Advertisment

ନୂଆପଡ଼ା: ୫ବର୍ଷ ବିତିଲା, ନିର୍ମାଣ ହୋଇ ପାରୁ ନାହିଁ ଇନଡୋର ଷ୍ଟାଡିୟମ୍

ନୂଆପଡା: କ୍ରୀଡାର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି।  ଖେଳାଳିମାନଙ୍କୁ ଚାକିରି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ହେଲେ କେତେକ ସ୍ଥାନରେ ଜିଲ୍ଲା ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁଁ ଅନେକ ପ୍ରତିଭାବାନ୍ କ୍ରୀଡାବିତ୍ ଏସବୁ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ଅଭଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ନୂଆପଡା ଜିଲ୍ଲାରୁ । କ୍ରୀଡାବିତକୁ ପ୍ରୋତ୍ସାହନ ଦେବା ପାଇଁ ୫ବର୍ଷ ପୂର୍ବେ ଜିଲ୍ଲାରେ ଇନଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ କାମ ଆରମ୍ଭ ହୋଇଥିଲା। […]

ଅଦ୍ୟତନ ହୋଇଛି
ନୂଆପଡ଼ା: ୫ବର୍ଷ ବିତିଲା, ନିର୍ମାଣ ହୋଇ ପାରୁ ନାହିଁ ଇନଡୋର ଷ୍ଟାଡିୟମ୍

nuapada

Advertisment

nuapadaନୂଆପଡା: କ୍ରୀଡାର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି।  ଖେଳାଳିମାନଙ୍କୁ ଚାକିରି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ହେଲେ କେତେକ ସ୍ଥାନରେ ଜିଲ୍ଲା ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁଁ ଅନେକ ପ୍ରତିଭାବାନ୍ କ୍ରୀଡାବିତ୍ ଏସବୁ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ଅଭଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ନୂଆପଡା ଜିଲ୍ଲାରୁ । କ୍ରୀଡାବିତକୁ ପ୍ରୋତ୍ସାହନ ଦେବା ପାଇଁ ୫ବର୍ଷ ପୂର୍ବେ ଜିଲ୍ଲାରେ ଇନଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ କାମ ଆରମ୍ଭ ହୋଇଥିଲା। ହେଲେ ଆଜି ସୁଦ୍ଧା ଷ୍ଟାଡିୟମ୍ କାମ ଶେଷ ହୋଇପାରୁ ନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏଥିପାଇଁ ପ୍ରଶାସନକୁ ଦାୟୀ କରାଯାଉଛି ।

Advertisment

୨୦୦୯-୧୦ ଆର୍ଥିକ ବର୍ଷରେ ୩୦ଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲା ପ୍ରଶାସନ ସଦର ମହକୁମା ସାଂସ୍କୃତିକ ରଙ୍ଗମଞ୍ଚ ଖେଳ ପଡିଆରେ ଇନଡୋର ଷ୍ଟାଡିୟମ୍ କାମ ଆରମ୍ଭ ହୋଇଥିଲା। ବିଶେଷକରି ଜିଲ୍ଲାରେ ବ୍ୟାଡମିଣ୍ଟନ୍, ଟେବୁଲ ଟେନିସ୍ ଓ ମଲ୍ଟିଜିମ୍ ଖେଳାଳି ସୃଷ୍ଟି କରିବା ଏହାର ଲକ୍ଷ୍ୟ ଥିଲା। ହେଲେ ଆଜି ଯାଏଁ ଷ୍ଟାଡିୟମ୍ କାମ ସରୁ ନ ଥିବାରୁ କ୍ରୀଡାବିତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ସହ ସେମାନଙ୍କ ଅଭ୍ୟାସରେ ମଧ୍ୟ ବାଧା ସୃଷ୍ଟି ହେଉଛି। ଏହି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଜିଲ୍ଲାରେ କ୍ରୀଡାର ବିକାଶ ହୋଇ ପାରିବ। ଆମକୁ ଖେଳିବାକୁ ବହୁତ ଅସୁବିଧା ହେଉଛି ବୋଲି ଜିଲ୍ଲାର ବ୍ୟାଡମିଣ୍ଟନ୍ ଖେଳାଳି  ସୁରେନ୍ଦ୍ର କୁମାର ପ୍ରଧାନ କହିଛନ୍ତି।

ସେହିପରି ଆଉ ଜଣେ ଖେଳାଳି ଦୀପକ କୁମାର ମିଶ୍ର କହିଛନ୍ତି, ଷ୍ଟାଡିୟମ୍ କାମ ଆରମ୍ଭ ହେବା ବେଳେ ଆମେ ବହୁତ ଖୁସି ହୋଇଥିଲୁ । ହେଲେ କାମ ଯେପରି ଚାଲିଛି ଏହା ସରିବାକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ସେ ପ୍ରକାଶ କରିଛନ୍ତି ।

Advertisment

ଆକ୍ସନ ପ୍ଲାନରେ ତ୍ରୁଟି ଯୋଗୁଁ ଷ୍ଟାଡିୟମ କାମ ଶେଷ ହୋଇପାରୁ ନାହିଁ। ଷ୍ଟାଡିୟମ୍ କାମ ଶେଷ କରିବାକୁ ଆଉ ୩୫ଲକ୍ଷ ଟଙ୍କା ଆବଶ୍ୟକ। ଶୀଘ୍ର ରାଜ୍ୟ ଯୁବ ଓ କ୍ରୀଡା ବିଭାଗ ତରଫରୁ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି  ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe