bolb-1
ନବରଙ୍ଗପୁର(ନବଘନ ସାହୁ): ମୋଟା ଅଙ୍କର ଚାକିରି ଦେଇପାରିଲାନି ଆତ୍ମସନ୍ତୋଷ । ଆବଶ୍ୟକତା ପୂରଣ ନିମନ୍ତେ ଟଙ୍କା ମିଳିଲା, ହେଲେ ମିଳିପାରିଲାନି ସ୍ୱତନ୍ତ୍ର ପରିଚୟ। ଶେଷରେ ମେକାନକାଲ ଇଞ୍ଜିନିୟର ହୋଇ ମଧ୍ୟ ନିଜେ କିଛି କରିବା ମୋହରେ ୩ ବର୍ଷର ଚାକିରିକୁ ଏଡ଼ାଇ ଦେଇଥିବା ନବରଙ୍ଗପୁର ତେନ୍ତୁଳିଖୁଣ୍ଟିର ଶୁଭ ଶଙ୍କର ସାହୁ ଏବେ ନିଜ କାମରେ ବେଶ୍ ଖୁସି ଥିବା କହିଛନ୍ତି।
/odisha-reporter/media/post_attachments/wp-content/uploads/2020/11/bolb-2.jpg)
ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭରଶୀଳ ଭାରତ ନିର୍ମାଣ ଆହ୍ୱାନରେ ଅନୁପ୍ରାଣିତ ହୋଇ ଶୁଭ ଶଙ୍କର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରୁଛନ୍ତି ଏଲ୍ଇଡି ବଲ୍ବ। ଯାହା ବଜାରରେ ମିଳୁଥିବା ଅନ୍ୟ ନାମୀଦାମୀ ବ୍ରାଣ୍ଡର ବଲ୍ବ ସହିତ ସମକକ୍ଷ ହେବା ସହ ଦର ବି ସୁହାଇଲା ଭଳି ରହିଛି । ବଲବ୍ ପ୍ରସ୍ତୁତ କରି ସେ ନିଜେ ସ୍ୱାବଲମ୍ବୀ ହେବା ସହ ଗାଁର କିଛି ଯୁବକଙ୍କୁ ଯୋଗାଇ ଦେଇଛନ୍ତି କର୍ମସଂସ୍ଥାନ। ପୁଅର କାମରେ ବାପା ମଧ୍ୟ ବେଶ୍ ଖୁସି।
/odisha-reporter/media/post_attachments/wp-content/uploads/2020/11/bolb-4.jpg)
ମେକାନକାଲ ଇଞ୍ଜିନିୟରିଂ ପ୍ରତି ଆକୃଷ୍ଟ ହୋଇ ପାଠ ପଢ଼ିଲି। ଏହାପରେ ବଲବ ତିଆରି ପାଇଁ କାମ ଆରମ୍ଭ କଲି। ଗରୀବ ଶ୍ରେଣୀ ଲୋକଙ୍କ ପାଇଁ ଏହାର ଦାମ ବି କମ୍ ଥିବାରୁ ଲୋକେ ଏହାକୁ ବେଶ୍ ପସନ୍ଦ କରୁଥିବା କହିଛନ୍ତି ଯୁବ ଉଦ୍ୟୋଗୀ ଶୁଭଶଙ୍କର ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ପୁଅ ଏପରି ପଦକ୍ଷେପ ଗ୍ରହଣ କରିଛି। ଆଉ ପୁଅର ନିଷ୍ପତ୍ତିରେ ଆମେ ବହୁତ୍ ଖୁସି ବୋଲି କହିଛନ୍ତି ଶୁଭଶଙ୍କରଙ୍କ ବାପା ତାରିଣୀ ଚରଣ ସାହୁ।
/odisha-reporter/media/post_attachments/wp-content/uploads/2020/11/bolb-5.jpg)
ଶୁଭଶଙ୍କର ୨୦୧୬ରେ ମେକାନିକାଲ ଇଂଜିନିୟରିଂ ଶିକ୍ଷା ସମାପ୍ତ ପରେ ଚାକିରି କରିଥିଲେ । ମାତ୍ର ଇଚ୍ଛା ଥିଲା କିଛି ଅଲଗା କରିବା ପାଇଁ । ବାସ୍ ସ୍ୱପ୍ନ ସାକାର କରିବାକୁ ୩ ବର୍ଷ ପରେ ଚାକିରି ଛାଡ଼ି ଫେରିଥିଲେ ଭିଟାମାଟିକୁ । ଏହାପରେ ଆରମ୍ଭ କରିଥିଲେ ବ୍ୟବସାୟ । ଦିଲ୍ଲୀରୁ କଞ୍ଚାମାଲ୍ ମଗାଇ ନୂତନ ଶୈଳୀରେ ପ୍ରସ୍ତୁତ କରୁଛନ୍ତି ଏଲ୍ଇଡି ବଲବ।
ଦିନକୁ ୧୬ ଘଣ୍ଟା ପରିଶ୍ରମ କରି ପ୍ରାୟ ୨୦୦ରୁ ୩୦୦ ବଲ୍ବ ପ୍ରସ୍ତୁତ କରୁଛନ୍ତି ଶୁଭଶଙ୍କର । ସରକାରୀ ସହାୟତା ମିଳିଲେ ସେ ଏହି କାରବାରକୁ ଆଗକୁ ବଢ଼ାଇ ପାରିବେ ବୋଲି ଆଶା ରଖିଛନ୍ତି । ସ୍ଥାନୀୟ ବଜାର ସହ ଜିଲ୍ଲା ବାହାରେ ମଧ୍ୟ ଏହାର ଚାହିଦା ବଢିବାରେ ଲାଗିଥିବା କହିଛନ୍ତି ଶୁଭଶଙ୍କର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/bolb-1.jpg)