Advertisment

ଦିନେ ରକ୍ତର ହୋଲି ଖେଳୁଥିଲେ, ଏବେ ସେ ଚାଷୀ ନେତା

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଆଦିବାସୀଙ୍କ ହକ୍‌ ପାଇଁ ଲଢ଼େଇ କରିବାକୁ ଯାଇ ନକ୍ସଲରେ ସାମିଲ୍‌ ହୋଇଥିଲେ। ଆଉ ଘଞ୍ଚ ଜଙ୍ଗଲ ଭିତରେ ଖେଳୁଥିଲେ ରକ୍ତର ହୋଲି। ହେଲେ ଆଜି ସେ ପାଲଟିଯାଇଛନ୍ତି ଜଣେ ପୋଖତ ଚାଷୀ। ବନ୍ଧୁକ ବଦଳରେ ହାତରେ ଧରିଛନ୍ତି ଦା’ ଓ କୋଦାଳ। ଚାଷୀଙ୍କ ହକ୍‌ ପାଇଁ ସେ ଲଢ଼େଇ କରୁଛନ୍ତି। ସେ ହେଉଛନ୍ତି ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳର ଶୁକଦେବ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ବିକାଶ […]

ଦିନେ ରକ୍ତର ହୋଲି ଖେଳୁଥିଲେ, ଏବେ ସେ ଚାଷୀ ନେତା

Malkangiri

Advertisment

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଆଦିବାସୀଙ୍କ ହକ୍‌ ପାଇଁ ଲଢ଼େଇ କରିବାକୁ ଯାଇ ନକ୍ସଲରେ ସାମିଲ୍‌ ହୋଇଥିଲେ। ଆଉ ଘଞ୍ଚ ଜଙ୍ଗଲ ଭିତରେ ଖେଳୁଥିଲେ ରକ୍ତର ହୋଲି। ହେଲେ ଆଜି ସେ ପାଲଟିଯାଇଛନ୍ତି ଜଣେ ପୋଖତ ଚାଷୀ। ବନ୍ଧୁକ ବଦଳରେ ହାତରେ ଧରିଛନ୍ତି ଦା’ ଓ କୋଦାଳ। ଚାଷୀଙ୍କ ହକ୍‌ ପାଇଁ ସେ ଲଢ଼େଇ କରୁଛନ୍ତି। ସେ ହେଉଛନ୍ତି ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳର ଶୁକଦେବ।

Advertisment

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ବିକାଶ କରିବା ପାଇଁ ଶୁକଦେବ ୨୦୦୨ ମସିହାରେ ନକ୍ସଲରେ ସାମିଲ ହୋଇଥିଲେ। ସେ ମିଲିସିଆ ସଦସ୍ୟ ଭାବେ ଯୋଗଦେଇଥିଲେ। ନକ୍ସଲଙ୍କ ବିଭିନ୍ନ ଅପରେସନ୍‌ରେ ନିଜକୁ ସାମିଲ କରାଉଥିଲେ ଶୁକଦେବ। ସେହି ସମୟରେ ନକ୍ସଲ ନେତାଙ୍କ ଆଖି ତାଙ୍କ ଉପରେ ପଡ଼ିଥିଲା। ଆଉ ସେ ବନିଗଲେ କମାଣ୍ଡାଣ୍ଟ୍‌। ଘଞ୍ଚ ଜଙ୍ଗଲରେ ରକ୍ତର ହୋଲି ଖେଳୁଥିଲେ ମଧ୍ୟ ନିଜ ଉଦ୍ଦେଶ୍ୟ ପୂରଣ ହେଉନଥିବା ମର୍ମେ ମର୍ମେ ଅନୁଭବ କରୁଥିଲେ ଶୁକଦେବ। ନକ୍ସଲଙ୍କ କାର୍ଯ୍ୟ ଶୈଳୀରେ ଅତିଷ୍ଠ ହୋଇ ସେ ୨୦୧୬ ମସିହାରେ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ଶୁକଦେବ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ ଗାଁକୁ ଫେରିଥିଲେ। ଲୋକଙ୍କ ଜମିକୁ ଭାଗରେ ନେଇ ଚାଷ କାର୍ଯ୍ୟ କଲେ। ସେଥିରୁ ଯାହା ଉପାର୍ଜନ ହେଉଥିଲା, ସେଥିରେ ଚଳୁଥିଲା ପୂରା ପରିବାର। ଚାଷ କରିବା ସମୟରେ ଚାଷୀଙ୍କ ସମସ୍ୟାକୁ ଅତି ନିକଟରୁ ଦେଖିବାକୁ ପାଇଥିଲେ। ପରବର୍ତ୍ତୀ ସମୟରେ ସେହି ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡ଼ି ଥିଲେ। ଯେଉଁଥିପାଇଁ ସେ ସବୁ ଚାଷୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି।

Advertisment

ଚାଷ ପ୍ରତି ଶୁକଦେବଙ୍କ ଉତ୍ସର୍ଗୀକୃତ ମନୋଭାବ କାଲିମେଳା ଲ୍ୟାମ୍ପର ସଭାପତି ଦୌଡରେ ସାମିଲ କରଇଥିଲା। ପରେ ନିର୍ବାଚିତ ମଧ୍ୟ ହୋଇଥିଲେ। କୃଷି ଓ କୃଷକଙ୍କ ହକ୍‌ ପାଇଁ ଦିନରାତି ଏକ କରି କାମ କରୁଛନ୍ତି।

ଶୁକଦେବଙ୍କ ଏହି ପରିବର୍ତ୍ତନ ଓ ଲୋକଙ୍କ ପାଇଁ କାମ କରିବାର ଇଚ୍ଛଶକ୍ତି ଦେଖି ବେଶ ପ୍ରଶଂସା କରୁଛନ୍ତି ସ୍ଥାନୀୟ ଲୋକେ। ଦସ୍ୟୁ ରତ୍ନାକରରୁ ବାଲ୍ମିକୀ ପାଲଟିଥିବା ଶୁକଦେବ ଉପରେ ଭରସା କରିଛନ୍ତି ଚାଷୀ। ଆଗାମୀ ଦିନରେ ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରଖିବେ ବୋଲି ଶୁକଦେବ କହିଛନ୍ତି। ଅନ୍ୟପକ୍ଷରେ ପୁଲିସ ମଧ୍ୟ ଶୁକଦେବଙ୍କ ଏହି ପରିବର୍ତ୍ତନକୁ ପଜିଟିଭ୍‌ ଭାବେ ନେଇଛି। ଶୁକଦେବଙ୍କ ଏହି ପରିବର୍ତ୍ତନ କେବଳ ନକ୍ସଲ ନୁହେଁ, ବରଂ ଖରାପ ରାସ୍ତାକୁ ଯାଉଥିବା ଯୁବ ପିଢୀମାନଙ୍କୁ ଏକ ବଡ଼ ଉଦାହରଣ ହେବ ବୋଲି ମାଲକାନଗିରି ଅତିରିକ୍ତ ଏସ୍‌ପି ବଳଭଦ୍ର ଦୀପ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe