Advertisment

ହଲିଡେ’ର ନୂଆ ଡେଷ୍ଟିନେସନ୍‌ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି

ବାଲିଗୁଡ଼ା(ଅଜିତ ନାୟକ): ହଲିଡେ’ର ନୂଆ ଡେଷ୍ଟିନେସନ୍‌ ଭାବେ ପରିଚିତ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିଠାରେ ଆରମ୍ଭ ହେବାକୁ ଯାଉଛି ଇକୋ-ରିଟ୍ରିଟ। ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧୫ ତାରିଖରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯିବ। ଗତବର୍ଷ ପର୍ଯ୍ୟଟକଙ୍କ ଆଦୃତ୍ତି ପାଇବା ପରେ ରାଜ୍ୟ ସରକାର ପୁଣି ଥରେ ଦାରିଙ୍ଗବାଡ଼ିଠାରେ ଇକୋ ରିଟ୍ରିଟର ଆୟୋଜନ କରୁଛନ୍ତି। ବଣ ପାହାଡ଼ ଘେରା ଦାରିଙ୍ଗବାଡ଼ିରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ […]

author-image
Manoranjan Sial
ଅଦ୍ୟତନ ହୋଇଛି
ହଲିଡେ’ର ନୂଆ ଡେଷ୍ଟିନେସନ୍‌ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି

Daringbadi

ବାଲିଗୁଡ଼ା(ଅଜିତ ନାୟକ): ହଲିଡେ’ର ନୂଆ ଡେଷ୍ଟିନେସନ୍‌ ଭାବେ ପରିଚିତ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିଠାରେ ଆରମ୍ଭ ହେବାକୁ ଯାଉଛି ଇକୋ-ରିଟ୍ରିଟ। ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧୫ ତାରିଖରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯିବ। ଗତବର୍ଷ ପର୍ଯ୍ୟଟକଙ୍କ ଆଦୃତ୍ତି ପାଇବା ପରେ ରାଜ୍ୟ ସରକାର ପୁଣି ଥରେ ଦାରିଙ୍ଗବାଡ଼ିଠାରେ ଇକୋ ରିଟ୍ରିଟର ଆୟୋଜନ କରୁଛନ୍ତି।

Advertisment

ବଣ ପାହାଡ଼ ଘେରା ଦାରିଙ୍ଗବାଡ଼ିରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥାଆନ୍ତି। ଦାରିଙ୍ଗବାଡ଼ିର ଶାନ୍ତ ପରିବେଶ ସାଙ୍ଗକୁ ମନଲୋଭା ଦୃଶ୍ୟକୁ ଉପଭୋଗ କରିଥାଆନ୍ତି ପର୍ଯ୍ୟଟକ। ଆଉ ଗଲେ ବେଳେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାର ଅପରୂପ ଦୃଶ୍ୟକୁ କ୍ୟାମେରା ଲେନ୍ସରେ କଏଦ କରି ଫେରି ଯାଇଥାଆନ୍ତି।

ଶୀତୁଆ ରାତିରେ ଝିଲ ମିଲ ଆଲୁଅରେ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଯୋଗାଇ ଦେବା ଲାଗି ସରକାର ଦାରିଙ୍ଗବାଡ଼ିଠାରେ ଆୟୋଜନ ହେବାକୁ ଯାଉଛନ୍ତି ଇକୋ ରିଟ୍ରିଟ ଉତ୍ସବ। ଏହି ଇକୋ ରିଟ୍ରିଟ ମଧ୍ୟରେ ପର୍ଯ୍ୟଟକଙ୍କ ରହିବା ଲାଗି ୨୫ ଗୋଟି ଅତ୍ୟାଧୁନିକ ତମ୍ବୁ ନିର୍ମାଣ କରାଯାଇଛି। ପର୍ଯ୍ୟଟକଙ୍କ ମନୋରଞ୍ଜନ ଲାଗି ପ୍ରତ୍ୟେକ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କନ୍ଧମାଳ ଜିଲ୍ଲାର ଆଦିବାସୀ ସଂସ୍କୃତି ଓ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ଲାଗି ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି।

Advertisment

ଇକୋ ରିଟ୍ରିଟରେ ରହିବା ଲାଗି ଆଗୁଆ ବୁକିଂ ମଧ୍ୟ ଆରମ୍ଭ ହୋଇଛି। ଏବେ କେବଳ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ ପର୍ଯ୍ୟଟକଙ୍କ ଆଗମନକୁ ହିଁ ଅପେକ୍ଷା କରିଛି। ଦାରିଙ୍ଗବାଡ଼ି ସମେତ ରାଜ୍ୟ ସରକାର ୭ଟି ସ୍ଥାନରେ ଇକୋ ରିଟ୍ରିଟର ଆୟୋଜନ କରିବାକୁ ଯାଉଛନ୍ତି। ଏ ନେଇ ପର୍ଯ୍ୟଟକଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

https://twitter.com/ecoretreat_ot/status/1465734883305684999?s=20