Advertisment

ମୋ ଝିଅ ତାଙ୍କ ଭଳି ହସୁଛି...

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର) ସେଦିନର ସେ କାହାଣୀ ଆଜି ବି ଶିହରଣ ଖେଳାଇଦେଉଛି। ଆଜି ବି ଆଖି ସାମ୍ନାରେ ଭାସିଆସୁଛି ସେହି ଲୋମଟାଙ୍କୁରା ଚିତ୍ର। ପ୍ରେମ ଆଉ ବଳିଦାନ କଣ, ଆଜିକୁ ୨ ବର୍ଷ ତଳେ ପ୍ରମାଣିତ କରିଦେଇଥିଲେ ପୁଲୱାମାର ସହିଦ ଯବାନ । ଦେଶମାତୃକାର ସେବା କରିବାକୁ ଯାଇ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣର ଶୀକାର ହୋଇ ବୀରଗତି ପ୍ରାପ୍ତ ହୋଇଥିଲେ ୪୦ ବୀରପୁତ୍ର । ଇତିମଧ୍ୟରେ ବିତିଯାଇଛି ୨ ବର୍ଷ । ସେହି ସହିଦ୍ ଯବାନଙ୍କୁ […]

ଅଦ୍ୟତନ ହୋଇଛି
ମୋ ଝିଅ ତାଙ୍କ ଭଳି ହସୁଛି...

6bi

Advertisment

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର) ସେଦିନର ସେ କାହାଣୀ ଆଜି ବି ଶିହରଣ ଖେଳାଇଦେଉଛି। ଆଜି ବି ଆଖି ସାମ୍ନାରେ ଭାସିଆସୁଛି ସେହି ଲୋମଟାଙ୍କୁରା ଚିତ୍ର। ପ୍ରେମ ଆଉ ବଳିଦାନ କଣ, ଆଜିକୁ ୨ ବର୍ଷ ତଳେ ପ୍ରମାଣିତ କରିଦେଇଥିଲେ ପୁଲୱାମାର ସହିଦ ଯବାନ । ଦେଶମାତୃକାର ସେବା କରିବାକୁ ଯାଇ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣର ଶୀକାର ହୋଇ ବୀରଗତି ପ୍ରାପ୍ତ ହୋଇଥିଲେ ୪୦ ବୀରପୁତ୍ର । ଇତିମଧ୍ୟରେ ବିତିଯାଇଛି ୨ ବର୍ଷ । ସେହି ସହିଦ୍ ଯବାନଙ୍କୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛି ଜନ୍ମମାଟି । ଯେଉଁ ବୟସରେ ପୁଅର ସେବା ଯତ୍ନରେ ବଳକା ଆୟୁଷ କଟିଥାନ୍ତା, ଆଜି କିନ୍ତୁ ସେହି ବୟସ ଖୋଜୁଛି ସେହି ଭେଣ୍ଡିଆ ପୁଅକୁ । କଟକ ନିଆଳି ବ୍ଲକ ରତନପୁରର ସହିଦ ମନୋଜ ବେହେରାଙ୍କ ବାପା ଜିତେନ୍ଦ୍ର ।  ପୁଅର ପ୍ରତିମୂର୍ତ୍ତିକୁ ଗାମୁଛାରେ ପୋଛି ବୀରପୁଅର ସାନ୍ନିଧ୍ୟ ପାଇବାକୁ ଚେଷ୍ଟା କରୁଛନ୍ତି । ମନୋଜର କଥା ମନେପଡୁଛି ବୋଲି ବେଳେବେଳେ ପୋଷାକରେ ହାତ ବୁଲାଇ ଆଣୁଛନ୍ତି।

Advertisment

ଜାଣିଛନ୍ତି ପୁଅ ଫେରିବନି, ହେଲେ ଅଧୁରା ସରକାରୀ ପ୍ରତିଶ୍ରୁତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜିତେନ୍ଦ୍ର । ଏପଟେ ୩ବର୍ଷର ଟିକିଝିଅକୁ ଧରି ଭୁବନେଶ୍ୱରରେ ରହୁଥିବା ମନୋଜଙ୍କ ପତ୍ନୀ ବି ସ୍ୱାମୀଙ୍କୁ ଝୁରି ହେଉଛନ୍ତି ରାତିଦିନ ।ପୁଲୱାମା ବିସ୍ଫୋରଣରେ ସହିଦ ଓଡ଼ିଆଙ୍କ ମଧ୍ୟରୁ ଅନ୍ୟ ଜଣେ ହେଲେ ଜଗତସିଂହପୁର ନାଉଗାଁ ବ୍ଲକ୍ ପାରିଶିଖର ଗାଁର ପ୍ରସନ୍ନ ସାହୁ। ପତ୍ନୀ ମୀନାଙ୍କ ଆଖିରେ ଲୁହ ଜକେଇ ଆସୁଛି । ମଥାରୁ ସିନ୍ଦୂର ପୋଛି ନେଇଥିବା ଲୋମଟାଙ୍କୁରା ଘଟଣାକୁ ଭାବି ଭାବି । ମୀନାଙ୍କ ଦୁନିଆ କହିଲେ ପୁଅ ଜଗନ ଆଉ ଝିଅ ରୋନି । ସୁଖଦୁଃଖରେ ଚଳିଯାଉଛି ସଂସାର ।

ଅନୁକମ୍ପା ରାଶି ଯାହା ମିଳିବା କଥା ତାହା ବି ମିଳିଛି । ହେଲେ ସହିଦ୍ ପ୍ରସନ୍ନ ପଢିଥିବା ସ୍କୁଲ ଓ ଶିଖରଘାଟ ପୋଲକୁ ଏଯାଏଁ ପ୍ରସନ୍ନଙ୍କ ନାଁରେ ନାମିତ କରାଯାଇନି କି ସହିଦ୍ ପାର୍କ ବି ନିର୍ମାଣ ହୋଇନି । କେବଳ ଗାଁ ଲୋକଙ୍କ ସହଯୋଗରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ବୋଲି ପତ୍ନୀ କହିବା ସହ କ୍ଷୋଭ ପ୍ରକାଶ କରିଛନ୍ତି। ସାରା ଦେଶ ଆଜି ପୁଲୱାମା ସହିଦଙ୍କ ବୀରଗାଥାକୁ ମନେପକାଉଛି । ତାଙ୍କ ସ୍ମୁତି ଉଦ୍ଦେଶ୍ୟରେ କେନ୍ଦୁଝର ଆନନ୍ଦପୁରର ଅଟୋଚାଳକ ନରେନ୍ଦ୍ର ଜେନା ୩ଦିନ ପାଇଁ ମାଗଣା ସେବା ଆରମ୍ଭ କରିଛନ୍ତି। ବଜାରଠୁ ଆରମ୍ଭ କରି ମନ୍ଦିର ଓ ମେଡ଼ିକାଲ୍ ଯିବାକୁ ଚାହୁଁଥିବା ବ୍ୟକ୍ତି ମାଗଣା ଅଟୋ ସେବା ପାଇପାରିବେ । ସେହିପରି ଚକ୍ ଖଡ଼ିରେ ସହିଦ ୪୦ ଯବାନଙ୍କ ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲେଶ୍ୱର ସୋରର ଶିଳ୍ପୀ ଅଜୟ ଘୋଷ ।

Advertisment
Pulwama Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe