଣ କରିଥିଲେ। ଦେଶ ମାତୃକାର ସେବା କରିବା ଲାଗି ସେନାରେ ଭର୍ତ୍ତି ହୋଇଥିଲେ। ପ୍ରତି ଛୁଟିରେ ଘରକୁ ଆସୁଥିଲେ। ହେଲେ କାର୍ଗିଲ ଲଢ଼େଇ ପରେ ଆଉ ଫେରିନଥିଲେ। ଆସିଥିଲା ସେନା କାର୍ଯ୍ୟାଳୟରୁ ପୁଅର ସହିଦ ହେବା ଖବର ନେଇ ଖଣ୍ଡିଏ ଚିଠି। ସେହି ଦିନରୁ ମାଆ କାନ୍ଦୁଛନ୍ତି। ଆଉ ବେଳେବେଳେ ବୀର ପୁଅ ପୋଷାକ ଥିବା ବାକ୍ସକୁ ଖୋଲିବାକୁ ଚେଷ୍ଟା କରନ୍ତି। ମାତ୍ର ତାଙ୍କର ମାନସିକ ସ୍ଥିତି ଭଲ ରହୁନଥିବାରୁ ପରିବାର ଲୋକେ ଉକ୍ତ ବାକ୍ସରେ ତାଲା ପକାଇ ଚାବି ଲୁଚାଇ ଦେଇଛନ୍ତି। ସେଥିପାଇଁ ସେ ବାକ୍ସର ତାଲା ଖୋଲିବା ପାଇଁ ତାକୁ ହାତୁଡ଼ିରେ ମଧ୍ୟ ପିଟନ୍ତି। କିନ୍ତୁ ତାଲା ଭାଙ୍ଗେ ନାହିଁ।publive-imageଏଇ ୨୬ ତାରିଖରେ କାର୍ଗିଲ ବିଜୟକୁ ୨୦ ବର୍ଷ ପୂରିବ। କାର୍ଗିଲ ବିଜୟ ଦିବସ ପାଳନ ପାଇଁ ସେନା ପକ୍ଷରୁ କରାଯାଉଛି ବ୍ୟାପକ ପ୍ରସ୍ତୁତି। ଗତ ୧୪ରେ ନୂଆଦିଲ୍ଲୀରୁ ବାହାରିଥିବା କାରଗିଲ୍‌ ବିଜୟ ଜ୍ୟୋତି ୨୬ ତାରିଖରେ ଦ୍ରାସରେ ପହଞ୍ଚିବ। କାର୍ଗିଲ ଯୁଦ୍ଧରେ ସେନାର ପରାକ୍ରମକୁ ମନେପକାଇ ଗତ ମାସେ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

୧୯୯୯ରେ ଲଢ଼ାଯାଇଥିବା କାର୍ଗିଲ ଯୁଦ୍ଧ ୬୦ରୁ ଅଧିକ ଦିନ ଧରି ଚାଲିଥିଲା। ଏହି ଯୁଦ୍ଧରେ ଭାରତୀୟ ସେନାର ୨୬ ଜଣ ଅଫିସରଙ୍କ ସମେତ ୫୨୭ଜଣ ସହିଦ ହୋଇଥିଲେ। ଓଡ଼ିଶାରୁ ୧୩ ଜଣ ସୈନିକ ମଧ୍ୟ ଏଥିରେ ପ୍ରାଣବଳି ଦେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe