Advertisment

ବସ୍‌ ଚଳାଉଛନ୍ତି ୨୪ ବର୍ଷିୟା ମେକାନିକାଲ୍‌ ଇଞ୍ଜିନିୟର୍‌

ମୁମ୍ବାଇ: ବସ୍‌, ଟ୍ରକ୍‌ ଚଳାଇବା ପୁରୁଷଙ୍କର କାମ ହୋଇଥାଏ। ଏହି କାମ ମହିଳାମାନେ କରି ପାରିବେ ନାହିଁ ବୋଲି ସମସ୍ତଙ୍କ ମନରେ ଧାରଣା ରହିଛି। ହେଲେ ଏପରି ଚିନ୍ତାଧାରାକୁ ଭୁଲ ପ୍ରମାଣିତ କରିଛନ୍ତି ପ୍ରତିକ୍ଷା। ମୁମ୍ବାଇରେ ରହୁଥିବା ଏହି ୨୪ ବର୍ଷୀୟା ଯୁବତୀ ଉଚ୍ଚ ଶିକ୍ଷିତା। ହେଲେ ତାଙ୍କର ରହିଛି ଅଜବ ନିଶା।  ସେ ଭାରିଯାନ ଚଳାଇବାକୁ ପିଲା ଦିନୁ ଇଚ୍ଛୁକ ଥିଲେ। ଏଥିଲାଗି ଚେଷ୍ଟା ଚଳାଇ, ଚଳାଇ ବସ୍‌ ଚଳାଇବାର ଟ୍ରେନିଂ ହାସଲ କରିନେଲେ ଏହି ଯୁବତୀ […]

ଅଦ୍ୟତନ ହୋଇଛି
ବସ୍‌ ଚଳାଉଛନ୍ତି ୨୪ ବର୍ଷିୟା ମେକାନିକାଲ୍‌ ଇଞ୍ଜିନିୟର୍‌

p11

Advertisment

ମୁମ୍ବାଇ: ବସ୍‌, ଟ୍ରକ୍‌ ଚଳାଇବା ପୁରୁଷଙ୍କର କାମ ହୋଇଥାଏ। ଏହି କାମ ମହିଳାମାନେ କରି ପାରିବେ ନାହିଁ ବୋଲି ସମସ୍ତଙ୍କ ମନରେ ଧାରଣା ରହିଛି। ହେଲେ ଏପରି ଚିନ୍ତାଧାରାକୁ ଭୁଲ ପ୍ରମାଣିତ କରିଛନ୍ତି ପ୍ରତିକ୍ଷା। ମୁମ୍ବାଇରେ ରହୁଥିବା ଏହି ୨୪ ବର୍ଷୀୟା ଯୁବତୀ ଉଚ୍ଚ ଶିକ୍ଷିତା। ହେଲେ ତାଙ୍କର ରହିଛି ଅଜବ ନିଶା।  ସେ ଭାରିଯାନ ଚଳାଇବାକୁ ପିଲା ଦିନୁ ଇଚ୍ଛୁକ ଥିଲେ।

Advertisment

publive-image

ଏଥିଲାଗି ଚେଷ୍ଟା ଚଳାଇ, ଚଳାଇ ବସ୍‌ ଚଳାଇବାର ଟ୍ରେନିଂ ହାସଲ କରିନେଲେ ଏହି ଯୁବତୀ ଜଣକ। ଆଉ ଏବେ ସେ ହେଉଛନ୍ତି ମୁମ୍ବାଇର ପ୍ରଥମ ମହିଳା ଯିଏକି ବସ୍‌ ଚଳାଇବାର ଲାଇସେନ୍ସ ପାଇଛନ୍ତି। ଏହା ସତ୍ତ୍ୱେ ପ୍ରତିକ୍ଷାଙ୍କ ବିଷୟରେ ଏବେ ଚାରିଆଡ଼େ ଚର୍ଚ୍ଚା। କାରଣ କ’ଣ ଆପଣ ଜାଣିଛନ୍ତି କି?

https://www.instagram.com/p/Bx9qq85FwOg/?utm_source=ig_web_copy_link

ସେ ଜଣେ ଇଞ୍ଜିନିୟର୍‌। ଗତ ମାସରେ ପ୍ରତିକ୍ଷା ମେକାନିକାଲ୍‌ ଇଞ୍ଜିନିୟରିଂ ପାଠ ପଢ଼ା ଶେଷ କରିଛନ୍ତି। ପିଲା ଦିନୁ ତାଙ୍କର ଗାଡ଼ି ପ୍ରତି ଅଜବ ସଉକ ରହିଛି। ବାଇକ୍‌ ଚଳାଇବାକୁ ସେ ଭଲ ପାଆନ୍ତି। ଏହା ସହ ସେ ହେଭି ଭେହିକିଲ୍‌ ଅର୍ଥାତ ବସ୍‌, ଟ୍ରକ୍‌ ଚଳାଇବାକୁ ମଧ୍ୟ ସେ ଖୁବ୍‌ ଇଚ୍ଛୁକ।

Advertisment

https://www.instagram.com/p/Bv1OdBoh1n6/?utm_source=ig_web_copy_link

ଏହାକୁ ନେଇ ପ୍ରତିକ୍ଷା କୁହନ୍ତି, ‘ ମୁଁ ଲଗାତାର ୬ ବର୍ଷ ଗାଡ଼ି ଚଳାଇବା ଅଭ୍ୟାସ କରୁଥିଲି। ଭାରି ଯାନ ଚଳାଇବାକୁ ମୋତେ ଭଲ ଲାଗିଥାଏ। ପ୍ରଥମେ ମୁଁ ବାଇକ୍‌ ଏବଂ ପରେ ବସ୍‌ ଏବଂ ଟ୍ରକ୍‌ ଚଳାଇବା ଶିଖିଲି।

https://www.instagram.com/p/Bo4Fv2Elkzc/?utm_source=ig_web_copy_link

ପ୍ରତିକ୍ଷା ବସ୍‌ ଚଳାନ୍ତି ବୋଲି ଭାବନ୍ତୁନି ସେ ଗ୍ଲାମରସ୍‌ ନୁହଁନ୍ତି। ତାଙ୍କୁ ସପିଙ୍ଗ୍‌ କରିବା ବହୁତ ପସନ୍ଦ। ସୋଶାଲ୍‌ ମିଡିଆରେ ସେ ସବୁବେଳେ ଆକ୍ଟିଭ୍‌ ରୁହନ୍ତି। ତାଙ୍କର ଫ୍ୟାନ୍‌ ଫଲୋଇଙ୍ଗ୍‌ ମଧ୍ୟ ବହୁତ ଅଛନ୍ତି। ସେ ମେକାନିକାଲ୍‌ ଇଞ୍ଜିନିୟର୍‌ ସହ ବାଇକର୍‌ ଏବଂ ରେସର୍‌ ମଧ୍ୟ। ତାଙ୍କ ପ୍ରୋଫାଇଲ୍‌ରେ ସେ ନିଜେ ଏହି ବିଷୟ ଉଲ୍ଲେଖ କରିଛନ୍ତି।

https://www.instagram.com/p/Bolq2OkFgV5/?utm_source=ig_web_copy_link

ମୁଁ ଆର୍‌ଟିଓ ଅଧିକାରୀ ହେବାକୁ ଚାହୁଁଥିଲି। କାରଣ ମୋତେ ହେଭି ଭେହିକିଲ୍‌ ଚଳାଇବା ପାଇଁ ଲାଇସେନ୍ସର ଆବଶ୍ୟକ ଥିଲା ବୋଲି ପ୍ରତିକ୍ଷା କୁହନ୍ତି।

https://www.instagram.com/p/BOr7kg5hnnB/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe