Advertisment

କଥା ରଖିଲେ ସମିତି ସଭ୍ୟ; ନଦୀରେ ତିଆରି କଲେ ରାସ୍ତା

ନୂଆପଡା(ମାୟାଧର ସରାଫ୍‌): ପଞ୍ଚାୟତ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ଆଉ ଜିତିଲା ପରେ କରିଦେଖାଇଲେ। ତିଆରି କଲେ ରାସ୍ତା। ନିଜେ ବି କଲେ ଶ୍ରମଦାନ। ରାଜନୀତିର ପ୍ରତିଶ୍ରୁତି ଓ ପ୍ରତାରଣା ଭିତରେ ଏମିତି ଏକ ଭଲ ଖବର ଆସିଛି ନୂଆପଡ଼ା ଜିଲ୍ଲାରୁ। କୋମନା ବ୍ଲକ୍‌ ଝଗ୍ରାହୀ ପଞ୍ଚାୟତର ବରନ୍ଦାଯୋର ଓ କୁରେଶ୍ୱର ପଞ୍ଚାୟତର ଜନ୍ଧରାମୁଣ୍ତା ଗାଁ ମଝିରେ ବୋହି ଯାଇଛି ସୁନ୍ଦର ନଦୀ। ବର୍ଷକୁ ପ୍ରାୟ ୬ ମାସ ନଦୀରେ ପାଣି ରହୁଥିବାରୁ ଲୋକେ ଯିବା ଆସିବାରେ […]

କଥା ରଖିଲେ ସମିତି ସଭ୍ୟ; ନଦୀରେ ତିଆରି କଲେ ରାସ୍ତା

Nuapada

Advertisment

ନୂଆପଡା(ମାୟାଧର ସରାଫ୍‌): ପଞ୍ଚାୟତ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ଆଉ ଜିତିଲା ପରେ କରିଦେଖାଇଲେ। ତିଆରି କଲେ ରାସ୍ତା। ନିଜେ ବି କଲେ ଶ୍ରମଦାନ। ରାଜନୀତିର ପ୍ରତିଶ୍ରୁତି ଓ ପ୍ରତାରଣା ଭିତରେ ଏମିତି ଏକ ଭଲ ଖବର ଆସିଛି ନୂଆପଡ଼ା ଜିଲ୍ଲାରୁ।

Advertisment

କୋମନା ବ୍ଲକ୍‌ ଝଗ୍ରାହୀ ପଞ୍ଚାୟତର ବରନ୍ଦାଯୋର ଓ କୁରେଶ୍ୱର ପଞ୍ଚାୟତର ଜନ୍ଧରାମୁଣ୍ତା ଗାଁ ମଝିରେ ବୋହି ଯାଇଛି ସୁନ୍ଦର ନଦୀ। ବର୍ଷକୁ ପ୍ରାୟ ୬ ମାସ ନଦୀରେ ପାଣି ରହୁଥିବାରୁ ଲୋକେ ଯିବା ଆସିବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏଥିପ୍ରତି ପ୍ରଶାସନ ତିଳେ ମାତ୍ର ନଜର ଦେଉନଥିଲା। ବାରମ୍ୱାର ଗୁହାରୀ କଲେ ମଧ୍ୟ କେହି ଶୁଣୁନଥିଲେ। ଯେଉଁଥିପାଇଁ ଚଳିତ ପଞ୍ଚାୟତ ନିର୍ବାଚନରେ ଦୁଇ ଗାଁ ଲୋକେ ଭୋଟ୍‌ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏ ଖବର ପ୍ରଚାରିତ ହେବା ପରେ ଜିଲ୍ଲା ପ୍ରଶାସନର ଅକଲ ଗୁଡ଼ୁମ୍‌ ହୋଇ ଯାଇଥିଲା। ପ୍ରଶାସନିକ ଅଧିକାରୀମାନେ ଗାଁକୁ ଯାଇ ଲୋକଙ୍କୁ ଭୋଟ୍‌ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ଗାଁ ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଆଉ ଅଧିକାରୀଙ୍କୁ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ, ସମସ୍ୟା ସମାଧାନ କର, ତା’ପରେ ଭୋଟ୍‌ ଦେବୁ।

Advertisment

ତେବେ ନିର୍ବାଚନ ସମୟରେ ଝଗ୍ରାହୀ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀ ସସ୍ମିତା ଗଡତିଆ ବରନ୍ଦାଯୋର ଗାଁକୁ ନିର୍ବାଚନ ପ୍ରଚାର କରିବାକୁ ଯାଇଥିଲେ। ଠିକ୍‌ ସେହି ସମୟରେ ଲୋକେ ଗାଁ ସମସ୍ୟା ସଂପର୍କରେ ତାଙ୍କୁ ଜଣାଇଥିଲେ। ସବୁ କଥା ଶୁଣିବା ପରେ ନଦୀରେ ରାସ୍ତା କରିଦେବେ ବୋଲି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଗାଁ ଲୋକେ ତାଙ୍କୁ ବିଶ୍ୱାସ କରି ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦେଇଥିଲେ।

ନିର୍ବାଚନରେ ସସ୍ମିତା ବିଜୟୀ ହେଲେ। ଦୁଇ ଗାଁ ଲୋକଙ୍କ ସହାୟତାରେ ସୁନ୍ଦର ନଦୀରେ ୧୦୦ ମିଟର ରାସ୍ତା ତିଆରି କଲେ। ତାହା ପୁଣି ନିଜ ଖର୍ଚ୍ଚରେ। ତାଙ୍କୁ ଏହି କାମରେ ଝଗ୍ରାହୀ ସରପଞ୍ଚ ପୁଷ୍ପାଞ୍ଜଳି ଚିନାଗୁନ, ୱାର୍ଡ ସଭ୍ୟ ଧନମତୀ ମାଝି, ସମରଥ ମାଝି, ଦଶମତ ମାଝି, ରଥୁରାମ ମାଝି, ଓକିଲ ମାଝି, ସଦନ ମାଝିଙ୍କ ସହ ଶତାଧିକ ଗ୍ରାମବାସୀ ସହଯୋଗ କରିଥିଲେ। ପ୍ରତିଶ୍ରୁତି ଦେଇ ପୂରଣ କରିଥିବାରୁ ସସ୍ମିତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe