Advertisment

ପଥର ମାଫିଆଙ୍କ ନୂଆ କୀର୍ତ୍ତି- ଓଡ଼ିଶାର ଲଦାଖ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସୁଉଚ୍ଚ ପାହାଡ, ଚାରିଆଡ଼େ  ସବୁଜ ବନାନୀ, ଆଉ ତା ମଧ୍ୟରେ ଭରି ରହିଛି ନୀଳ ଜଳରାଶି। ଏହା କୌଣସି ଫରେନ ଲୋକେସନ୍‌ ନୁହେଁ, ଏପରି ଦୃଶ୍ୟରାଜିର ସୌନ୍ଦର୍ଯ୍ୟକୁ ଉପଭୋଗ କରିହେବ ଆମ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ। ଆକାଶ  ମାର୍ଗରୁ ଦେଖିଲେ ଆଖି ଲାଖି ଯାଉଥିବା ଏପରି  ସ୍ଥାନ ଏବେ  ଯୁବପିଢ଼ି ପାଇଁ ଏକ ନୂଆ ହ୍ୟାଙ୍ଗ୍‌ଆଉଟ୍‌ ଡେଷ୍ଟିନେସନ ସାଜିଛି। କିଏ କିଏ ଏହାକୁ ଓଡ଼ିଶାର ଲଦାଖ ବୋଲି ମଧ୍ୟ କହିବାକୁ ପଛାଉ ନାହାନ୍ତି। ଡ୍ରୋନ୍ […]

ଅଦ୍ୟତନ ହୋଇଛି
ପଥର ମାଫିଆଙ୍କ ନୂଆ କୀର୍ତ୍ତି- ଓଡ଼ିଶାର ଲଦାଖ

kkhorda-11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସୁଉଚ୍ଚ ପାହାଡ, ଚାରିଆଡ଼େ  ସବୁଜ ବନାନୀ, ଆଉ ତା ମଧ୍ୟରେ ଭରି ରହିଛି ନୀଳ ଜଳରାଶି। ଏହା କୌଣସି ଫରେନ ଲୋକେସନ୍‌ ନୁହେଁ, ଏପରି ଦୃଶ୍ୟରାଜିର ସୌନ୍ଦର୍ଯ୍ୟକୁ ଉପଭୋଗ କରିହେବ ଆମ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ। ଆକାଶ  ମାର୍ଗରୁ ଦେଖିଲେ ଆଖି ଲାଖି ଯାଉଥିବା ଏପରି  ସ୍ଥାନ ଏବେ  ଯୁବପିଢ଼ି ପାଇଁ ଏକ ନୂଆ ହ୍ୟାଙ୍ଗ୍‌ଆଉଟ୍‌ ଡେଷ୍ଟିନେସନ ସାଜିଛି। କିଏ କିଏ ଏହାକୁ ଓଡ଼ିଶାର ଲଦାଖ ବୋଲି ମଧ୍ୟ କହିବାକୁ ପଛାଉ ନାହାନ୍ତି।

Advertisment

Nijigarh, Tapnga

ଡ୍ରୋନ୍ କ୍ୟାମେରାରେ ନିଆଯାଇଥିବା ଏଭଳି ଅନେକ ଭିଡିଓ ଏବଂ ଚିତ୍ତାକର୍ଷକ ଫଟୋ ସୋଶାଲ ମିଡିଆରେ ଦେଖିବାକୁ ମିଳିଯିବ ।  ସୁନ୍ଦର ସୁନ୍ଦର କ୍ୟାପସନ ସହ ଫେସବୁକ, ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ସେଲଫି ଅପଲୋଡ କରୁଛନ୍ତି ୟୁଜର୍ସ  । ଯୁବକ‌ମାନଙ୍କ ପାଇଁ ଏକ ନୂଆ ହ୍ୟାଙ୍ଗଆଉଟ ଡେଷ୍ଟିନେସନ ସାଜିଥିବା ଏହି ସ୍ଥାନ ହେଉଛି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ । ଯାହା ବର୍ତ୍ତମାନ ଯୁବ ପିଢ଼ିଙ୍କ ପାଇଁ ଓଡ଼ିଶାର ଲଦାଖ ଭାବରେ ପରିଚୟ ପାଇଛି ।

beauty of tapanga mine

ଖାସ୍ ସେଥିପାଇଁ  ଯୁବଗୋଷ୍ଠୀଙ୍କ ମଧ୍ୟରେ ଏବେ ଏହି ସ୍ଥାନକୁ ନେଇ ବେଶ୍ ଉତ୍କଣ୍ଠା । ଫଟୋଗ୍ରାଫି, ସିନେମାଟୋଗ୍ରାଫି, ପ୍ରି ୱେଡିଙ୍ଗ୍ , ମ୍ୟୁଜିକ ଭିଡିଓ ସୁଟିଂ ପାଇଁ ଏହି ସ୍ଥାନରେ ପ୍ରତିଦିନ ଭିଡ଼ ଜମୁଛି  ।

Advertisment

Tapanga, khordha

ଏପରି ମନଲୋଭ ଦୃଶ୍ୟ ଦେଖିବାକୁ ବେଶି ବାଟ ଯିବାକୁ ପଡ଼ିବ ନାହିଁ।  ଖୋର୍ଦ୍ଧା ସହରରୁ ମାତ୍ର ୧୨ କିଲୋମିଟର ଦୂରରେ ଅବସ୍ଥିତ ତାପଙ୍ଗ ।  ଆଉ ତାପଙ୍ଗଠାରୁ ମାତ୍ର ୬ କିଲୋମିଟର ଗଲେ ପଡ଼ିବ  ହାତିଆ ମୁଣ୍ଡିଆ । ଯାହାକୁ ଏବେ ସମସ୍ତେ ପର୍ଯ୍ୟଟନ ସ୍ଥଳ ବୋଲି ବିବେଚନା କରୁଛନ୍ତି । ଏଠାକୁ ଆସୁଥିବା ପର୍ଯ୍ୟଟକ ଏଠାରେ ବୁଲି ବେଶ୍‌ ଆନନ୍ଦ ପାଉଥିବା କହିଛନ୍ତି । ନେଟରେ ଯାହା ସର୍ଚ୍ଚ କରିଥିଲୁ, ତାହାଠୁ ଅଧିକ ପାଇଲୁ। ବ୍ୟସ୍ତବହୁଳ ଜୀବନରୁ ଟିକେ ଫୁରସତ ମିଳିଲେ  ଏହି ଜାଗାକୁ ଆସି ଖୁବ୍‌ ଶାନ୍ତି ପାଉଥିବା କହିଛନ୍ତି ପର୍ଯ୍ୟଟକ।

nijigarh, Tapanga

ହେଲେ ଏହା ନା କୌଣସି ପର୍ଯ୍ୟଟନ କ୍ଷେତ୍ର ନା କୌଣସି ସୁରକ୍ଷିତ ଅଞ୍ଚଳ । ଏହା ହେଉଛି ବେଆଇନ ପଥର ଖଣି ଅଞ୍ଚଳ । ଅସାମାଜିକଙ୍କ ଆଡ୍ଡା, ପଥର ମାଫିଆଙ୍କ ଭୂସ୍ୱର୍ଗ । ଲକଡାଉନ, ସଟଡାଉନ ଯୋଗୁଁ ଏଠାରେ ପଥର ଉତ୍ତୋଳନ ବନ୍ଦ ରଖିଥିଲେ ପଥର ମାଫିଆ।  ଆଉ ବର୍ଷା ପରେ ପଥର ଉତ୍ତୋଳନ ହୋଇଥିବା ଖାଲରେ ବର୍ଷା ପାଣି ଭର୍ତ୍ତି ହୋଇ ଏଠାକାର ପାଣି ଏବେ ନୀଳ  ରଙ୍ଗ ହୋଇଯାଇଛି ।  ଯାହା କ୍ୟାମେରା ଲେନ୍ସରେ ଅତି ଆକର୍ଷଣୀୟ ଲାଗୁଛି । ଧୀରେ ଧୀରେ ଏହି ଅଞ୍ଚଳର ଫଟୋ ଯୁବପୀଢ଼ିଙ୍କୁ ଆକର୍ଷିତ କରିବା ପରେ ଏହି ସ୍ଥାନକୁ ପ୍ରତିଦିନ ଯୁବବର୍ଗଙ୍କ ଭିଡ଼ ଜମୁଛି।

khordha stone mine

ଏ ସମ୍ପର୍କରେ ଭୂତତ୍ତ୍ୱବିତ  ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ସେହି ଜଳରେ ଶୈବାଳ ସୃଷ୍ଟି ହୋଇ ଖୁବ୍‌ ଶୀଘ୍ର ବୃଦ୍ଧି ପାଇଯାଇଛନ୍ତି।  ଏହା ଫଳରେ ଉପରେ ଏକ ସବୁଜ ଆସ୍ତରଣ ସୃଷ୍ଟି ହୋଇ ଆକର୍ଷଣୀୟ ଲାଗୁଛି।

Tapanga, khordha

ସବୁଠାରୁ ଉଦବେଗର କଥା ହେଲା ପ୍ରଶାସନର ନାକ ତଳେ ବର୍ଷ ବର୍ଷ ଧରି ଲୁଟ୍ ଚାଲିଛି । କୋଟି କୋଟି ଟଙ୍କାର କଳା ମୁଗୁନି ପଥର  ଅସାଧୁ ଅଫିସର-ପଥର ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ବି ଆଜି ନିରବଦ୍ରଷ୍ଟା ସ୍ଥାନୀୟ ପ୍ରଶାସନ।  ଏହାସତ୍ତ୍ୱେ ଏହି ସ୍ଥାନକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ପ୍ରଚାର କରାଯାଉଥିବା ଓଡ଼ିଶା ଟୁରିଜିମ୍‌ର ଏକ ଟ୍ୱିଟ୍‌ରୁ ସ୍ପଷ୍ଟ ହେଉଛି।

beauty of tapanga ପଥର ମାଫିଆଙ୍କ ଭୂସ୍ୱର୍ଗ ପାଲଟିଥିବା ଏହି ହାତିଆ ମୁଣ୍ଡଆକୁ ସରକାର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଉ ନ ଥିବାରୁ ଅସନ୍ତୋଷ ଦେଖାଦେଉଥିବା ବେଳେ  ଏନେଇ କିନ୍ତୁ ସ୍ଥାନୀୟ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କେବଳ ତାପଙ୍ଗ ନୁହେଁ ଖୋର୍ଦ୍ଧା ଅଞ୍ଚଳର ଅନେକ ସ୍ଥାନରେ ଏମିତି ପଥର ଲୁଟ୍ କରି ପାହାଡକୁ ଶେଷ କରିବାକୁ ବସିଲେଣି ପଥର ମାଫିଆ।

Odisha Tourism
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe