Advertisment

ମକର ସଂକ୍ରାନ୍ତି ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ୬ଟି କାମ

ମକର ସଂକ୍ରାନ୍ତିର ପର୍ବକୁ ସାରା ଦେଶ ବହୁତ ଧୁମଧାମରେ ସହିତ ପାଳନ କରାଯାଏ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁଯାୟୀ ନୂଆ ଫଳ ଓ ନୂଆ ଋତୁର ଆଗମନକୁ ନେଇ ମକର ସଂକ୍ରାନ୍ତି ପାଳନ କରାଯାଏ। ଏହି ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରିଥା’ନ୍ତି। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବହୁତ ବଡ ମହତ୍ୱ ରହିଛି। ଏହି ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ନଦୀ ଏବଂ ବିଭିନ୍ନ ପବିତ୍ର […]

ମକର ସଂକ୍ରାନ୍ତି ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ୬ଟି କାମ

Untitled-1

Advertisment

ମକର ସଂକ୍ରାନ୍ତିର ପର୍ବକୁ ସାରା ଦେଶ ବହୁତ ଧୁମଧାମରେ ସହିତ ପାଳନ କରାଯାଏ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁଯାୟୀ ନୂଆ ଫଳ ଓ ନୂଆ ଋତୁର ଆଗମନକୁ ନେଇ ମକର ସଂକ୍ରାନ୍ତି ପାଳନ କରାଯାଏ। ଏହି ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରିଥା'ନ୍ତି। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବହୁତ ବଡ ମହତ୍ୱ ରହିଛି। ଏହି ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ନଦୀ ଏବଂ ବିଭିନ୍ନ ପବିତ୍ର ନଦୀରେ ସ୍ନାନ କରିବା ସହ ଦାନ, ଧର୍ମ ଆଦି କରିଥାନ୍ତି। କିନ୍ତୁ ଏହି ଦିନରେ ଅନେକ କାମ ଏମିତି ଅଛି ଯାହାକୁ ଆପଣ ଭୁଲରେ ବି କରିବା ଅନୁଚିତ। ନଚେତ ଆପଣ ସଙ୍କଟକୁ ସାମ୍ନା କରିପାରନ୍ତି। ତେବେ ଆସନ୍ତୁ ଜାଣିବା କ'ଣ ସେହି କାମ ।

Advertisment

ବିନା ପୂଜାରେ ଖାଇବା: ମକର ସଂକ୍ରାନ୍ତି ଦିନ ବିନା ପୂଜା ପାଠରେ କିଛି ବି ଖାଇବା ଅଶୁଭ ବୋଲି ବିଶ୍ବାସ କରାଯାଏ। ଏହି ଶୁଭ ଦିନ ଅବସରରେ ପୂଜା ସାରିବା ପରେ ହିଁ ଭୋଜନ କରିବା ଉଚିତ।

ବିଳମ୍ବରେ ଉଠିବା:  ମକର ସଂକ୍ରାନ୍ତି ଦିନ ବିଳମ୍ବରେ ଉଠିବା ଅନୁଚିତ । ଅଧିକ ସମୟ ପର୍ଯ୍ୟନ୍ତ  ମହିଳା ଏବଂ ଘରର ଅନ୍ୟ ସଦସ୍ୟ ଶୋଇବା ଅଶୁଭ ହୋଇଥାଏ । ସକାଳୁ ଶୀଘ୍ର ଉଠି ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ନିଜ ପାଇଁ ଏବଂ ନିଜ ପରିବାର ପାଇଁ ଶୁଭ ମନାସୀ ପ୍ରାର୍ଥନା କରିବା ଉଚିତ।

Advertisment

ଆମିଷ ସେବନ: କିଛି ଲୋକ ପର୍ବର ଖୁସିରେ ମାଂସାହାରୀ ଭୋଜନ କରିବାକୁ ପସନ୍ଦ କରନ୍ତି କିନ୍ତୁ ଏମିତି କରିବାକୁ ଅଶୁଭ। ସଂକ୍ରାନ୍ତି ଦିନରେ ମାଂସ ତଥା ଆମିଷ ସେବନ କରୁଥିବା ଲୋକ ପାପୀର ଭାଗିଦାର ହୋଇଯା'ନ୍ତି । ଏହି ଦିନ ଆମିଷ ଠାରୁ ଦୂରେଇ ରହିବା ଉଚିତ।

ନିଶା ଦ୍ରବ୍ୟ ସେବନ: ମକର ସଂକ୍ରାନ୍ତି ଦିନ ମଦ, ଗୁଟଖା, ସିଗାରେଟ ଆଦି ସେବନ କରିବା ଠାରୁ ଦୂରେଇ ରୁହନ୍ତୁ। କୌଣସି ବି ଶୁଭ ଦିନରେ ଏହି ସବୁ ନିଶା ଦ୍ରବ୍ୟକୁ ସେବନ କରିବା ଅନୁଚିତ।

ଫସଲ କାଟିବା: ଲୋଡି ବା ମକର ସଂକ୍ରାନ୍ତିକୁ ପ୍ରକୃତି ସହ ଯୋଡି ହୋଇ ରହିଥିବା ପର୍ବ ବୋଲି ବିଶ୍ବାସ କରାଯାଏ। ଏହି ଦିନ ଯଦି ଆପଣ ଫସଲ କାଟିବା ପାଇଁ ଯୋଜନା କରୁଛନ୍ତି ତେବେ ତାକୁ ଘୁଞ୍ଚାଇ ଦିଅନ୍ତୁ। ଏହି ଦିନ କୌଣସି ବି ପ୍ରକାର କଟା କଟି କଲେ ତାହା ଅଶୁଭ ବୋଲି ହୋଇଥାଏ ବୋଲି ବିଶ୍ବାସ ରହିଛି।

ଝଗଡା କରିବା: ମକର ସଂକ୍ରାନ୍ତିର ଶୁଭ ଅବସରରେ କାହା ସହିତ କୌଣସି ପ୍ରକାର ଗଣ୍ଡଗୋଳ କିମ୍ବା ଝଗଡା କରିବ ଉଚିତ ନୁହେଁ । ଯେତେ ସମ୍ଭବ ଏସବୁ ଠାରୁ ଦୁରେଇ ରୁହନ୍ତୁ। ସାଧାରଣତଃ ବୟସ୍କ କିମ୍ବା ଗୁରୁଜନଙ୍କ କୌଣସି କଥାକୁ ଧରି ବସିବା ପରିବର୍ତ୍ତେ ଶ୍ରଦ୍ଧାପୂର୍ବକ ତାଙ୍କର ସମସ୍ତ କଥା ମାନିନେବା ଉଚିତ। ଏହା ଦ୍ୱାରା ସୂର୍ଯ୍ୟ ଦେବଙ୍କର କୃପାଲାଭ ହୋଇଥାଏ।

Makara Sankranti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe