Advertisment

ଦୁବାଇରେ କମାଲ କଲେ ଓଡ଼ିଆ ଝିଅ ତିଶ୍ୟା, ହାସଲ କଲେ ନିଆରା ଗୌରବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନାଁ ତିଶ୍ୟା ପାଣିଗ୍ରାହୀ। ବୟସ ମାତ୍ର ୧୦। ତାଙ୍କ ବୟସର ପିଲା ପାଣି ଭିତରକୁ ଯିବା ନାଁ ଶୁଣିଲେ ଦେଖିଲେ ଡରି ଥରହର ହେଉଥିବା ବେଳେ ତିଶ୍ୟା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ବୟସରେ ୩୩ ଫୁଟ୍ ଗଭୀର ଜଳରାଶିରେ ସେ ଦେଖାଉଛନ୍ତି ନିଜ  ପ୍ରତିଭା । ଅତଳତଳ ଗଭୀର ଜଳରାଶି ପ୍ରତି ପିଲା ବେଳୁ ଆକୃଷ୍ଟ ହୋଇଥିବା ତିଶ୍ୟା ସବୁଠୁ କନିଷ୍ଠ ଓଡ଼ିଆ ସ୍କୁବା ଡାଇଭର ହେବାର ଗୌରବ ଅର୍ଜନ କରିଛନ୍ତି। ଦୁବାଇରେ […]

author-image
Niharika Rout
ଅଦ୍ୟତନ ହୋଇଛି
ଦୁବାଇରେ କମାଲ କଲେ ଓଡ଼ିଆ ଝିଅ ତିଶ୍ୟା, ହାସଲ କଲେ ନିଆରା ଗୌରବ

tisyya

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନାଁ ତିଶ୍ୟା ପାଣିଗ୍ରାହୀ। ବୟସ ମାତ୍ର ୧୦। ତାଙ୍କ ବୟସର ପିଲା ପାଣି ଭିତରକୁ ଯିବା ନାଁ ଶୁଣିଲେ ଦେଖିଲେ ଡରି ଥରହର ହେଉଥିବା ବେଳେ ତିଶ୍ୟା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ବୟସରେ ୩୩ ଫୁଟ୍ ଗଭୀର ଜଳରାଶିରେ ସେ ଦେଖାଉଛନ୍ତି ନିଜ  ପ୍ରତିଭା । ଅତଳତଳ ଗଭୀର ଜଳରାଶି ପ୍ରତି ପିଲା ବେଳୁ ଆକୃଷ୍ଟ ହୋଇଥିବା ତିଶ୍ୟା ସବୁଠୁ କନିଷ୍ଠ ଓଡ଼ିଆ ସ୍କୁବା ଡାଇଭର ହେବାର ଗୌରବ ଅର୍ଜନ କରିଛନ୍ତି।

Advertisment

publive-image

ଦୁବାଇରେ ଚମକୁଥିବା ଓଡ଼ିଆ ଝିଅ ତିଶ୍ୟା ସମ୍ବଲପୁରରେ ଜନ୍ମିତ । ନିଜ ପରିବାର ସହ ତିଶ୍ୟା ଦୁବାଇରେ ରହୁଥିବା ବେଳେ ତାଙ୍କ ବାପାଙ୍କ ନିକଟରୁ ସ୍କୁବା ଡାଇଭିଂ ସମ୍ପର୍କରେ ଶୁଣି ଏଥିପ୍ରତି ପିଲା ବେଳୁ ଆକୃଷ୍ଟ ହୋଇଥିଲେ। ଏହାବ୍ୟତୀତ ଗଭୀର ପାଣି ଭିତରେ ଥିବା ଭଳିକି ଭଳି ମାଛ, ଅନ୍ୟାନ୍ୟ ଜୀବ, ଗଛ  ସମ୍ପର୍କରେ ଜାଣିବା ପାଇଁ ଦିନକୁ ଦିନ ତାଙ୍କ ଆଗ୍ରହ ବଢ଼ିବାରେ ଲାଗିଲା।

publive-image

ଦୁବାଇରେ ସେ ଜୁନିଅର ସ୍କୁବା ଡାଇଭିଂ କୋର୍ସ ଶେଷ କରିଛନ୍ତି । ନିକଟରେ ସେ  ଦୁବାଇ ଉପକୂଳରେ ଥିବା ଆରବ ସାଗରରେ ସ୍କୁବା ଡାଇଭିଂ କରି ଲାଇସେନ୍ସ ପାଇବା ସହ ପୁରସ୍କାର ହାସଲ କରିଛନ୍ତି । ଶେଷ ଟ୍ରେନିଂ ସମୟରେ ସେ ୩୩ ଫୁଟ୍ ଗଭୀର ପାଣିରେ ନିଜର ପ୍ରତିଭା ଦେଖାଇଥିଲେ ।

Advertisment

publive-image

ବିଶ୍ୱର ସବୁଠୁ ବଡ଼ ସ୍କୁବା ଡାଇଭିଂ ଏବଂ ଟ୍ରେନିଂ ସେଣ୍ଟର ପ୍ରଫେସନାଲ ଆସୋସିଏସନ  ଅଫ୍ ଡାଇଭିଂ ଇନ୍‌ଷ୍ଟ୍ରକକ୍ଟର୍ସଙ୍କ ପକ୍ଷରୁ ସେ ସାର୍ଟିଫିକେଟ୍ ହାସଲ କରିଛନ୍ତି । ଆଗକୁ ସୁଯୋଗ ମିଳିଲେ ସେ ଅନେକ ନୂଆ ନୂଆ ସ୍ଥାନରେ ଡାଇଭ୍ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।