୫ ବର୍ଷ ହେଲା ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ଘଟୁନାହିଁ!

ଲକ୍ଷ୍ମୀନାରାୟଣ କାନୁନଗୋ/ଟି. ଗୌରୀଶଙ୍କର ଭୁବନେଶ୍ୱର: ଭୋଟ ବ୍ୟାଙ୍କକୁ ଡରି ତଥ୍ୟ ଲୁଚାଉଛନ୍ତି କି ସରକାର? ମରୁଛନ୍ତି ଚାଷୀ ହେଲେ ତଥ୍ୟ ଦେଉନହାନ୍ତି ସରକାର। ଏନସିଆରବି ରିପୋର୍ଟ ଖୋଲିଦେଲା ସରକାରଙ୍କ ମୁଖା। କାଳିଆ ଯୋଜନାରେ ବର୍ଷକୁ ୪ ହଜାର ଦେଇ ନେଉଛନ୍ତି ବାହା ବାହା, ହେଲେ ସଙ୍କଟରେ ପଡ଼ି ଚାଷୀ କରୁଛି ଆତ୍ମହତ୍ୟା, ଯାହା ଲୁଚାଉଛନ୍ତି ଓଡ଼ିଶା ସରକାର। ଏନସିଆରବି ରିପୋର୍ଟ ସହ ସଂସଦରେ ଜୁଲାଇ ୨୬ରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଦେଇଥିବା ଉତ୍ତରରୁ […]

farmer

farmer

Debendra Prusty
  • Published: Friday, 02 September 2022
  • Updated: 02 September 2022, 09:40 PM IST

Sports

Latest News

  • ଲକ୍ଷ୍ମୀନାରାୟଣ କାନୁନଗୋ/ଟି. ଗୌରୀଶଙ୍କର

ଭୁବନେଶ୍ୱର: ଭୋଟ ବ୍ୟାଙ୍କକୁ ଡରି ତଥ୍ୟ ଲୁଚାଉଛନ୍ତି କି ସରକାର? ମରୁଛନ୍ତି ଚାଷୀ ହେଲେ ତଥ୍ୟ ଦେଉନହାନ୍ତି ସରକାର। ଏନସିଆରବି ରିପୋର୍ଟ ଖୋଲିଦେଲା ସରକାରଙ୍କ ମୁଖା। କାଳିଆ ଯୋଜନାରେ ବର୍ଷକୁ ୪ ହଜାର ଦେଇ ନେଉଛନ୍ତି ବାହା ବାହା, ହେଲେ ସଙ୍କଟରେ ପଡ଼ି ଚାଷୀ କରୁଛି ଆତ୍ମହତ୍ୟା, ଯାହା ଲୁଚାଉଛନ୍ତି ଓଡ଼ିଶା ସରକାର। ଏନସିଆରବି ରିପୋର୍ଟ ସହ ସଂସଦରେ ଜୁଲାଇ ୨୬ରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଦେଇଥିବା ଉତ୍ତରରୁ ସରକାରଙ୍କ ମୁଖା ଖୋଲିଯାଇଛି।

ନିକଟର କଥା ଦେଖନ୍ତୁ। ଅଗଷ୍ଟ ୨୧ ତାରିଖ। କୋରାପୁଟ ଜିଲ୍ଲା ବିଶିଂପୁର ଥାନା ନକଲଗୁଡ଼ା ଗାଁର ଚାଷୀ ଡମ୍ବରୁ ହରିଜନ। ବୟସ ୬୦ ବର୍ଷ। ତିନି ଏକର ଜମିରେ ଚାଷ କରିବା ପାଇଁ ସେ ୭୦ ହଜାର ଟଙ୍କା ଧାର ଆଣିଥିଲେ। ଲଘୁଚାପ ବର୍ଷାରେ ଧାନ ନଷ୍ଟ ହୋଇଗଲା। ୬ ପ୍ରାଣୀ କୁଟୁମ୍ବ ପୋଷିବା କଷ୍ଟକର ହୋଇପଡ଼ିଲା। ବୁଦ୍ଧି ନଦିଶିବାରୁ ଜମିରେ ପକାଉଥିବା କୀଟନାଶକ ପିଇଦେଲେ। ଗତ ୨୧ ତାରିଖରେ ବିଷ ପିଇଦେବା ପରେ ୨୨ ତାରିଖରେ ସେ ବୋରିଗୁମ୍ମା ହସ୍ପିଟାଲରେ ପ୍ରାଣ ହରାଇଲେ। ହେଲେ ଋଣ ବୋଝରୁ ଚାଷୀ ଜଣକ ଆତ୍ମହତ୍ୟା କରିଛନ୍ତି ବୋଲି ସରକାର ଗ୍ରହଣ କରିବେ ନାହିଁ। କାରଣ ଗତ ୫ ବର୍ଷ ହେଲା କୌଣସି ଚାଷୀ ଓଡ଼ିଶାରେ ଆତ୍ମହତ୍ୟା କରିନାହାନ୍ତି ବୋଲି ଓଡ଼ିଶା ସରକାର ପ୍ରତି ବର୍ଷ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେଉଛନ୍ତି। ଯାହାକି ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟରୁ ପୁଣି ଥରେ ପଦାକୁ ଆସିଛି।

୨୦୧୪ ପରେ ଓଡ଼ିଶାରେ କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି, କାରଣ କ’ଣ? ଲୋକସଭାରେ ଏ ପ୍ରଶ୍ନ କରିଥିଲେ ଓଡ଼ିଶା ସାଂସଦ ସପ୍ତଗିରି ଉଲାକା। ଜୁଲାଇ ୨୬ରେ ଉତ୍ତର ଦେଇଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ତୋମାର କହିଥିଲେ, ୨୦୧୪ରୁ ୨୦୧୬ ଭିତରେ ଓଡ଼ିଶାରେ ୪୮ ଜଣ ଚାଷୀଙ୍କ ଆତ୍ମହତ୍ୟା କରିଥିଲେ। ୨୦୧୪ରେ ୫ ଜଣ, ୨୦୧୫ରେ ୨୩ ଜଣ ଓ ୨୦୧୬ରେ ୨୦ ଜଣ। ବାସ୍। ତା’ ପରେ ଓଡ଼ିଶାରେ ଆଉ କେହି ଚାଷୀ ଆତ୍ମହତ୍ୟା କରିଥିବା ଖବର ରାଜ୍ୟ ସରକାର ଦେଉନାହାନ୍ତି। ଓଡ଼ିଶାରେ ଯେଉଁ ଚାଷୀମାନେ ପୂର୍ବରୁ ଆତ୍ମହତ୍ୟା କରିଥିଲେ ସେମାନେ ଋଣ ଭାର, ଫସଲ ହାନୀ, ପାରିବାରିକ କଳହ ଭଳି କାରଣ ପାଇଁ ଆତ୍ମହତ୍ୟା କରିଥିବା ଦର୍ଶାଯାଇଛି। ତେବେ ୨୦୨୨ ଅଗଷ୍ଟ ୨୯ରେ ଜାରି ହୋଇଥିବା ଶେଷ ରିପୋର୍ଟରେ କୌଣସି ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରାଯାଇନାହିଁ। ରିପୋର୍ଟ ଅନୁସାରେ ବା ଥାନାରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୧ ମସିହାରେ ଓଡ଼ିଶାରେ ୫,୬୫୧ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି। ହେଲେ ଏଥିରେ ଜଣେ ହେଲେ ଚାଷୀ ଆତ୍ମହତ୍ୟା କରିଥିବା କଥା ସ୍ୱୀକାର କରାଯାଇନାହିଁ।

ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ଆତ୍ମହତ୍ୟା କରନ୍ତି ଓ କୃଷକ ବି ଆତ୍ମହତ୍ୟା କରନ୍ତି। ଏକଥାକୁ ମହାରାଷ୍ଟ୍ର ସ୍ୱୀକାର କରୁଛନ୍ତି। ମହାରାଷ୍ଟ୍ରରେ ଆତ୍ମହତ୍ୟା କରିଥିବା ପ୍ରତି କୃଷକ ପରିବାରକୁ ରାଜ୍ୟ ସରକାର ବର୍ତ୍ତମାନ ୧ ଲକ୍ଷ ଟଙ୍କା ସହାୟତା ଦେଉଛନ୍ତି। ଏହାକୁ ବିପର୍ଯ୍ୟୟ ଭାବେ ଗ୍ରହଣ କରି ସହାୟତା ରାଶିକୁ ୪ ଲକ୍ଷ ଟଙ୍କା କରିବାକୁ ଯୋଜନା କରୁଛନ୍ତି। ମାତ୍ର ଜାତୀୟ ସ୍ତର ତୁଳନାରେ ଓଡ଼ିଶା ଚାଷୀର ଆୟ ବିଶେଷ ବଢ଼ୁନାହିଁ। ଶେଷଥର ପାଇଁ ୨୦୧୮-୧୯ରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ୱାରା କରାଯାଇଥିବା ସର୍ଭେ ଅନୁସାରେ ଦେଶରେ କୃଷକ ପରିବାରର ମାସିକ ହାରାହାରି ଆୟ ୧୦,୨୧୮ ଟଙ୍କା ରହିଛି। ହେଲେ ସେତିକିବେଳେ ଓଡ଼ିଶା ଚାଷୀ ପରିବାରର ମାସିକ ଆୟ ମାତ୍ର ୫,୧୧୨ ଟଙ୍କା ରହିଛି।

ଏନଏସଓ ପକ୍ଷରୁ ୨୦୧୨-୧୩ରେ ହୋଇଥିବା ସର୍ଭେକୁ ୨୦୧୮-୧୯ ସର୍ଭେ ସହ ତୁଳନା କଲେ, ଦେଶରେ ଚାଷୀ ପରିବାରର ମାସିକ ଆୟ ୬ ବର୍ଷରେ ୬,୪୨୬ ଟଙ୍କାରୁ ୧୦,୨୧୮ ଟଙ୍କାରେ ପହଁଚିଛି। ଅର୍ଥାତ୍ ଚାଷୀ ପରିବାରର ମାସିକ ଆୟ ୫୯% ବଢ଼ିଛି। ହେଲେ ସେହି ୬ ବର୍ଷରେ ଓଡ଼ିଶା ଚାଷୀ ପରିବାରର ମାସିକ ଆୟ ୪,୯୭୬ ଟଙ୍କାରୁ ୫,୧୧୨ ଟଙ୍କାରେ ପହଁଚିଛି, ଯାହାକି ମାତ୍ର ୩% ବଢ଼ିଛି। ଚାଷ ଏକ ରାଜ୍ୟ ପ୍ରସଙ୍ଗ। କେନ୍ଦ୍ର କେବଳ ରାଜ୍ୟଗୁଡ଼ିକୁ କେତେକ ଅତିରିକ୍ତ ସହାୟତା ଯୋଗାଇ ଦେଇଥାଏ। ମାତ୍ର ଏଥିରୁ ସ୍ପଷ୍ଟ ହେଉଛି, ବିଭିନ୍ନ ଯୋଜନାରେ ଚାଷୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ଦାବି କରାଯାଉଥିଲେ ବି ଚାଷୀର ଭାଗ୍ୟରେ ଉନ୍ନତି ଘଟୁନାହିଁ। ଚାଷୀ ଆତ୍ମହତ୍ୟାର ବାଟ ଖୋଜିନେଉଛି। ଓଡ଼ିଶା ସରକାର ନିଜକୁ ଏକ `ସ୍ୱଚ୍ଛ ସରକାର’ ବୋଲି ଦାବି କରୁଥିବା ବେଳେ ଚାଷୀ ଆତ୍ମହତ୍ୟା ତଥ୍ୟକୁ ଲୁଚାଇବା ଚାଷୀଙ୍କ ପ୍ରତି ଏକ ଅପମାନ ବୋଲି ମନେ କରାଯାଉଛି।
https://youtu.be/0wXffNz7Vw8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story