Advertisment

ନବମ ଶ୍ରେଣୀ ଛାତ୍ର କୋଟିପତି

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): କରୋନା ମହାମାରୀ ଅନେକ ଲୋକଙ୍କ ରୋଜଗାରର ବାଟ ଛଡ଼ାଇ ନେଇଛି। କିନ୍ତୁ କିଛି ଲୋକେ ଏହି ମହାମାରୀ ସମୟରେ ଅନଲାଇନ୍ ଇନଭେଷ୍ଟମେଣ୍ଟ ଜରିଆରେ ଲକ୍ଷାଧିକ ଟଙ୍କା ଆୟ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ତେବେ କରୋନା ସମୟରେ ଘରେ ରହି କୋଟିଏ ଟଙ୍କାର ରୋଜଗାର କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ନବମ ଶ୍ରେଣୀର ଛାତ୍ର। ସେହି ଛାତ୍ର ଜଣକ ହେଉଛନ୍ତି ଆୟୁଷ୍ମାନ, ଯାହାଙ୍କ ଘର ବାଲେଶ୍ୱର ଜିଲ୍ଲା ଗୁଡ଼ିପଦାରେ। ଆୟୁଷ୍ମାନ ବର୍ତ୍ତମାନ ବାଲେଶ୍ୱର […]

ଅଦ୍ୟତନ ହୋଇଛି
ନବମ ଶ୍ରେଣୀ ଛାତ୍ର କୋଟିପତି

ayushman

Advertisment

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): କରୋନା ମହାମାରୀ ଅନେକ ଲୋକଙ୍କ ରୋଜଗାରର ବାଟ ଛଡ଼ାଇ ନେଇଛି। କିନ୍ତୁ କିଛି ଲୋକେ ଏହି ମହାମାରୀ ସମୟରେ ଅନଲାଇନ୍ ଇନଭେଷ୍ଟମେଣ୍ଟ ଜରିଆରେ ଲକ୍ଷାଧିକ ଟଙ୍କା ଆୟ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ତେବେ କରୋନା ସମୟରେ ଘରେ ରହି କୋଟିଏ ଟଙ୍କାର ରୋଜଗାର କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ନବମ ଶ୍ରେଣୀର ଛାତ୍ର। ସେହି ଛାତ୍ର ଜଣକ ହେଉଛନ୍ତି ଆୟୁଷ୍ମାନ, ଯାହାଙ୍କ ଘର ବାଲେଶ୍ୱର ଜିଲ୍ଲା ଗୁଡ଼ିପଦାରେ।

Advertisment

ଆୟୁଷ୍ମାନ ବର୍ତ୍ତମାନ ବାଲେଶ୍ୱର ସେଣ୍ଟ ଥୋମାସ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ସେ କ୍ରାଉଡ୍-୧ କମ୍ପାନୀରେ ଆଫିଲିଏଟ୍ ମାର୍କେଟିଂ ଜରିଆରେ କୋଟିଏରୁ ଅଧିକ ଟଙ୍କା ଆୟ କରିଛନ୍ତି। ତେବେ ଏତେ କମ୍ ବୟସରେ କୋଟିଏ ଟଙ୍କା ରୋଜଗାର କରିବା ନେଇ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ଏ ନେଇ ଆୟୁଷ୍ମାନ କହିଛନ୍ତି ଯେ ସେ କ୍ରାଉଡ୍-୧ରେ ୯ଜହାର ଟଙ୍କା ଦେଇ ଆରମ୍ଭ କରିଥିଲେ। ଆଉ ପ୍ରଥମ ଦିନରେ ତାଙ୍କୁ ୨୫୦୦ ଟଙ୍କାର ଲାଭ ହୋଇଥିଲା। ଏହିଭଳି ଭାବେ ମାସେ ଭିତରେ ପାଖାପାଖି ୩୦ହଜାର ଟଙ୍କା ଆୟ କରିଥିଲେ। ଏବେ ତାଙ୍କ ଅଧୀନରେ ସାଢ଼େ ୪ ହଜାରରୁ ଅଧିକ ଇଣ୍ଡିପେଣ୍ଡେଣ୍ଟ ଆଫିଲିଏଟ୍ ଅଛନ୍ତି। ସେ ଏକ ନମ୍ବର ସ୍ଥାନ ଦଖଲ କରିଥିବା କହିଛନ୍ତି।

Advertisment

ତେବେ ୟୁରୋ ମୂଲ୍ୟରେ ଭାରୀତୟ ମୁଦ୍ରାରେ ସେ ହାରାହାରି କୋଟିଏରୁ ଅଧକ ଟଙ୍କା ରୋଜଗାର କରିଛନ୍ତି। ଅର୍ଥାତ୍ କରୋନା ତାଙ୍କ ଭାଗ୍ୟ ବଦଳାଇ ଦେଇଥିବା ସେ ଯୁକ୍ତି ବାଢିଛନ୍ତି। ଆୟୁଷ୍ମାନ ୫-୬ ବର୍ଷର ହୋଇଥିବା ବେଳେ ସେ ଓଲିଉଡ ସିଙ୍ଗର ଶାନ୍ତନୁ ନାୟକଙ୍କ ସହ ସାକ୍ଷାତ ହୋଇଥିଲା। ଶାନ୍ତନୁ ନାୟକ ହିଁ ଆୟୁଷ୍ମାନଙ୍କୁ ଆଫିଲିଏଟ୍ ମାର୍କେଟିଂରେ ସାମିଲ୍‌ ହେବାକୁ ପରାମର୍ଶ ଦେଇଥିଲେ।

ଆୟୁଷ୍ମାନ ଜଣେ ସାର୍ଟିଫାଏଡ୍ ଗେମ୍ ଡେଭଲପର୍। କ୍ରାଉଡ୍-୧ରେ ଗେମିଂ, ଗ୍ୟାମ୍ବଲିଂ, ବୁକିଂ, ଶିକ୍ଷା, ଲାଇଫ୍ ଷ୍ଟାଇଲ, ଟ୍ରାନଜାକ୍ସନ ଭଳି ଅନେକ ସୁବିଧା ରହିଛି। ଆୟୁଷ୍ମାନ ଆଗାମୀ ଦିନରେ ଜଣେ ବଡ଼ ବ୍ୟବସାୟୀ ହେବାକୁ ଆଶା ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe