‘ଆମ ଗାଁକୁ ଭଲ ରାସ୍ତା ନ ଥିବାରୁ ଏଠି କେହି ବିବାହ କରିବାକୁ ରାଜି ହେଉ ନାହାନ୍ତି’

ବିନିକା (ଓଡ଼ିଶା ରିପୋର୍ଟର): “ଆମ ଗାଁକୁ ଭଲ ରାସ୍ତା ନ ଥିବାରୁ ଏଠି କେହି ବିବାହ କରିବାକୁ ରାଜି ହେଉ ନାହାନ୍ତି। ଏମିତିକି କୁଣିଆଁମୈତ୍ର ମଧ୍ୟ ଗାଁକୁ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି।” ସୁବର୍ଣ୍ଣପୁର ଜିଲ୍ଲା କାଳାଟିକ୍ରା ଗାଁର ଦୌଳଥ ଭୋଇ କ୍ଷୋଭ ଭରା କଣ୍ଠରେ କହିଛନ୍ତି ଏହି କଥା। ବିନିକା ବ୍ଲକ ବାବୁପାଲି ପଞ୍ଚାୟତ ଦେଇ ଯାଇଛି କାଳାଟିକ୍ରା-ସିଙ୍ଗିଯୁବା ରାସ୍ତା। ଏହି ଦୁଇ କିଲୋମିଟର ଲମ୍ବ ରାସ୍ତା ଉପରେ ୮ ଖଣ୍ଡ ଗାଁର ଲୋକେ ନିର୍ଭର […]

Village Road

Village Road

Tapaswini Nayak
  • Published: Saturday, 11 December 2021
  • Updated: 11 December 2021, 02:56 PM IST

Sports

Latest News

ବିନିକା (ଓଡ଼ିଶା ରିପୋର୍ଟର): “ଆମ ଗାଁକୁ ଭଲ ରାସ୍ତା ନ ଥିବାରୁ ଏଠି କେହି ବିବାହ କରିବାକୁ ରାଜି ହେଉ ନାହାନ୍ତି। ଏମିତିକି କୁଣିଆଁମୈତ୍ର ମଧ୍ୟ ଗାଁକୁ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି।” ସୁବର୍ଣ୍ଣପୁର ଜିଲ୍ଲା କାଳାଟିକ୍ରା ଗାଁର ଦୌଳଥ ଭୋଇ କ୍ଷୋଭ ଭରା କଣ୍ଠରେ କହିଛନ୍ତି ଏହି କଥା।

ବିନିକା ବ୍ଲକ ବାବୁପାଲି ପଞ୍ଚାୟତ ଦେଇ ଯାଇଛି କାଳାଟିକ୍ରା-ସିଙ୍ଗିଯୁବା ରାସ୍ତା। ଏହି ଦୁଇ କିଲୋମିଟର ଲମ୍ବ ରାସ୍ତା ଉପରେ ୮ ଖଣ୍ଡ ଗାଁର ଲୋକେ ନିର୍ଭର କରନ୍ତି। ତା’ ମଧ୍ୟରେ ଦୌଳଥଙ୍କ କଳାଟିକ୍ରା ଅଛି। 

 

[caption id="attachment_698300" align="aligncenter" width="650"]Binika                                                 ଦୁଇ କିଲୋମିଟର ରାସ୍ତା ଏବେ ମରଣାଯନ୍ତା ପାଲଟିଛି[/caption]

୮ଟି ଗାଁର ଲୋକେ ଯା’ଆସ କରୁଥିବା ସତ୍ତ୍ୱେ ଏହି ରାସ୍ତାଟି ପକ୍କା ହୋଇପାରି ନାହିଁ। ଏହି ମାଟି ରାସ୍ତାଟି ଏବେ ମରଣଯନ୍ତା ପାଲଟି ଯାଇଛି। ଖାଲଖମାରେ ଭର୍ତ୍ତି ହୋଇଯାଇଛି। ବର୍ଷା ଦିନେ ଏ ରାସ୍ତାର ଅବସ୍ଥା କ’ଣ ହୁଏ, ତାହା ନ କହିବା ଭଲ। ପୂରା ରାସ୍ତାଟି କାଦୁଅ ହୋଇଯାଏ। ତେଣୁ ଯା’ଆସରେ ବଡ଼ ଅସୁବିଧା ହୁଏ। ଆମ୍ବୁଲାନ୍ସ ଆସି ପାରେ ନାହିଁ। ରୋଗୀଙ୍କୁ ନେବାକୁ ଲୋକଙ୍କୁ ନୟାନ୍ତ ହେବାକୁ ପଡ଼େ। ଖରାପ ରାସ୍ତା ଯୋଗୁ ଗାଡ଼ିମୋଟରରେ ଗଲା ବେଳେ ଦୁର୍ଘଟଣା ମଧ୍ୟ ଘଟେ।  

ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ଗ୍ରାମବାସୀ ବିଭିନ୍ନ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ତେଣୁ ଶେଷରେ କାଳାଟିକ୍ରା ଗାଁ ଲୋକେ ନିଜ ଉଦ୍ୟମରେ ନିଜ ପକେଟରୁ ପଇସା ଖର୍ଚ୍ଚ କରି ମାଟି ପକାଇ ଏହି ଦୁଇ କିଲୋମିଟର ମାଟି ରାସ୍ତାକୁ ଏବେ ମରାମତି କରିଛନ୍ତି।

[caption id="attachment_698242" align="aligncenter" width="650"]Binika                        ରାସ୍ତା ମରାମତି କଲେ ଗାଁ ଲୋକେ[/caption]

କାଳାଟିକ୍ରା  ଗ୍ରାମାବାସୀ  ଉଦ୍ଧବ ପଧାନ କହିଛନ୍ତି, ରାସ୍ତା ମରାମତି କରିବା ପାଇଁ ସରପଞ୍ଚଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ  ନିକଟକୁ ଯାଇ ନୟାନ୍ତ ହୋଇଯାଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ବର୍ଷା ଦିନେ ଏହି ରାସ୍ତା ଦେଇ ଗାଡି ମୋଟର ଯିବା ଦୂରର କଥା ଚାଲିକି ଯିବା କଷ୍ଟକର ହୋଇଥାଏ।

ଡୁଙ୍ଗୁରିପାଲି ବିଡିଓ  ବ୍ୟାସଦେବ ବେହେରା କହିଛନ୍ତି, ଘଟଣାଟି ଦୃଷ୍ଟିଗୋଚର ହୋଇଛି। ଗାଁ ଲୋକଙ୍କ ଏଭଳି କାମକୁ ମୁଁ ସ୍ୱାଗତ ଜଣାଉଛି। ଗାଁ ରାସ୍ତାର ଉନ୍ନତି ପାଇଁ ପ୍ରଶାସନ ନିହାତି ଭାବରେ ସହଯୋଗ କରିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos