Advertisment

ଘରେ ରହିଛି ଗଛ ନା ଗଛରେ ରହିଛି ଘର, ଜାଣନ୍ତୁ...

ଭୋପାଳ: ଯଦି ଘର ତିଆରି କରିବାର ଥାଏ ଆମେ ପ୍ରଥମେ ସେହି ଜାଗାରେ ଥିବା ଗଛ କାଟି ସଫା କରିଥାଉ। ବୃକ୍ଷ ହିଁ ଜୀବନ ଜାଣି ମଧ୍ୟ ଆମେ ଏହା କରିବାକୁ ପଛାଇ ନ ଥାଉ। କିନ୍ତୁ ଏପରି ଗୋଟେ ପରିବାର ଅଛି, ଯିଏକି ଗଛ ନ କାଟି ତା ସହ ରହିବାକୁ ପସନ୍ଦ କରିଛନ୍ତି। ଆଜି ଆପଣଙ୍କୁ ଏପରି ଏକ ଜାଗା ବିଷୟରେ କହିବୁ ଯେଉଁଠାରେ କି, ଘର କରିବା ପାଇଁ ପରିବାର ଲୋକ ଗଛ […]

author-image
Rosalin Rath
ଘରେ ରହିଛି ଗଛ ନା ଗଛରେ ରହିଛି ଘର, ଜାଣନ୍ତୁ...

a11

ଭୋପାଳ: ଯଦି ଘର ତିଆରି କରିବାର ଥାଏ ଆମେ ପ୍ରଥମେ ସେହି ଜାଗାରେ ଥିବା ଗଛ କାଟି ସଫା କରିଥାଉ। ବୃକ୍ଷ ହିଁ ଜୀବନ ଜାଣି ମଧ୍ୟ ଆମେ ଏହା କରିବାକୁ ପଛାଇ ନ ଥାଉ। କିନ୍ତୁ ଏପରି ଗୋଟେ ପରିବାର ଅଛି, ଯିଏକି ଗଛ ନ କାଟି ତା ସହ ରହିବାକୁ ପସନ୍ଦ କରିଛନ୍ତି।

Advertisment

ଆଜି ଆପଣଙ୍କୁ ଏପରି ଏକ ଜାଗା ବିଷୟରେ କହିବୁ ଯେଉଁଠାରେ କି, ଘର କରିବା ପାଇଁ ପରିବାର ଲୋକ ଗଛ ନ କାଟି ଗଛରେ ହିଁ ଘର କରି ରହୁଛନ୍ତି।

ମଧ୍ୟପ୍ରଦେଶର ଜବଲ୍‌ପୁର ନାମକ ଏକ ସ୍ଥାନରେ ଗୋଟେ ଛୋଟ ପରିବାର ରୁହନ୍ତି। ଯିଏକି ତାଙ୍କ ଘର ନିର୍ମାଣ କଲାବେଳେ ଗଛ କାଟିବା ବଦଳରେ ତାକୁ ନିଜ ପରିବାରର ଏକ ସଦସ୍ୟ ଭାବେ ଗ୍ରହଣ କରିନେଇଛନ୍ତି।

Advertisment

୧୯୯୪ରୁ ଘରେ ରହିଛି ଗଛ

publive-image

ଜବଲ୍‌ପୁରରେ ଯେ କୌଣସି ଲୋକଙ୍କୁ ସେହି ପରିବାର ବିଷୟରେ ପଚାରିବେ ତାହା ସମସ୍ତଙ୍କୁ ଜଣା ଥିବ। ସେହି ଘରକୁ ପୁରାପୁରି ଅଶ୍ୱସ୍ତ ଗଛ ଢାଙ୍କିକି ରହିଛି। ଯୋଗେସ୍‌ କେସରବାନି ନାମକ ବ୍ୟକ୍ତି ପୂରା ପରିବାର ସହ ସେଠାରେ ରହୁଛନ୍ତି। ତାଙ୍କ କହିବା ଅନୁସାରେ ୧୯୯୪ ମସିହାରୁ ସେଠାରେ ଅଶ୍ୱସ୍ତ ଗଛ ରହିଛି। ଘର ତିଆରି କରିବା ସମୟରେ ଯୋଗେସ୍‌ଙ୍କ ବାପା ମାଆ ଜଣେ ଇଞ୍ଜିନିୟରଙ୍କୁ ଡାକି ଘର ତିଆରି କରିଥିଲେ।

ଗଛକୁ ହୋଇସାରିଛି ୧୫୦ ବର୍ଷ

ଯୋଗେସ କୁହନ୍ତି, ତାଙ୍କ ବାପା ମାଆ ପ୍ରକୃତିକୁ ବହୁତ ଭଲ ପାଆନ୍ତି। ଘର ତିଆରି ସମୟରେ ହିଁ ତାଙ୍କ ବାପା ଗଛ ନ କାଟିବା ପାଇଁ ନିଷ୍ପତି ନେଇଥିଲେ। ଏବେ ସେହି ଗଛକୁ ୧୫୦ ବର୍ଷ ହୋଇ ସାରିଛି। ଗଛଟିକୁ କାଟିବା ବହୁତ ସହଜ କିନ୍ତୁ ଏହାକୁ ବଢ଼ାଇବା ବହୁତ କଷ୍ଟ ବୋଲି ଯୋଗେସ୍‌ କୁହନ୍ତି।

ଅଶ୍ୱସ୍ତ ଗଛରେ ରୁହନ୍ତି ୩୫ କୋଟି ଦେବୀ ଦେବତା

ଭାରତରେ ଅଧିକାଂଶ ଜାଗାରେ ଅଶ୍ୱସ୍ତ ଗଛକୁ ପୂଜା କରାଯାଏ। ଲୋକେ ଏହାକୁ କାଟିବାକୁ ଅଶୁଭ ବୋଲି ଭାବିଥାନ୍ତି। ଅଶ୍ୱସ୍ତ ଗଛରେ ୩୫ କୋଟି ଦେବୀ ଦେବତା ରୁହନ୍ତି ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି। ଗୀତାରେ ମଧ୍ୟ ଏହି ବୃକ୍ଷ ବିଷୟରେ ଲେଖାଯାଇଛି।

ଏମିତିବି ବଞ୍ଚାଇ ଯାଇ ପାରିବ ଗଛ

publive-image

ଗଛ ଏବେ ଯୋଗେସ୍‌ଙ୍କ ପରିବାର ସଦସ୍ୟ ହୋଇଯାଇଛି। ଏହି ଗଛ ଯୋଗୁ ବିଭିନ୍ନ ପ୍ରକାର ପକ୍ଷୀ ମଧ୍ୟ ଆସି ବସା ବାନ୍ଧିଛନ୍ତି। ଏହି ଗଛ ଲୋକମାନଙ୍କୁ ଆକର୍ଷିତ କରିଥାଏ। ବାଟରେ ଯାଉଥିବା ଲୋକେ ସେଲଫି ମଧ୍ୟ ଉଠାଇଥାନ୍ତି। ଗଛ ନ କାଟି ଏହି ପରି ମଧ୍ୟ ପ୍ରକୃତିକୁ ରକ୍ଷା କରାଯାଇପାରିବ ବୋଲି ସେ କୁହନ୍ତି।

ଗଛ ପାଇଁ ହୋଇନି କୌଣସି ଅସୁବିଧା

ଘର ତିଆରି ହେଲା ପରେ କିଛି ଇଞ୍ଜିନିୟରିଂ ଛାତ୍ର ସେହି ଜାଗାକୁ ଆସି ଘରର ଡିଜାଇନ୍‌ ବିଷୟରେ ଅଧ୍ୟୟନ ମଧ୍ୟ କରନ୍ତି। ଏହି ଗଛ ପାଇଁ ପରିବାରକୁ କୌଣସି ଅସୁବିଧା ହୁଏ କି ବୋଲି ଛାତ୍ରମାନେ ପଚାରନ୍ତି। ଆଉ ଏହାର ଉତ୍ତରରେ ଏହି ଜାଗାରେ ଗଛ ଅଛି ବୋଲି ଆମକୁ ଜଣାପଡ଼େ ନାହିଁ ବୋଲି ଯୋଗେସ୍‌ କୁହନ୍ତି। ଏହି ଗଛ ତ ଚୁପ୍‌ଚାପ୍‌ ଠିଆ ହୋଇ ରହିଛି।