Advertisment

ଅରୁଣାଚଳ ପ୍ରଦେଶର ଜଙ୍ଗଲରେ ଦିନ କାଟୁଛନ୍ତି ଓଡ଼ିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅରୁଣାଚଳ ପ୍ରଦେଶରେ ଜଙ୍ଗଲରେ ଦିନ କାଟୁଛନ୍ତି ଓଡ଼ିଆ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଗଜପତି ଜିଲ୍ଲାର ଜଗପତି କାର୍ଯୀ ଦୀର୍ଘ ୧୮ ବର୍ଷ ହେଲା ଏଇ ଜଙ୍ଗଲରେ ରହୁଛନ୍ତି ଜଗପତି। ଆଜ୍ଞା ହଁ ଆପଣ ଦେଖୁଥିବା ଏହି ଭିଡିଓଟି ସତ। ଏହି ପଥର ଆରପଟେ ରୁହନ୍ତି ଜଗପତି କାର୍ଯୀ। କେବେଠୁ ଅରୁଣାଚଳ ଆସିଲେଣି ପଚାରିଲେ ସେ କୁହନ୍ତି ମନେନାହିଁ। ଏପରିକି ଠିକରେ ଓଡ଼ିଆ ଭାଷା ମଧ୍ୟ କହିପାରୁନାହାନ୍ତି। ତେବେ ଗ୍ରୀପ୍ ନାମକ ଏକ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଅରୁଣାଚଳ ପ୍ରଦେଶର ଜଙ୍ଗଲରେ ଦିନ କାଟୁଛନ୍ତି ଓଡ଼ିଆ

odia33

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅରୁଣାଚଳ ପ୍ରଦେଶରେ ଜଙ୍ଗଲରେ ଦିନ କାଟୁଛନ୍ତି ଓଡ଼ିଆ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଗଜପତି ଜିଲ୍ଲାର ଜଗପତି କାର୍ଯୀ ଦୀର୍ଘ ୧୮ ବର୍ଷ ହେଲା ଏଇ ଜଙ୍ଗଲରେ ରହୁଛନ୍ତି ଜଗପତି। ଆଜ୍ଞା ହଁ ଆପଣ ଦେଖୁଥିବା ଏହି ଭିଡିଓଟି ସତ।

Advertisment

ଏହି ପଥର ଆରପଟେ ରୁହନ୍ତି ଜଗପତି କାର୍ଯୀ। କେବେଠୁ ଅରୁଣାଚଳ ଆସିଲେଣି ପଚାରିଲେ ସେ କୁହନ୍ତି ମନେନାହିଁ। ଏପରିକି ଠିକରେ ଓଡ଼ିଆ ଭାଷା ମଧ୍ୟ କହିପାରୁନାହାନ୍ତି। ତେବେ ଗ୍ରୀପ୍ ନାମକ ଏକ କମ୍ପାନୀ ସହ ଅଶୀ ଦଶକରେ ସେ ଓଡ଼ିଶା ଛାଡ଼ିଥିବା ଅନୁମାନ କରାଯାଉଛି।

୨୦୦୨ ମସିହାରୁ ଆଉ କାମ ନ ମିଳିବାରୁ ଜଗପତି କାଠକାଟି ପେଟ ପୋଷୁଥିଲେ। ସେହି ସମୟରେ ତାଙ୍କୁ ଠାବ କରିଥିଲେ ଅରୁଣାଚଳର ଶିକ୍ଷକ ରୁବୁ ଆମା। ଜଗପତି ଗତ ୨୦୧୯ ସେପ୍ଟେମ୍ବର- ଅକ୍ଟୋବରରୁ ଆଉ କାମ କରିପାରୁନାହାନ୍ତି। ରୁବୁ ଆମା ମଝିରେ ମଝିରେ ଏହି ଜଙ୍ଗଲକୁ ଯାଇ ଜଗପତିଙ୍କୁ ରାସନ୍ ଯୋଗାଇ ଆସନ୍ତି। ବୟସ, ଭୋକ ଏବଂ ଲକଡାଉନର ମିଳିତ ଚାପ ଜଗପତିଙ୍କ ସ୍ଥିତି ଆହୁରି ଖରାପ କରିଛି। ଫଳରେ ଜଗପତିଙ୍କ ପାଇଁ ଚିନ୍ତିତ ହୋଇପଡ଼ିଛି ରୁବୁ ଆମା।

Advertisment

publive-image

ଜଗପତି ନିଜ ଅରୁଣାଚଳ ଆସିବା ନେଇ ବିଶେଷ କିଛି ମନେ ରଖିନାହାନ୍ତି। କିନ୍ତୁ ନିଜ ଗାଁ ଅବାସିଙ୍ଗି, ପରିବାର ଲୋକଙ୍କ ନାଁ ଏବଂ ପାରଳାଖେମୁଣ୍ଡି ବାବଦରେ ସବୁ ମନେ ରଖିଛନ୍ତି।

ରୁବୁ ଆମା ଚାହୁଁଛନ୍ତି ଜଗପତି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ତାଙ୍କ ଗାଁ ଅବାସିଙ୍ଗିକୁ ଫେରିଯା'ନ୍ତୁ। ନିଜ ଜୀବନର ଶେଷ ସମୟ ପରିବାର ଲୋକଙ୍କ ସହ ଏବଂ ନିଜ ଭିଟାମାଟି କାଟନ୍ତୁ। କିନ୍ତୁ ଜଗପତିଙ୍କୁ ଏହି କରୋନା ଲଢ଼େଇର କଟକଣାରେ କିଏ କେମିତି ଓଡ଼ିଶା ଆଣିବ, ତାହା ହିଁ ବଡ଼ ପ୍ରଶ୍ନ ପାଲଟିଛି।

ଓଡ଼ିଶା ରିପୋର୍ଟରରେ ଜଗପତିଙ୍କ ବିଷୟରେ ଖବର ପ୍ରକାଶ ପାଇବା ପରେ ଜଗପତିଙ୍କ ଜିଲ୍ଲାର ଜଣେ ଲୋକଙ୍କ ସହ ଯୋଗାଯୋଗ କରାଯାଇଛି। କିନ୍ତୁ ଜଗପତିଙ୍କ ଘର ଲୋକଙ୍କର ଠିକଣା ଜାଣିବା ପାଇଁ ପ୍ରୟାସ ଜାରିରହିଛି।