Advertisment

ହାଇଟେକ୍‌ ଥାନାକୁ ନାହିଁ ବିଦ୍ୟୁତ୍ ସଂଯୋଗ

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲାରେ ରହିଛି ଯଖପୁରା ଥାନା। ଏହି ଥାନାକୁ ୨ ୦୦୯ ମସିହା ଡିସେମ୍ୱର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ୍‌ ଥାନା ଭାବେ ଉଦ୍‌ଘାଟନ କରିଥିଲେ।  ହେଲେ ଦୁଃଖର କଥା ଆଜି ପର୍ଯ୍ୟନ୍ତ ଏହି ଥାନାରେ ବିଦ୍ୟୁତ୍‌ ସେବା ଉପଲବ୍ଧ ହୋଇପାରି ନାହିଁ। ୧୦ ବର୍ଷ ହେବ ଥାନା ନିକଟରେ ଥିବା ମୈଥାନ୍ ଇସ୍ପାତ୍ କାରଖାନାରୁ ଅସ୍ଥାୟୀ ଭାବେ ଥାନାକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲା। ହେଲେ ୪ ମାସ ହେବ ମୈଥାନ୍ […]

ହାଇଟେକ୍‌ ଥାନାକୁ ନାହିଁ ବିଦ୍ୟୁତ୍ ସଂଯୋଗ

police

Advertisment

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲାରେ ରହିଛି ଯଖପୁରା ଥାନା। ଏହି ଥାନାକୁ ୨ ୦୦୯ ମସିହା ଡିସେମ୍ୱର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ୍‌ ଥାନା ଭାବେ ଉଦ୍‌ଘାଟନ କରିଥିଲେ।  ହେଲେ ଦୁଃଖର କଥା ଆଜି ପର୍ଯ୍ୟନ୍ତ ଏହି ଥାନାରେ ବିଦ୍ୟୁତ୍‌ ସେବା ଉପଲବ୍ଧ ହୋଇପାରି ନାହିଁ।

Advertisment

୧୦ ବର୍ଷ ହେବ ଥାନା ନିକଟରେ ଥିବା ମୈଥାନ୍ ଇସ୍ପାତ୍ କାରଖାନାରୁ ଅସ୍ଥାୟୀ ଭାବେ ଥାନାକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲା। ହେଲେ ୪ ମାସ ହେବ ମୈଥାନ୍ କାରଖାନା ବନ୍ଦ ରହିବା ଫଳରେ ଥାନାକୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଛି। ସେବେଠାରୁ ଥାନାରେ ଓଳିଏ ଆଲୁଅ ଜଳିଲେ ଓଳିଏ ଅନ୍ଧାର ରହୁଛି। ଜେନେରେଟର ବା ଡିଜି ଆଲୁଅ ଯାହା ସାହା ଭରସା। ଫଳରେ ଥାନା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଭିଯୋଗ ପାଇଁ ଆସୁଥିବା ଲୋକେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।publive-image

ଏନେଇ ଯଖପୁରା ବାସିନ୍ଦା ଅଶ୍ୱିନୀ ଧଳ କହିଛନ୍ତି, “ଏହି ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ଏଠାରେ ଥାନା ପ୍ରତିଷ୍ଠା କରାଯାଇଥିଲା।  ହେଲେ ୪ ମାସ ହେବ ଥାନାରେ ବିଦ୍ୟୁତ୍ ନାହିଁ। ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକେ ରାତିରେ ଯିବାକୁ ଭୟ କରୁଛନ୍ତି। ଏଫ୍‌ଆଇଆର୍ ଦେବାକୁ ଆସୁଥିବା ଲୋକେ ଏହାର କପି ପାଇ ପାରୁ ନାହାନ୍ତି। ବିଦ୍ୟୁତ୍ ନଥିବାରୁ ପୁଲିସ୍ କର୍ମଚାରୀ ଏଫ୍‌ଆଇଆର୍‌ କପିର ଜେରକ୍ସ ଦେଇ ପାରୁ ନାହାନ୍ତି। ଆଜିକାଲି ସବୁ କାମ ଅନ୍‌ଲାଇନ୍‌ରେ। ଫାଇଭି-ଟି ଯୁଗ ହେଲାଣି। ମୁଁ ଫାଇଭି-ଟି ସଚିବଙ୍କୁ ଅନୁରୋଧ କରୁଛି-ସର୍ବ ସାଧାରଣଙ୍କ ହିତ ପାଇଁ ଯଖପୁରା ଥାନାକୁ ତୁରନ୍ତ ବିଦ୍ୟୁତ ସଂଯୋଗ ଦିଅନ୍ତୁ।”

Advertisment

ନକ୍ସଲ ଦମନ ସହିତ ଅପରାଧ ନିୟନ୍ତ୍ରଣ ପାଇଁ ଏଠାରେ ଏହି ଥାନାଟି ଅବସ୍ଥାପିତ ହୋଇଥିଲା । ଆଉ ବହୁ ଆଡ଼ମ୍ବର ପୂର୍ଣ୍ଣ ଭାବରେ ଥାନାକୁ ଉଦଘାଟନ କରାଯାଇ ହାଇଟେକ୍ ଥାନା ଭାବେ ଏକ ନମ୍ବର ଥାନା ହେବ ବୋଲି କୁହାଯାଇଥିଲା। ହେଲେ ଥାନାର ଅନ୍ଧକାର ଅବସ୍ଥା ଦେଖିଲେ କିଭଳି ଲୋକଙ୍କୁ ନ୍ୟାୟ ମିଳୁଥିବ ସେ ନେଇ ପ୍ରଶ୍ନ ଉଠିଛି। publive-image

ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା କହିଛନ୍ତି, “କରେଣ୍ଟ ନଥିବାରୁ ସବୁ କାର୍ଯ୍ୟରେ ବାଧା ଉପୁଜୁଛି। ଜେନେରେଟର ସାହାଯ୍ୟରେ ସବୁ କାମ ଚାଲିଛି।  ବିଦ୍ୟୁତ୍ ସମସ୍ୟା ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଚିଠି ଦିଆଯାଇଛି। ଯଥାଶୀଘ୍ର ହୋଇଯିବ ବୋଲି କହିଛନ୍ତି।”

ବିଦ୍ୟୁତ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତପନ କୁମାର ବେହେରା କହିଛନ୍ତି, “ଯଖପୁରା ଥାନାକୁ ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ ପାଖରେ କିଛି ସୁବିଧା ନଥିବାରୁ ନୂଆ ଏଷ୍ଟିମେଟ୍‌ କରାଯାଇଛି। ଆଉ ଏକ ଫିଡ୍‌ରୁ ଲାଇନ୍‌ ଦିଆଯିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe