Advertisment

ଆମ୍ବ ଗୋଟା ୧୨ଶହ, ଆଉ ଓଜନ କେତେ ଜାଣିଛନ୍ତି?

ଭୋପାଲ: ଏବେ ଆମ୍ବର ସିଜିନ୍‌ ଚାଲିଛି। ବଜାରରେ ବିଭିନ୍ନ ପ୍ରକାର ଆମ୍ବ ମିଳୁଛି। ପ୍ରାୟ ସବୁ ଲୋକ ଆମ୍ବ ଖାଇବାକୁ ପସନ୍ଦ କରିଥାନ୍ତି। ଆପଣ ଜାଣିଛନ୍ତି କି, ଏପରି ଏକ କିସମର ଆମ୍ବ ରହିଛି ଯାହା ଗୋଟା ୧୨ଶହ ଟଙ୍କାରେ ବିକ୍ରି ହୁଏ। ଆଉ ଆମ୍ବର ଓଜନ ପ୍ରାୟ ୨ରୁ ୩ କେଜି। ଆପଣଙ୍କୁ ଏହା ଟିକେ ଆଶ୍ଚର୍ଯ୍ୟ ଲାଗୁଛି କି? ତାହାଲେ ଜାଣନ୍ତୁ ଏହି ଆମ୍ବ କେଉଁଠି ମିଳିଥାଏ। ଏବେ ଏହି କିସମର ଆମ୍ବ ବିଷୟରେ […]

ଆମ୍ବ ଗୋଟା ୧୨ଶହ, ଆଉ ଓଜନ କେତେ ଜାଣିଛନ୍ତି?

2q

Advertisment

ଭୋପାଲ: ଏବେ ଆମ୍ବର ସିଜିନ୍‌ ଚାଲିଛି। ବଜାରରେ ବିଭିନ୍ନ ପ୍ରକାର ଆମ୍ବ ମିଳୁଛି। ପ୍ରାୟ ସବୁ ଲୋକ ଆମ୍ବ ଖାଇବାକୁ ପସନ୍ଦ କରିଥାନ୍ତି। ଆପଣ ଜାଣିଛନ୍ତି କି, ଏପରି ଏକ କିସମର ଆମ୍ବ ରହିଛି ଯାହା ଗୋଟା ୧୨ଶହ ଟଙ୍କାରେ ବିକ୍ରି ହୁଏ। ଆଉ ଆମ୍ବର ଓଜନ ପ୍ରାୟ ୨ରୁ ୩ କେଜି। ଆପଣଙ୍କୁ ଏହା ଟିକେ ଆଶ୍ଚର୍ଯ୍ୟ ଲାଗୁଛି କି? ତାହାଲେ ଜାଣନ୍ତୁ ଏହି ଆମ୍ବ କେଉଁଠି ମିଳିଥାଏ।

Advertisment

ଏବେ ଏହି କିସମର ଆମ୍ବ ବିଷୟରେ ବହୁତ ଚର୍ଚ୍ଚା ହେଉଛି। ଆମ୍ବର ଏହି କିସମର ନାଁ ହେଉଛି ‘ନୁର୍‌ଜାହାଁ’। ମଧ୍ୟପ୍ରଦେଶର ଆଲିରାଜ୍‌ପୁର୍‌ ଜିଲ୍ଲାରେ ଏହି ଖାସ୍‌ କିସମର ଆମ୍ବ ଚାଷ କରାଯାଏ। ଏହାକୁ ଆମ୍ବମାନଙ୍କର ‘ମଲ୍ଲିକା’ ବୋଲି ମଧ୍ୟ କୁହାଯାଏ।

ଆସନ୍ତୁ ଜାଣିବା କ’ଣ ପାଇଁ ଏହି ଆମ୍ବର ଏତେ ଚାହିଦା ରହିଛି।

publive-image

ଭଲ ପାଣିପାଗ ପାଇଲେ ଏହି ଆମ୍ବର ଓଜନ ବଢ଼ି ୨ରୁ ୩ କିଲୋ ୭୫ ଗ୍ରାମ୍‌ ପର୍ଯ୍ୟନ୍ତ ହୋଇଯାଏ। ଆଫ୍‌ଗାନୀ ଗଛ କୁହାଯାଉଥିବା ଏହି ଦୁର୍ଲଭ ପ୍ରଜାତିର କିଛି ହାତ ଗଣତି ଆମ୍ବ ଗଛ ଭାରତରେ ମିଳିଥାଏ। ଏହି ଆମ୍ବର ଖାସ୍‌ କଥା ହେଉଛି ଯେ, ଏହା ବହୁତ ଦାମ୍‌ରେ ବିକ୍ରି ହୋଇଥାଏ। କେବେ କେବେ ଏହି ଆମ୍ବର ଆକାର ୧ରୁ ୨ ଫୁଟ୍‌ ମଧ୍ୟ ହୋଇଯାଏ।

Advertisment

publive-image

ଏହି ଆମ୍ବ ଅଧିକ ଦାମ୍‌ରେ ବିକ୍ରି ହେଉଥିବାରୁ ଆମ୍ବ ଚାଷ କରୁଥିବା ଚାଷୀ ବହୁତ ଖୁସି ଥାନ୍ତି। ପ୍ରାୟ ସବୁ ଆମ୍ବ ୭୦୦ରୁ ୮୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅଧିକ ଓଜନ ଥିବା ଆମ୍ବ ୧୨ଶହ ଟଙ୍କାରେ ବିକ୍ରି ହୋଇଥାଏ।

publive-image

ସ୍ୱାଦରେ ଏହି ଆମ୍ବ ବହୁତ ମିଠା। ଅଲିଜାପୁର୍‌ରେ ତିନିରୁ ଚାରିଜଣ ଚାଷୀ ଏହି ଆମ୍ବ ଚାଷ କରୁଥିବା ବେଳେ ଏହି କିସମର ଆମ୍ବ ଭଲ ଚାଷ କରୁଥିବା ଚାଷୀଙ୍କୁ ପୁରଷ୍କାର ଦିଆଯାଏ।

ଆଉ ଏକ ଖାସ୍‌ କଥା ଏହା ଯେ, ଆମ୍ବ ଚାଷ କରିବା ସମୟରୁ ହିଁ ଏହ କେତେ ଟଙ୍କାରେ ବିକ୍ରି ହେବ ତାହା ଠିକ୍‌ କରାଯାଇଥାଏ ଏବଂ ଚାଷୀମାନଙ୍କୁ ଟଙ୍କା ଦିଆଯାଇଥାଏ। ଏହାର ସ୍ୱାଦ ଅନ୍ୟ ଆମ୍ବ ଭଳି ହେଇଥାଏ କିନ୍ତୁ, ଏହାର ଆକାର ପାଇଁ ଏହା ଅଧିକା ଟଙ୍କାରେ ବିକ୍ରି ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe