Advertisment

ନୂଆପଡ଼ା: କଂପ୍ୟୁଟର ଅଛି, ବିଦ୍ୟୁତ୍ ସଂଯୋଗ ନାହିଁ, କେମିତି ଚାଲିଛି କଂପ୍ୟୁଟର ଶିକ୍ଷା ?

ନୂଆପଡା: ପିଲାଙ୍କୁ  କଂପ୍ୟୁଟର ଶିକ୍ଷା ଦେଇ ବୈଷୟିକ  ଜ୍ଞାନର ବିକାଶ କରିବା ନିମନ୍ତେ ସରକାରୀ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟକାରୀ କରାଯାଉଛି କଂପ୍ୟୁଟର ଶିକ୍ଷା। କିନ୍ତୁ ନୂଆପଡା ଜିଲ୍ଲାର ଏ ଯୋଜନା ବାଟବଣା ହୋଇଛି। ଜିଲ୍ଲାର ଅନେକ ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ହୋଇ ପାରି ନଥିବାରୁ ୨ ବର୍ଷ ପରେ ବି ପିଲାମାନେ କମ୍ପୁଟର ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲାର ୬୮ଟି ସରକାରୀ ବିଦ୍ୟାଳୟରୁ ୫୧ଟିରେ କଂପ୍ୟୁଟର ସିଷ୍ଟମ୍ ଇନଷ୍ଟଲ୍ କରାଯାଇ ନାହିଁ। ମାତ୍ର ୧୧ଟିରେ କଂପ୍ୟୁଟର […]

ଅଦ୍ୟତନ ହୋଇଛି
ନୂଆପଡ଼ା: କଂପ୍ୟୁଟର ଅଛି, ବିଦ୍ୟୁତ୍ ସଂଯୋଗ ନାହିଁ, କେମିତି ଚାଲିଛି କଂପ୍ୟୁଟର ଶିକ୍ଷା ?

computer-2-300x221

Advertisment

ନୂଆପଡା: ପିଲାଙ୍କୁ  କଂପ୍ୟୁଟର ଶିକ୍ଷା ଦେଇ ବୈଷୟିକ  ଜ୍ଞାନର ବିକାଶ କରିବା ନିମନ୍ତେ ସରକାରୀ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟକାରୀ କରାଯାଉଛି କଂପ୍ୟୁଟର ଶିକ୍ଷା। କିନ୍ତୁ ନୂଆପଡା ଜିଲ୍ଲାର ଏ ଯୋଜନା ବାଟବଣା ହୋଇଛି। ଜିଲ୍ଲାର ଅନେକ ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ହୋଇ ପାରି ନଥିବାରୁ ୨ ବର୍ଷ ପରେ ବି ପିଲାମାନେ କମ୍ପୁଟର ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି।computer-3

Advertisment

ନୂଆପଡ଼ା ଜିଲ୍ଲାର ୬୮ଟି ସରକାରୀ ବିଦ୍ୟାଳୟରୁ ୫୧ଟିରେ କଂପ୍ୟୁଟର ସିଷ୍ଟମ୍ ଇନଷ୍ଟଲ୍ କରାଯାଇ ନାହିଁ। ମାତ୍ର ୧୧ଟିରେ କଂପ୍ୟୁଟର ସିଷ୍ଟମ୍ ଇନଷ୍ଟଲ୍ କରାଯାଇଛି। ପୁଣି ବିଦ୍ୟୁତ୍ ସଂଯୋଗ ନଥିବାରୁ ସେଥି ମଧ୍ୟରୁ ୮ଟି ସ୍କୁଲରେ ପିଲାଏ କଂପ୍ୟୁଟର ଶିଖି ପାରୁ ନାହାନ୍ତି। ଏମିତି ଏକ ସ୍କୁଲ ହେଉଛି ଜିଲ୍ଲାର ସିନାପାଲି ବ୍ଲକ୍ ନିଲଜୀ ଉଚ୍ଚ ବିଦ୍ୟାଳୟ ରାଜ୍ୟ ସରକାର ୨ ବର୍ଷ ତଳେ  ଏହି ବିଦ୍ୟାଳୟକୁ କଂପ୍ୟୁଟର ଯୋଗାଇ ଦେଇଥିଲେ। ଏହି ସ୍କୁଲକୁ ୧୨ଟି କଂପ୍ୟୁଟର ଦିଆଯାଇଥିଲା। ଜଣେ କଂପ୍ୟୁଟର ଶିକ୍ଷକ ମଧ୍ୟ ନିଯୁକ୍ତି ହୋଇଥିଲେ। ସ୍କୁଲକୁ କଂପ୍ୟୁଟର ଆସିବା ଦିନଠୁ  ପିଲାମାନେ କେବଳ ଏ ସଂପର୍କିତ ଥିଓରୀ ପଢୁଛନ୍ତି।  ବିଦ୍ୟୁତ୍ ସଂଯୋଗ ହୋଇ ନ ଥିବାରୁ କଂପ୍ୟୁଟର ଗୁଡ଼ିକ ଚାଲି ପାରୁନି କି  ପ୍ରାକ୍ଟିକାଲ୍  ଆରମ୍ଭ ହୋଇ ପାରୁନାହିଁ। ଫଳରେ କଂପ୍ୟୁଟର ଶିଖିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ନିରାଶ ହେବାକୁ ପଡୁଛି।

computer-4

ସ୍କୁଲର ଛାତ୍ରୀ କ୍ରାନ୍ତି ଗିରିସୂତା ସା  କହିଛନ୍ତି  ଯେ ବିଦ୍ୟୁତ ସଂଯୋଗ ହୋଇ ପାରି ନଥିବାରୁ ସେମାନେ କଂପ୍ୟୁଟର ଶିଖି ପାରୁନାହାନ୍ତି। ସ୍କୁଲରେ କେବଳ କଂପ୍ୟୁଟର ସଂପର୍କିତ ଥିଓରୀ ପଢ଼ା ଯାଉଛି। ପ୍ରାଟିକାଲ୍ କରାଯାଉ ନ ଥିବାରୁ ଅନେକ କଥା ଅବୁଝା ହୋଇ ରହିଯାଉଛି। ଥିଓରୀଗୁଡ଼ିକ ବୁଝିବାରେ ଅସୁବିଧା ହେଉଛି।  ସେହିପରି ଛାତ୍ର ଧନଞ୍ଜୟ ବଂଜାରା କହିଛନ୍ତି,  ଆମ ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନଥିବାରୁ ଆମେ  କଂପ୍ୟୁଟର ପ୍ରାଟିକାଲ୍ କରି ପାରୁନୁ। ବିଦ୍ୟୁତ୍ ସଂଯୋଗ ହେଲେ ଆମେ ଠିକ୍ ଢଙ୍ଗରେ କଂପ୍ୟୁଟର ଶିକ୍ଷା କରିପାରିବୁ ଓ ଏହା ଆମକୁ ଭବିଷ୍ୟତରେ ବେଶ୍ ସହାୟକ ହୋଇ ପାରିବ। ନିଲଜୀ ହାଇସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି ଯେ ଏହି ସ୍କୁଲଟି ସ୍ଥାପନ ହେବାର ୩୪ ବର୍ଷ ହୋଇଗଲାଣି। ୧୯୮୧ ମସିହାରେ ଏହା ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ସ୍କୁଲକୁ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ସ୍କୁଲରେ ଲକ୍ଷ ଲକ୍ଷ ଟଙ୍କାର କଂପ୍ୟୁଟର ଖତ ଖାଉଛି। ବିଦ୍ୟୁତ ସଂଯୋଗ ହୋଇ ନଥିବାରୁ ପିଲାଏ  କଂପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସ୍କୁଲକୁ ଯଥାଶୀଘ୍ର ବିଦ୍ୟୁତ ସଂଯୋଗ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି।

Advertisment

ଅନ୍ୟପକ୍ଷରେ ନୂଆପଡା ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ଏହି ସମସ୍ୟାର ସମାଧାନ ଖୁବଶୀଘ୍ର ହୋଇଯିବ। ସ୍କୁଲଗୁଡ଼ିକର ବିଦ୍ୟୁତ୍ ସଂଯୋଗ କରିବା ପାଇଁ ପ୍ରଧାନଶିକ୍ଷକମାନଙ୍କୁ ଅର୍ଥ ଯୋଗାଇ ଦିଆଯାଇଛି। ନୂଆପଡ଼ା ଜିଲ୍ଲାରେ ୬୯ଟି ସରକାରୀ ଉଚ୍ଚ ବିଦ୍ୟାଳୟ ବ୍ୟତୀତ ଆହୁରି ୧୩୧ଟି ଅନୁଦାନ ପ୍ରାପ୍ତ ହାଇସ୍କୁଲ୍ ମଧ୍ୟ ରହିଛି। ଏଥିରୁ ଅନେକ ସ୍କୁଲରେ ମଧ୍ୟ କଂପ୍ୟୁଟର ରହିଛି। ତେବେ ସେଗୁଡ଼ିକରେ ବି ସମାନ ଅବସ୍ଥା। ବିଦ୍ୟୁତ୍ ସଂଯୋଗ ନଥିବାରୁ କଂପ୍ୟୁଟର ଥିବା ସତ୍ତ୍ୱେ ପିଲାଏ ପ୍ରାଟିକାଲ୍ କରିପାରୁ ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe