Advertisment

ଓଡ଼ିଆଙ୍କ ଯୋଗ୍ୟତା ବଢ଼ାଇବାରେ ବିଫଳ ଓଡ଼ିଶା ସରକାର!

ଲକ୍ଷ୍ମୀନାରାୟଣ କାନୁନଗୋ/ସ୍ୱାତୀ ଜେନା ୩୦ ହଜାର ସରକାରୀ ପଦବି, ମିଳିଲେନି ୧୧ ହଜାର ଉପଯୁକ୍ତ ପ୍ରାର୍ଥୀ। ୧୧ ବର୍ଷରେ ମିଳିଲେନି ୧୧ ହଜାର ଉପଯୁକ୍ତ ପ୍ରାର୍ଥୀ! ୧୧ ବର୍ଷରେ ବାହାରିଲା ପ୍ରାୟ ୩୦ ହଜାର ସରକାରୀ ପଦ ପାଇଁ ବିଜ୍ଞାପନ। ହେଲେ ମିଳିଲେନି ୧୧ ହଜାର ଉପଯୁକ୍ତ ପ୍ରାର୍ଥୀ। ଓପିଏସସି ବର୍ଷକୁ ବାହାର କରୁଛି ମାତ୍ର ୩ ହଜାର ସରକାରୀ ଚାକିରି। ୩ ହଜାର ପଦ ପାଇଁ ବି ମିଳୁନାହାନ୍ତି ପ୍ରାୟ ୧ ହଜାର ଯୋଗ୍ୟ ପ୍ରାର୍ଥୀ। […]

ଅଦ୍ୟତନ ହୋଇଛି
ଓଡ଼ିଆଙ୍କ ଯୋଗ୍ୟତା ବଢ଼ାଇବାରେ ବିଫଳ ଓଡ଼ିଶା ସରକାର!

Job

Advertisment
  • ଲକ୍ଷ୍ମୀନାରାୟଣ କାନୁନଗୋ/ସ୍ୱାତୀ ଜେନା

୩୦ ହଜାର ସରକାରୀ ପଦବି, ମିଳିଲେନି ୧୧ ହଜାର ଉପଯୁକ୍ତ ପ୍ରାର୍ଥୀ। ୧୧ ବର୍ଷରେ ମିଳିଲେନି ୧୧ ହଜାର ଉପଯୁକ୍ତ ପ୍ରାର୍ଥୀ! ୧୧ ବର୍ଷରେ ବାହାରିଲା ପ୍ରାୟ ୩୦ ହଜାର ସରକାରୀ ପଦ ପାଇଁ ବିଜ୍ଞାପନ। ହେଲେ ମିଳିଲେନି ୧୧ ହଜାର ଉପଯୁକ୍ତ ପ୍ରାର୍ଥୀ। ଓପିଏସସି ବର୍ଷକୁ ବାହାର କରୁଛି ମାତ୍ର ୩ ହଜାର ସରକାରୀ ଚାକିରି। ୩ ହଜାର ପଦ ପାଇଁ ବି ମିଳୁନାହାନ୍ତି ପ୍ରାୟ ୧ ହଜାର ଯୋଗ୍ୟ ପ୍ରାର୍ଥୀ। ଓଡ଼ିଶାରେ ଏକ-ତୃତୀୟାଂଶ ଯୋଗ୍ୟ ପ୍ରାର୍ଥୀ ନମିଳିବା ନେଇ ଉଠିଲା ପ୍ରଶ୍ନ। ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ଖୋଲିଲା ସରକାରୀ ନିଯୁକ୍ତିର ପେଡ଼ି!

Advertisment

ସରକାରୀ ଚାକିରି ପାଇଁ ଅନେକ ମୋହ। ନିକଟରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପ୍ରକାଶିତ ୭୯୬ ଏଏସ୍ଓ ବା ସହକାରୀ ବଡ଼ ବାବୁ ପଦ ପାଇଁ ପ୍ରାୟ ୨ ଲକ୍ଷ ଯୁବକ ଆବେଦନ କରିଥିବା ଖବର ଆସିଥିଲା। ସଚିବାଳୟର ସହକାରୀ ବଡ଼ ବାବୁ ପଦ ପାଇଁ ଇଂଜିନିୟର, ପିଏଚଡି ଡିଗ୍ରୀଧାରୀଙ୍କୁଠାରୁ ଏମବିଏ ପର୍ଯ୍ୟନ୍ତ ପାଠ ପଢ଼ିଥିବା ପିଲା ଏଥିପାଇଁ ଆବେଦନ କରିବା ଦେଖିବାକୁ ମିଳିଥିଲା। ମାତ୍ର ଯେତେବେଳେ ଓପିଏସସି ପକ୍ଷରୁ ଜୁନିଅର ଡାକ୍ତର, ଇଂଜିନିୟର, ଲେକଚର ଭଳି ପଦ ପାଇଁ ବିଜ୍ଞାପନ ବାହାରୁଛି, ସେତେବେଳେ ଉପଯୁକ୍ତ ଯୋଗ୍ୟ ପ୍ରାର୍ଥୀ ନମିଳିବା କାରଣରୁ ପ୍ରାୟ ଏକ-ତୃତୀୟାଂଶ ପଦ ଖାଲି ପଡ଼ୁଥିବା କଥା ଦେଖାଯାଉଛି। ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏଭଳି ଉତ୍ତର ଦେଇଛନ୍ତି।

ଉଦାହରଣ ସ୍ୱରୂପ ଦେଖନ୍ତୁ ଏହି ଟେବୁଲ। ୨୦୦୯-୧୦ରେ ଉଚ୍ଚ ଶିକ୍ଷା ବିଭାଗ ୧୨ଟି ବିଭାଗ ପାଇଁ ୩୨୮ଟି ଜୁନିଅର ଲେକଚର ଚାହିଁଥିଲା। ଦୁଇ ବର୍ଷ ପରେ ୨୦୧୧ରେ ଓପିଏସସି ନିଯୁକ୍ତି ଫଳ ବାହାର କଲା। ଏଥିପାଇଁ କେବଳ ୨୧୧ ଜଣ ଯୋଗ୍ୟ ପ୍ରାର୍ଥୀ ମିଳିଲେ। ହେଲେ ଉପଯୁକ୍ତ ପ୍ରାର୍ଥୀ ନମିଳିବାରୁ ୧୧୭ଟି ପଦ ପୂରଣ ହୋଇପାରିଲା ନାହିଁ। ଏମିତି ଜୁନିଅର ଇଂଜିନିଅର, ଡାକ୍ତର ବା ମେଡିକାଲ ଅଫିସର, ହୋମିଓପାଥି ଓ ଆୟୁର୍ବେଦ ଡାକ୍ତର, ଓକିଲ ବା ଆସିଷ୍ଟାଂଟ ପବ୍ଲିକ ପ୍ରୋସିକ୍ୟୁଟର, ଭେଟେନାରୀ ସର୍ଜନ, ଦାନ୍ତ ଡାକ୍ତର, ଜୁନିଅର କୃଷି ଅଫିସ‌ର ଭଳି ଅନେକ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି। ୨୦୦୯ରୁ ୨୦୨୧ ପର୍ଯ୍ୟନ୍ତ, ଅର୍ଥାତ୍ ୧୧ ବର୍ଷର ତଥ୍ୟ ଦେଖିଲେ ପ୍ରାୟ ୩୦ ହଜାର (୩୦,୬୪୫)ପଦ ପାଇଁ ପ୍ରାୟ ୧୧ ହଜାର (୧୦,୭୦୩) ଉପଯୁକ୍ତ ପ୍ରାର୍ଥୀ ବା ୩୫ ପ୍ରତିଶତ ଯୋଗ୍ୟ ପ୍ରାର୍ଥୀ ନମିଳିଥିବା ଦେଖାଯାଇଛି।

Advertisment

ସରକାରୀ ଚାକିରି ପାଇଁ ଲୋକଙ୍କ ଭିତରେ ରହିଛି ଯଥେଷ୍ଟ ଆଗ୍ରହ। ଓପିଏସସି, ଓଏସଏସସି (ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ), ଓଏସଏସଏସସି (ଓଡ଼ିଶା ସବଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ) ଭଳି ସରକାରୀ ଏଜେନସି ନିଯୁକ୍ତି ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା କରିଥାନ୍ତି। ୧୧ ବର୍ଷରେ ମାତ୍ର ୩୦ ହଜାର ସରକାରୀ ଚାକିରି ପାଇଁ ସରକାର ଯୋଗ୍ୟ ପ୍ରାର୍ଥୀ ଚାହୁଁଥିଲେ। ମାତ୍ର ଓପିଏସସି ୩୦ ହଜାରରୁ ପ୍ରାୟ ୧୧ ହଜାର ପଦ ପାଇଁ ଉଯଯୁକ୍ତ ପ୍ରାର୍ଥୀ ନ ପାଇବା ସରକାରୀ ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରୁଛି।

Odisha Unemployment Odisha Govt Eligible Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe