Advertisment

ନୂଆପଡା: ଭତ୍ତା ପାଇବାରୁ ବଞ୍ଚିତ ଡଙ୍ଗରୀଗୁଡାର ୨୦ ହିତାଧିକାରୀ

ନୂଆପଡା: ବୃଦ୍ଧବୃଦ୍ଧା ଓ ବିଧବାମାନଙ୍କ ସୁବିଧା ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି। ବୃଦ୍ଧବୃଦ୍ଧା ଓ ବିଧବା ମାନଙ୍କୁ ସରକାର ଭତ୍ତା ଯୋଗାଇ ଦେଉଛନ୍ତି । ହେଲେ ବିଭିନ୍ନ ସ୍ଥାନରେ ଭତ୍ତା ପ୍ରଦାନରେ ଅନିୟମିତତା ହେଉଥିବା ଓ ପ୍ରକୃତ ହିତାଧିକାରୀ ଚୟନ କରାଯାଉ ନ ଥିବା ଅଭିଯୋଗ ଆସୁଛି। ଏପରି ଏକ ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଡଙ୍ଗରୀଗୁଡା ଗାଁରୁ। ଏହି ଗାଁରେ ଥିବା ବୃଦ୍ଧବୃଦ୍ଧା ଓ ବିଧବାମାନେ ଭତ୍ତା ପାଇବାରୁ ବଞ୍ଚିତ […]

ଅଦ୍ୟତନ ହୋଇଛି
ନୂଆପଡା: ଭତ୍ତା ପାଇବାରୁ ବଞ୍ଚିତ ଡଙ୍ଗରୀଗୁଡାର ୨୦ ହିତାଧିକାରୀ

nuapada

Advertisment

ନୂଆପଡା: ବୃଦ୍ଧବୃଦ୍ଧା ଓ ବିଧବାମାନଙ୍କ ସୁବିଧା ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି। ବୃଦ୍ଧବୃଦ୍ଧା ଓ ବିଧବା ମାନଙ୍କୁ ସରକାର ଭତ୍ତା ଯୋଗାଇ ଦେଉଛନ୍ତି । ହେଲେ ବିଭିନ୍ନ ସ୍ଥାନରେ ଭତ୍ତା ପ୍ରଦାନରେ ଅନିୟମିତତା ହେଉଥିବା ଓ ପ୍ରକୃତ ହିତାଧିକାରୀ ଚୟନ କରାଯାଉ ନ ଥିବା ଅଭିଯୋଗ ଆସୁଛି। ଏପରି ଏକ ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଡଙ୍ଗରୀଗୁଡା ଗାଁରୁ। ଏହି ଗାଁରେ ଥିବା ବୃଦ୍ଧବୃଦ୍ଧା ଓ ବିଧବାମାନେ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ କିଛି ଲାଭ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Advertisment

nuapada

ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ପରିଚିତ ଡଙ୍ଗରୀଗୁଡା ଗାଁର ଲୋକମାନେ ଗରିବ ଶ୍ରେଣୀର। ଦିନ ମଜୁରୀ ଓ ଚାଷବାସ କରି ଗ୍ରାମବାସୀ ପରିବାର ଭରଣପୋଷଣ କରିଥା’ନ୍ତି। ଗାଁରେ ୨୦ରୁ ଊର୍ଦ୍ଧ୍ୱ ବୃଦ୍ଧବୃଦ୍ଧା ଅଛନ୍ତି । ଏମାନଙ୍କ ବୟସ ୭୦ରୁ ୮୦ ବର୍ଷ ହେବ। ହେଲେ ଆଜି ଯାଏ ଏହି ବୃଦ୍ଧବୃଦ୍ଧାମାନଙ୍କୁ ଏପର୍ଯ୍ୟନ୍ତ ଭତ୍ତା ମିଳିପାରିନାହିଁ । ଭତ୍ତା ନେଇ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଉଛୁ, ହେଲେ କିଛି  ଲାଭ ହେଉନାହିଁ ବୋଲି ଗାଁର ନୃସିଂହ ମାଝି ଅଭିଯୋଗ କରିଛନ୍ତି। ସେହିପରି ଗାଁର ନୂଆଦେଇ ସା କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ  ୧୪ ବର୍ଷ ହୋଇ ଗଲାଣି। ହେଲେ ଆଜି ଯାଏଁ ତାଙ୍କୁ ବିଧବା ଭତ୍ତା ମିଳିନାହିଁ।

nuapada

ଏ ସମ୍ପର୍କରେ ନୂଆପଡା ସମାଜ ମଙ୍ଗଳ ଅଧିକାରୀ ତ୍ରିନାଥ ପାଢୀଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଅଭିଯୋଗ ଆଣିଥିବା ହିତାଧିକାରୀଙ୍କର ବିପିଏଲ କାର୍ଡ ନାହିଁ।  ଆରଆଇଙ୍କ ପାଖରୁ ପ୍ରମାଣପତ୍ର ଆଣିବାକୁ ଆମେ ସେମାନଙ୍କୁ ଜଣାଇଥିଲୁ। ହେଲେ ଏପର୍ଯ୍ୟନ୍ତ ସେମାନେ ପ୍ରମାଣପତ୍ର ଆଣିନାହାନ୍ତି। ତେବେ ଆସନ୍ତା ୧ ତାରିଖ ମଧ୍ୟରେ ଏହି ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ ଲାଗି ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe