Advertisment

କରୋନା ରିଲିଫ୍ ପାଣ୍ଠି: ଲେଡି ଗାଗାଙ୍କ ଶୋ'ରେ ଓଡ଼ିଆ ଝିଅଙ୍କ କମାଲ

ଭୁବନେଶ୍ୱର: କରୋନା ଭୂତାଣୁ ସାରା ଦୁନିଆକୁ କନ୍ଦାଉଥିବା ବେଳେ ଏହାର ମୁକାବିଲା ଲାଗି ସାରା ବିଶ୍ୱରୁ ପ୍ରମୁଖ ତାରକାମାନେ ଏକାଠି ହୋଇଛନ୍ତି। ଏମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ତଥା କରୋନା ସହ ଲଢ଼ୁଥିବା ଅନ୍ୟ ସଂସ୍ଥାଗୁଡ଼ିକ ପାଇଁ ଭର୍ଚୁଆଲ୍ କନସର୍ଟ ମାଧ୍ୟମରେ ପାଣ୍ଠି ସଂଗ୍ରହ କରିଛନ୍ତି। ଏଭଳି ଏକ ମହତ୍ କାମରେ ଓଡ଼ିଶା ଜନ୍ମିତ ବଲିଉଡ୍ ଗାୟିକା ଲିସା ମିଶ୍ର ସାମିଲ ହୋଇ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ଏହି ମେଗା କନସର୍ଟରେ ଏଲଟନ୍ ଜନ୍, […]

ଅଦ୍ୟତନ ହୋଇଛି
କରୋନା ରିଲିଫ୍ ପାଣ୍ଠି: ଲେଡି ଗାଗାଙ୍କ ଶୋ'ରେ ଓଡ଼ିଆ ଝିଅଙ୍କ କମାଲ

Lisa Mishra

Advertisment

ଭୁବନେଶ୍ୱର: କରୋନା ଭୂତାଣୁ ସାରା ଦୁନିଆକୁ କନ୍ଦାଉଥିବା ବେଳେ ଏହାର ମୁକାବିଲା ଲାଗି ସାରା ବିଶ୍ୱରୁ ପ୍ରମୁଖ ତାରକାମାନେ ଏକାଠି ହୋଇଛନ୍ତି। ଏମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ତଥା କରୋନା ସହ ଲଢ଼ୁଥିବା ଅନ୍ୟ ସଂସ୍ଥାଗୁଡ଼ିକ ପାଇଁ ଭର୍ଚୁଆଲ୍ କନସର୍ଟ ମାଧ୍ୟମରେ ପାଣ୍ଠି ସଂଗ୍ରହ କରିଛନ୍ତି। ଏଭଳି ଏକ ମହତ୍ କାମରେ ଓଡ଼ିଶା ଜନ୍ମିତ ବଲିଉଡ୍ ଗାୟିକା ଲିସା ମିଶ୍ର ସାମିଲ ହୋଇ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି।

Advertisment

ଏହି ମେଗା କନସର୍ଟରେ ଏଲଟନ୍ ଜନ୍, ପୋଲ୍ ମ୍ୟାକ୍ କାର୍ଚନୀ, ରୋଲିଂ ଷ୍ଟୋନ୍ସ, ଲେଡି ଗାଗା, ଷ୍ଟିଭ୍ ଓ୍ୱାଣ୍ଡର୍, ଟାଏଲର୍ ସ୍ୱିଫ୍ଟ, ବିଲି ଏଲିଶ୍ ଭଳି ବିଶ୍ୱବିଦିତ ନାଁ ସହ ଓଡ଼ିଆ ଝିଅ ଲିସାଙ୍କ ନାଁ ମଧ୍ୟ ଯୋଡ଼ି ହୋଇଯାଇଛି। ଏମାନେ ଦୀର୍ଘ ଆଠ ଘଣ୍ଟାର ଚାରିଟେବଲ ଶୋ' 'ଓ୍ୱାନ୍ ଓ୍ୱାର୍ଲଡ୍: ଟୁଗେଦର୍ ଆଟ୍ ହୋମ୍' ଜରିଆରେ ପାଣ୍ଠି ସଂଗ୍ରହ କରିଛନ୍ତି। ତେବେ ଏହି ୬ ଘଣ୍ଟାର ପ୍ରି-ଶୋ ଓ ୨ ଘଣ୍ଟାର ଲାଇଭ୍ କନସର୍ଟକୁ ସାରା ବିଶ୍ୱରେ ଲୋକପ୍ରିୟ ଲେଡି ଗାଗା ନିଜେ ପରିଚାଳନା କରିଥିଲେ, ଯାହା ୟୁକେ ଟେଭି ଚ୍ୟାନେଲଗୁଡ଼ିକରେ ସିଧା ପ୍ରସାରଣ କରାଯିବା ସହ ଅନଲାଇନ୍ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ହୋଇଥିଲା।

LISA MISHRA

ମିଳିଥିବା ସୂଚନା ଅନୁସାରେ କରୋନା ରିଲିଫ୍ ପାଣ୍ଠି ପାଇଁ ଶୋ' ମାଧ୍ୟମରେ ୧୨୭ ମଲିୟନ ୟୁଏସ୍ ଡଲାର ସଂଗ୍ରହ କରାଯାଇଛି। ଶୋ'ରେ ଲିସାଙ୍କ ବ୍ୟତୀତ ଲୋକପ୍ରିୟ ଅଭିନେତା ଶାହରୁଖ ଖାନ୍ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅତିଥି ଭୂମିକାରେ ଯୋଗଦେଇଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏତେ ବଡ଼ ଶୋ'ରେ ସମସ୍ତ ତାରକା ନିଜ ନିଜ ଘରେ ରହି ପରଫର୍ମାନ୍ସ କରିଥିଲେ। ଶୋ'ରେ ଲିସାଙ୍କ 'ସଜନା ଓ୍ୱେ' ଗୀତଟି ପ୍ରାୟ ୧ ଘଣ୍ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା।

Advertisment

https://www.instagram.com/p/B2g4IGhguDR/?utm_source=ig_web_copy_link

ପ୍ରକାଶ ଥାଉ କି, ଲିସା ଏବେ ଓଡ଼ିଶାରେ ଅଛନ୍ତି। ଭୁବନେଶ୍ୱରରେ ଜେଜେବାପାଙ୍କ ଘରେ ଲିସା ଏହି ଗୀତଟି ଶୁଟିଂ କରିଛନ୍ତି। ସେ ମୁମ୍ବାଇରେ ରହୁଥିଲେ ମଧ୍ୟ ଏବେ ଭୁବନେଶ୍ୱରରେ ନିଜ ପରିବାର ସହ ଲକଡାଉନ ସମୟ ବିତାଉଛନ୍ତି। ବଲିଉଡ୍ ଏବଂ ଲାଇଭ୍ ମ୍ୟୁଜିକ୍ କନସର୍ଟ କରିବା ପୂର୍ବରୁ ଲିସା ନିଜ ଆଇଫୋନ୍ ଓ ଟ୍ରାଇପଡ୍ ସାହାଯ୍ୟରେ ସୋଶାଲ ମିଡିଆରେ ଭିଡିଓ ଶେୟାର କରି ସୁନାମ ଅର୍ଜନ କରିଥିଲେ। ସେହି ସମାନ ଉପାୟ ଲିସା ଏହି ଶୋ' ପାଇଁ ମଧ୍ୟ ଆପଣାଇଛନ୍ତି।

https://www.instagram.com/p/B-gaLBXgUGR/?utm_source=ig_web_copy_link

ଏନେଇ ଲିସା କହିଛନ୍ତି ଯେ, "ମୁଁ ୟୁନିଭର୍ସାଲ ମ୍ୟୁଜିକ୍ ଇଣ୍ଡିଆ ସହ ଚୁକ୍ତି କରିଛି। ସେମାନେ ମୋତେ କାର‌୍ୟ୍ୟକ୍ରମରେ ଭାଗ ନେବାକୁ କହିଥିଲେ। ଏଭଳି ସମୟରେ ଯେଉଁ ଦମ୍ପତିମାନେ ପରସ୍ପରଠାରୁ ଦୂରରେ ଅଛନ୍ତି, ସେମାନଙ୍କ ପାଇଁ କିଛି ଉତ୍ସର୍ଗ କରିବାକୁ ଚାହୁଁଥିଲେ। ଏଣୁ ଏହି ବିଶ୍ୱ ସ୍ତରୀୟ କାର‌୍ୟ୍ୟକ୍ରମ ପାଇଁ ମୁଁ ଗାଇଥିବା ସବୁଠାରୁ ରୋମାଣ୍ଟିକ୍ ଗୀତ 'ସଜନା ଓ୍ୱେ' ଗାଇବାକୁ ନିଷ୍ପତ୍ତି ନେଲି।"

ଓଡ଼ିଆ ଝିଅ ଲିସା ମିଶ୍ର ବହୁ ଚର୍ଚ୍ଚିତ ବଲିଉଡ୍ ଫିଲ୍ମ 'ଭିରେ ଦି ଓ୍ୱେଡିଂ'ର 'ତରିଫାଁ' ଗୀତରୁ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe