ମୋ ଝିଅ ତାଙ୍କ ଭଳି ହସୁଛି...

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର) ସେଦିନର ସେ କାହାଣୀ ଆଜି ବି ଶିହରଣ ଖେଳାଇଦେଉଛି। ଆଜି ବି ଆଖି ସାମ୍ନାରେ ଭାସିଆସୁଛି ସେହି ଲୋମଟାଙ୍କୁରା ଚିତ୍ର। ପ୍ରେମ ଆଉ ବଳିଦାନ କଣ, ଆଜିକୁ ୨ ବର୍ଷ ତଳେ ପ୍ରମାଣିତ କରିଦେଇଥିଲେ ପୁଲୱାମାର ସହିଦ ଯବାନ । ଦେଶମାତୃକାର ସେବା କରିବାକୁ ଯାଇ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣର ଶୀକାର ହୋଇ ବୀରଗତି ପ୍ରାପ୍ତ ହୋଇଥିଲେ ୪୦ ବୀରପୁତ୍ର । ଇତିମଧ୍ୟରେ ବିତିଯାଇଛି ୨ ବର୍ଷ । ସେହି ସହିଦ୍ ଯବାନଙ୍କୁ […]

6bi

6bi

Tapas Behera
  • Published: Sunday, 14 February 2021
  • Updated: 15 February 2021, 12:12 PM IST

Sports

Latest News

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର) ସେଦିନର ସେ କାହାଣୀ ଆଜି ବି ଶିହରଣ ଖେଳାଇଦେଉଛି। ଆଜି ବି ଆଖି ସାମ୍ନାରେ ଭାସିଆସୁଛି ସେହି ଲୋମଟାଙ୍କୁରା ଚିତ୍ର। ପ୍ରେମ ଆଉ ବଳିଦାନ କଣ, ଆଜିକୁ ୨ ବର୍ଷ ତଳେ ପ୍ରମାଣିତ କରିଦେଇଥିଲେ ପୁଲୱାମାର ସହିଦ ଯବାନ । ଦେଶମାତୃକାର ସେବା କରିବାକୁ ଯାଇ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣର ଶୀକାର ହୋଇ ବୀରଗତି ପ୍ରାପ୍ତ ହୋଇଥିଲେ ୪୦ ବୀରପୁତ୍ର । ଇତିମଧ୍ୟରେ ବିତିଯାଇଛି ୨ ବର୍ଷ । ସେହି ସହିଦ୍ ଯବାନଙ୍କୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛି ଜନ୍ମମାଟି । ଯେଉଁ ବୟସରେ ପୁଅର ସେବା ଯତ୍ନରେ ବଳକା ଆୟୁଷ କଟିଥାନ୍ତା, ଆଜି କିନ୍ତୁ ସେହି ବୟସ ଖୋଜୁଛି ସେହି ଭେଣ୍ଡିଆ ପୁଅକୁ । କଟକ ନିଆଳି ବ୍ଲକ ରତନପୁରର ସହିଦ ମନୋଜ ବେହେରାଙ୍କ ବାପା ଜିତେନ୍ଦ୍ର ।  ପୁଅର ପ୍ରତିମୂର୍ତ୍ତିକୁ ଗାମୁଛାରେ ପୋଛି ବୀରପୁଅର ସାନ୍ନିଧ୍ୟ ପାଇବାକୁ ଚେଷ୍ଟା କରୁଛନ୍ତି । ମନୋଜର କଥା ମନେପଡୁଛି ବୋଲି ବେଳେବେଳେ ପୋଷାକରେ ହାତ ବୁଲାଇ ଆଣୁଛନ୍ତି।

ଜାଣିଛନ୍ତି ପୁଅ ଫେରିବନି, ହେଲେ ଅଧୁରା ସରକାରୀ ପ୍ରତିଶ୍ରୁତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜିତେନ୍ଦ୍ର । ଏପଟେ ୩ବର୍ଷର ଟିକିଝିଅକୁ ଧରି ଭୁବନେଶ୍ୱରରେ ରହୁଥିବା ମନୋଜଙ୍କ ପତ୍ନୀ ବି ସ୍ୱାମୀଙ୍କୁ ଝୁରି ହେଉଛନ୍ତି ରାତିଦିନ । ପୁଲୱାମା ବିସ୍ଫୋରଣରେ ସହିଦ ଓଡ଼ିଆଙ୍କ ମଧ୍ୟରୁ ଅନ୍ୟ ଜଣେ ହେଲେ ଜଗତସିଂହପୁର ନାଉଗାଁ ବ୍ଲକ୍ ପାରିଶିଖର ଗାଁର ପ୍ରସନ୍ନ ସାହୁ। ପତ୍ନୀ ମୀନାଙ୍କ ଆଖିରେ ଲୁହ ଜକେଇ ଆସୁଛି । ମଥାରୁ ସିନ୍ଦୂର ପୋଛି ନେଇଥିବା ଲୋମଟାଙ୍କୁରା ଘଟଣାକୁ ଭାବି ଭାବି । ମୀନାଙ୍କ ଦୁନିଆ କହିଲେ ପୁଅ ଜଗନ ଆଉ ଝିଅ ରୋନି । ସୁଖଦୁଃଖରେ ଚଳିଯାଉଛି ସଂସାର ।

ଅନୁକମ୍ପା ରାଶି ଯାହା ମିଳିବା କଥା ତାହା ବି ମିଳିଛି । ହେଲେ ସହିଦ୍ ପ୍ରସନ୍ନ ପଢିଥିବା ସ୍କୁଲ ଓ ଶିଖରଘାଟ ପୋଲକୁ ଏଯାଏଁ ପ୍ରସନ୍ନଙ୍କ ନାଁରେ ନାମିତ କରାଯାଇନି କି ସହିଦ୍ ପାର୍କ ବି ନିର୍ମାଣ ହୋଇନି । କେବଳ ଗାଁ ଲୋକଙ୍କ ସହଯୋଗରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ବୋଲି ପତ୍ନୀ କହିବା ସହ କ୍ଷୋଭ ପ୍ରକାଶ କରିଛନ୍ତି। ସାରା ଦେଶ ଆଜି ପୁଲୱାମା ସହିଦଙ୍କ ବୀରଗାଥାକୁ ମନେପକାଉଛି । ତାଙ୍କ ସ୍ମୁତି ଉଦ୍ଦେଶ୍ୟରେ କେନ୍ଦୁଝର ଆନନ୍ଦପୁରର ଅଟୋଚାଳକ ନରେନ୍ଦ୍ର ଜେନା ୩ଦିନ ପାଇଁ ମାଗଣା ସେବା ଆରମ୍ଭ କରିଛନ୍ତି। ବଜାରଠୁ ଆରମ୍ଭ କରି ମନ୍ଦିର ଓ ମେଡ଼ିକାଲ୍ ଯିବାକୁ ଚାହୁଁଥିବା ବ୍ୟକ୍ତି ମାଗଣା ଅଟୋ ସେବା ପାଇପାରିବେ । ସେହିପରି ଚକ୍ ଖଡ଼ିରେ ସହିଦ ୪୦ ଯବାନଙ୍କ ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲେଶ୍ୱର ସୋରର ଶିଳ୍ପୀ ଅଜୟ ଘୋଷ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos