Advertisment

ଲକଡାଉନରେ ଆସିଲା ନନ୍ଦିତାଙ୍କ ନୂଆ ଫିଲ୍ମ

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): କରୋନା ଲକଡାଉନ ଆସିଲାନି ଯାହା ମହିଳାଙ୍କ ପ୍ରତି ଘରୋଇ ହିଂସାର ସୁଯୋଗ ସାଥିରେ ନେଇଆସିଲା। ଆପଣ ଭାବୁଛନ୍ତି କରୋନା ସହ ହିଂସାର କଣ ସମ୍ପର୍କ? ହଁ ସମ୍ପର୍କ ରହିଛି। ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ସାରା ଦେଶକୁ ଲକଡାଉନ କରାଯାଇଥିବା ବେଳେ ସମସ୍ତେ ଘରେ ରହୁଥିଲେ। ଏହାରି ଭିତରେ ମହିଳାଙ୍କ ପ୍ରତି ଘରୋଇ ହିଂସା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। କରୋନା କଟକଣା ଯୋଗୁ ନା ପୀଡ଼ିତାମାନଙ୍କୁ କେହି ସହଯୋଗର ହାତ ବଢ଼ାଇପାରୁଥିଲା […]

ଲକଡାଉନରେ ଆସିଲା ନନ୍ଦିତାଙ୍କ ନୂଆ ଫିଲ୍ମ

nandita-das

Advertisment

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): କରୋନା ଲକଡାଉନ ଆସିଲାନି ଯାହା ମହିଳାଙ୍କ ପ୍ରତି ଘରୋଇ ହିଂସାର ସୁଯୋଗ ସାଥିରେ ନେଇଆସିଲା। ଆପଣ ଭାବୁଛନ୍ତି କରୋନା ସହ ହିଂସାର କଣ ସମ୍ପର୍କ? ହଁ ସମ୍ପର୍କ ରହିଛି। ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ସାରା ଦେଶକୁ ଲକଡାଉନ କରାଯାଇଥିବା ବେଳେ ସମସ୍ତେ ଘରେ ରହୁଥିଲେ। ଏହାରି ଭିତରେ ମହିଳାଙ୍କ ପ୍ରତି ଘରୋଇ ହିଂସା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। କରୋନା କଟକଣା ଯୋଗୁ ନା ପୀଡ଼ିତାମାନଙ୍କୁ କେହି ସହଯୋଗର ହାତ ବଢ଼ାଇପାରୁଥିଲା ନା ସେମାନେ ପୋଲିସ ସହାୟତା ପାଇଁ ଘରୁ ବାହାରି ପାଡ଼ୁଥିଲେ। ସତରେ କ'ଣ ନାରୀ ନିର୍ଯ୍ୟାତନାର ଅନ୍ତ କେବେ ବି ସମ୍ଭବ ନୁହେଁ?

Advertisment

ଫିଲ୍ମ ନିର୍ମାତା ନନ୍ଦିତା ଦାସଙ୍କ ଶର୍ଟ ଫିଲ୍ମ ଦେଖିଲେ କିଛି ଏଭଳି ପ୍ରଶ୍ନ ମନରେ ଉଙ୍କି ମାରୁଛି। ସତରେ ଯୁଗ ବଦଳିଗଲା କିନ୍ତୁ ନାରୀ ନିର୍ଯ୍ୟାତନା କାଲି ବି ଥିଲା ଆଉ ଆଜି ବି ରହିଛି। ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ମାତ୍ର ୭ ମିନିଟର ଚମତ୍କାର କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ଉପସ୍ଥାପନ କରିଛନ୍ତି ନନ୍ଦିତା। ଲକଡାଉନ ଅବଧି କିଭଳି ମହିଳାଙ୍କ ଦୁଃଖର କାରଣ ପାଲଟିଛି ଏହି ଫିଲ୍ମରେ ଦେଖିବାକୁ ମିଳିଛି।

ଲକଡାଉନ ସମୟକୁ ନନ୍ଦିତା ଏହି ଫିଲ୍ମ ନିର୍ମାଣରେ ଉପଯୋଗ କରିଛନ୍ତି। ଘରୋଇ ହିଂସା ଫିଲ୍ମର ମୁଖ୍ୟ ବିଷୟବସ୍ତୁ ରହିଛି। ଏହି ୭ ମିନିଟର କ୍ଷୁଦ୍ର ଚଳଚ୍ଚିତ୍ରର ନାମ ହେଉଛି 'ଲିସେନ୍ ଟୁ ହର୍' (Listen to Her)। ଫିଲ୍ମରେ ନିଜେ ନନ୍ଦିତା ଅଭିନୟ କରିଥିବା ବେଳେ ତାଙ୍କ ପୁଅ ବିହାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

Advertisment

ଫିଲ୍ମରେ ନନ୍ଦିତା ଘରେ ଥାଇ ଓ୍ୱାର୍କ ଫ୍ରମ୍ ହୋମ୍ ପନ୍ଥାରେ କାମ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ହେଲେ ଜଣେ ପତ୍ନୀ ଓ ମାଆ ଭାବରେ ତାଙ୍କ କାନ୍ଧରେ ଥିବା ଘରୋଇ ଜଞ୍ଜାଳ ତାଙ୍କୁ ଓ୍ୱାର୍କ ଫ୍ରମ୍ ହୋମ୍ ବା ଘରେ ରହି ଅଫିସ କାମ କରିବାରେ ବାଧା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଏଭଳି ଏକ ବ୍ୟସ୍ତ ବହୁଳ ଦିନ ଭିତରେ ତାଙ୍କୁ ହଠାତ୍ ଏକ ଅଜଣା ନମ୍ୱରରୁ କଲ୍ ଆସିଛି। ପ୍ରଥମେ ନନ୍ଦିତା କଲ୍ କାଟିଦିଅନ୍ତି। ହେଲେ ପରେ ପରେ ସେ ଘରୋଇ ହିଂସାର ଶିକାର ପୀଡ଼ିତାଙ୍କ ହୃଦବିଦାରକ ଚିତ୍କାର ଓ କାହାଣୀ ଶୁଣନ୍ତି।

ନନ୍ଦିତା ଘରେ ରହି ଏହି ଫିଲ୍ମଟି ଶୁଟିଂ କରିଛନ୍ତି। ବିନା କ୍ରିଉ, କ୍ୟାମେରା, ଟ୍ରାଇପଡରେ କେବଳ ନିଜ ପୁରୁଣା ଫୋନ୍ ବ୍ୟବହାର କରି ଫିଲ୍ମକୁ ଶୁଟ୍ କରିଛନ୍ତି। ତାଙ୍କ ରୋଷେୟା ଭାରତ ଫୋନ କ୍ୟାମେରା ପରିଚାଳନା କରିବାରେ ତାଙ୍କୁ ସହଯୋଗ କରିଥିବା ବେଳେ ଟିମ୍ ସଦସ୍ୟଙ୍କୁ ଭିଡିଓ କଲରେ ରଖି ନନ୍ଦିତା ଫିଲ୍ମର ଏକ ଦୃଶ୍ୟଭାବେ ଏହାକୁ ବ୍ୟବହାର କରିଛନ୍ତି।

ସୂଚନା ଥାଉ କି, ଲକଡାଉନ ଅବଧିରେ ମାର୍ଚ୍ଚ ୨୩ରୁ ଏପ୍ରିଲ ୧୬ ଭିତରେ ଜାତୀୟ ମହିଳା କମିଶନ ୫୮୭ଟି ଅଭିଯୋଗ ପଞ୍ଜିକରଣ କରିଥିଲେ, ଯେଉଁଥିରୁ ୨୩୯ଟି ମହିଳାଙ୍କ ପ୍ରତି ଘରୋଇ ହିଂସା ମାମଲା ରହିଥିଲା। ଏହାପୂର୍ବରୁ ଫେବୃୟାରୀ ୨୭ରୁ ମାର୍ଚ୍ଚ ୨୨ ସୁଦ୍ଧା ୧୨୩ଟି ଘରୋଇ ହିଂସା ମାମଲା ଜାତୀୟ ମହିଳା କମିଶନ ପଞ୍ଜୀକୃତ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe