Advertisment

ଚିକିତ୍ସା ପାଇଁ ବିଦେଶ ଯାଇଥିଲେ, ଡାକ୍ତରଙ୍କ ଝିଅଙ୍କୁ ଦେଇ ବସିଥିଲେ ହୃଦୟ

‘ତୁମ୍ ମୁଝେ ଖୁନ୍ ଦୋ, ମେଁ ତୁମହେ ଆଜାଦୀ ଦୁଙ୍ଗା’…! ଏହି ନାରାକୁ ଦେଶର ସବୁ ନାଗରିକ ଭଲଭାବେ ଜାଣନ୍ତି। ଏହି ନାରା ଜରିଆରେ ଦେଶବାସୀଙ୍କ ମନରେ ସ୍ୱାଧୀନତାର ରଣହୁଙ୍କାର ଭରିଥିବା ସେହି ମହାନ ବ୍ୟକ୍ତିତ୍ୱ ହେଉଛନ୍ତି ବିଶିଷ୍ଟ କ୍ରାନ୍ତିକାରୀ ସୁଭାଷ ଚନ୍ଦ୍ର ବୋଷ। ସୁଭାଷ ବୋଷଙ୍କ ଜନ୍ମ ଜାନୁଆରୀ ୨୩, ୧୮୯୭ ମସିହାରେ ଓଡ଼ିଶାର କଟକ ସହରରେ ହୋଇଥିଲା। ବୋଷଙ୍କର ସାର୍ବଜନୀନ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନୀ ଉପରେ ବହୁତ ଚର୍ଚ୍ଚା ହୁଏ। ଯଦି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଚିକିତ୍ସା ପାଇଁ ବିଦେଶ ଯାଇଥିଲେ, ଡାକ୍ତରଙ୍କ ଝିଅଙ୍କୁ ଦେଇ ବସିଥିଲେ ହୃଦୟ

bose

'ତୁମ୍ ମୁଝେ ଖୁନ୍ ଦୋ, ମେଁ ତୁମହେ ଆଜାଦୀ ଦୁଙ୍ଗା'…! ଏହି ନାରାକୁ ଦେଶର ସବୁ ନାଗରିକ ଭଲଭାବେ ଜାଣନ୍ତି। ଏହି ନାରା ଜରିଆରେ ଦେଶବାସୀଙ୍କ ମନରେ ସ୍ୱାଧୀନତାର ରଣହୁଙ୍କାର ଭରିଥିବା ସେହି ମହାନ ବ୍ୟକ୍ତିତ୍ୱ ହେଉଛନ୍ତି ବିଶିଷ୍ଟ କ୍ରାନ୍ତିକାରୀ ସୁଭାଷ ଚନ୍ଦ୍ର ବୋଷ। ସୁଭାଷ ବୋଷଙ୍କ ଜନ୍ମ ଜାନୁଆରୀ ୨୩, ୧୮୯୭ ମସିହାରେ ଓଡ଼ିଶାର କଟକ ସହରରେ ହୋଇଥିଲା। ବୋଷଙ୍କର ସାର୍ବଜନୀନ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନୀ ଉପରେ ବହୁତ ଚର୍ଚ୍ଚା ହୁଏ। ଯଦି ଆମେ ବ୍ୟକ୍ତିଗତ ଜୀବନ କଥା କହିବା, ତାହେଲେ ଦେଶର ଏହି ମହାନ ସୁପୁତ୍ର କିପରି ଚିକିତ୍ସା ପାଇଁ ବିଦେଶ ଗସ୍ତ ବେଳେ ଜଣେ ଡାକ୍ତରଙ୍କ ଝିଅଙ୍କୁ ନିଜ ହୃଦୟର ରାଣୀ କରିଥିଲେ। ଆସନ୍ତୁ ସେହି ବିଷୟରେ ଜାଣିବା।

Advertisment

Image of Netaji Subhash with his friends

୧୯୩୪ରେ ଯେତେବେଳେ ସୁଭାଷ ବୋଷ ନିଜର ଚିକିତ୍ସା କରାଇବା ପାଇଁ ଅଷ୍ଟ୍ରିଆ ଯାଇଥିଲେ, ସେତେବେଳେ ତାଙ୍କୁ ନିଜର ଆତ୍ମଜୀବନୀ ଲେଖିବା ପାଇଁ ଜଣେ ଇଂରାଜୀ ଟାଇପିଷ୍ଟଙ୍କର ଆବଶ୍ୟକ ଥିଲା। ବୋଷଙ୍କର ଜଣେ ବନ୍ଧୁ ଏମିଲୀ ଶେଙ୍କଲ ନାମକ ଅଷ୍ଟ୍ରୀୟ ମହିଳାଙ୍କୁ ତାଙ୍କ ସହ ସାକ୍ଷାତ କରାଇଥିଲେ। ଏମିଲୀଙ୍କ ପିତା ଜଣେ ପ୍ରଖ୍ୟାତ ପଶୁଚିକିତ୍ସକ ଥିଲେ। ଏମିଲୀ ସୁଭାଷ ବୋଷଙ୍କ ଟାଇପିଷ୍ଟ ଭାବେ କାମ କରିବା ଆରମ୍ଭ କରିଥିଲେ। ଧୀରେ ଧୀରେ ସୁଭାଷ ବୋଷ ଓ ଏମିଲୀଙ୍କ ମଧ୍ୟରେ ବନ୍ଧୁତା ବଢ଼ିଯାଇଥିଲା, ଯାହା ପରବର୍ତ୍ତୀ ସମୟରେ ପ୍ରେମର ରୂପ ନେଇଥିଲା। ଉଭୟ ସୁଭାଷ ବୋଷ ଓ ଏମିଲୀ ପରସ୍ପରକୁ ବହୁତ ଭଲ ପାଉଥିଲେ।

wife of subhas bose emily senkal

ଦୁହେଁ ୧୯୩୭ରେ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ହେଲେ ଦୁହେଁ ନିଜର ବିବାହକୁ ଗୋପନ ରଖିଥିଲେ। ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଏମିଲୀ ନଭେମ୍ବର ୨୯, ୧୯୪୨ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଝିଅର ନାମ ଅନିତା ରଖାଯାଇଥିଲା। ଇଟାଲୀର କ୍ରାନ୍ତିକାରୀ ନେତା ଗେରାବାଲ୍ଡିଙ୍କର ବ୍ରାଜିଲ ପତ୍ନୀ ଅନିତା ଗେରାବାଲ୍ଡିଙ୍କ ସମ୍ମାନରେ ସୁଭାଷ ବୋଷ ନିଜର ଝିଅର ନାମକରଣ କରିଥିଲେ।

Advertisment

ଅଗଷ୍ଟ, ୧୯୪୫ରେ ତାଇୱାନରେ ହୋଇଥିବା ବିମାନ ଦୁର୍ଘଟଣାରେ ଯେତେବେଳେ ବୋଷଙ୍କର ମୃତ୍ୟୁ ହେଲା, ସେତେବେଳେ ଅନିତା ମାତ୍ର ଦୁଇବର୍ଷ ୯ମାସର ହୋଇଥିଲେ। ବୋଷଙ୍କ ମୃତ୍ୟୁ ପରେ ପତ୍ନୀ ଏମିଲୀ ନିଜ ଘର ଚଳାଇବା ଓ ଝିଅ ଅନିତାକୁ ପାଳନପୋଷଣ କରିବା ପାଇଁ ଏକ ପୋଷ୍ଟ ଅଫିସରେ ଚାକିରି କରିଥିଲେ। ଏମିଲୀ କେବେବି ସୁଭାଷ ବୋଷଙ୍କ ସହ ନିଜ ସମ୍ପର୍କକୁ ସାର୍ବଜନୀନ କରିନଥିଲେ। ସେ ନିଜ ପତିଙ୍କର ନାମକୁ ଗୁପ୍ତ ରଖିଥିଲେ। ଏ ନେଇ ଏମିଲୀଙ୍କ ଝିଅ ଅନିତା କହିଛନ୍ତି, ମୋ ପିତାଙ୍କର ମୃତ୍ୟୁ ଖବର ରେଡିଓରେ ମିଳିଥିଲା। ଏହି ଖବର ଶୁଣି ମୋ ମା' ଖୁବ୍ କାନ୍ଦିଥିଲେ। ଯେତେବେଳେ ପିତାଙ୍କର ଦେହାନ୍ତ ହେଲା, ଅନିତା ବହୁତ ଛୋଟ ଥିଲେ। ବଡ଼ ହେବା ପରେ ଅନିତା ବୋଷ ନିଜ ପିତାଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ମଝିରେ ମଝିରେ ଭାରତ ଆସନ୍ତି।

Subhas Chandra Bose's daughter Anita

ଅନିତା ବୋଷ ଜର୍ମାନୀର ଜଣେ ଅର୍ଥଶାସ୍ତ୍ରୀଜ୍ଞ ଥିଲେ। ସେ ଅଗ୍ସବର୍ଗ ୟୁନିଭର୍ସିଟିରେ ପ୍ରଫେସର୍ ଥିଲେ। ଅନିତା ମାର୍ଟିନ୍ ଫାଫଙ୍କୁ ବିବାହ କରିଥିଲେ, ଯିଏ ଜର୍ମାନୀରେ ସୋଶାଲ ଡେମୋକ୍ରାଟିକ୍ ପାର୍ଟି ତରଫରୁ ବୁନ୍ଦେଷ୍ଟାଗର ପ୍ରତିନିଧିତ୍ୱ କରିଥିଲେ। ତାଙ୍କର ଦୁଇ ପୁତ୍ର ପିଟର ଅରୁଣ ଓ ଥୋମାସ୍ କ୍ରିଷ୍ଣା ଓ ଜଣେ ଝିଅ ମାୟା କାରିନା ଅଛନ୍ତି।

Netaji Subhas Chandra Bose Jayanti Parakram Diwas