Advertisment

ଫୁସକି ଗଲା ପୁଞ୍ଜି ବୋମା!

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନଗୋ) : କାହିଁକି ପଡ଼ୋଶୀ ରାଜ୍ୟ ଭଳି ଓଡ଼ିଶାକୁ ଆସୁନି ପୁଞ୍ଜିନିବେଶ? ତେଲେଙ୍ଗାନାକୁ ଆସୁଛି ଓଡ଼ିଶାର ପ୍ରାୟ ୫୦ ଗୁଣ, ପଶ୍ଚିମବଙ୍ଗକୁ ୨୦ଗୁଣ ବିଦେଶୀ ପୁଞ୍ଜି। ୩ ବର୍ଷରେ ଦେଶକୁ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଆସିଛି। ହେଲେ ଓଡ଼ିଶାକୁ ଆସିନି ୧ ହଜାର କୋଟି ଟଙ୍କାର ବିଦେଶୀ ପୁଞ୍ଜି! ଓଡ଼ିଶାରେ ୫ ବର୍ଷରେ ୩୨୯ ବଡ଼ ପ୍ରକଳ୍ପରୁ କାର୍ଯ୍ୟକ୍ଷମ ହୋଇଛି ୩୦ଟି ପ୍ରକଳ୍ପ। ଆଉ ୮.୧୧ ଲକ୍ଷ କୋଟି […]

ଅଦ୍ୟତନ ହୋଇଛି
ଶିଳ୍ପାୟନ: କାହାକୁ ଡାକୁଛେ, କିଏ ଛାଡ଼ୁଛନ୍ତି?

INDUSTRY

Advertisment

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନଗୋ) : କାହିଁକି ପଡ଼ୋଶୀ ରାଜ୍ୟ ଭଳି ଓଡ଼ିଶାକୁ ଆସୁନି ପୁଞ୍ଜିନିବେଶ? ତେଲେଙ୍ଗାନାକୁ ଆସୁଛି ଓଡ଼ିଶାର ପ୍ରାୟ ୫୦ ଗୁଣ, ପଶ୍ଚିମବଙ୍ଗକୁ ୨୦ଗୁଣ ବିଦେଶୀ ପୁଞ୍ଜି। ୩ ବର୍ଷରେ ଦେଶକୁ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଆସିଛି। ହେଲେ ଓଡ଼ିଶାକୁ ଆସିନି ୧ ହଜାର କୋଟି ଟଙ୍କାର ବିଦେଶୀ ପୁଞ୍ଜି! ଓଡ଼ିଶାରେ ୫ ବର୍ଷରେ ୩୨୯ ବଡ଼ ପ୍ରକଳ୍ପରୁ କାର୍ଯ୍ୟକ୍ଷମ ହୋଇଛି ୩୦ଟି ପ୍ରକଳ୍ପ। ଆଉ ୮.୧୧ ଲକ୍ଷ କୋଟି ଟଙ୍କା ସ୍ଥାନରେ ମାତ୍ର ୧୧ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି।

Advertisment

ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ପଡୋଶୀ ରାଜ୍ୟ ତୁଳନାରେ ଓଡ଼ିଶାକୁ ବିଶେଷ ବିଦେଶୀ ପୁଞ୍ଜି ଆସୁନି। ଦେଶକୁ ଆସୁଥିବା ବିଦେଶୀ ପୁଞ୍ଜିରୁ ଓଡ଼ିଶାକୁ ଖୁବ୍ ନଗଣ୍ୟ ଆସୁଛି। ସଂସଦରେ ରାଜ୍ୟର ସାଂସଦମାନଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ବାରମ୍ବାର କେନ୍ଦ୍ର ସରକାର ଦେଉଥିବା ତଥ୍ୟରୁ ଏହି ବାସ୍ତବ ଚିତ୍ର ପଦାକୁ ଆସୁଛି। ୨୦୨୧ ମାର୍ଚ୍ଚ ୮ ତାରିଖରେ ବିଜେଡି ସାଂସଦ ମହେଶ ସାହୁଙ୍କ ପ୍ରଶ୍ନର ଉତ୍ତର ହେଉ, କିମ୍ବା ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ନିକଟରେ ୨୦୨୨ ଜୁଲାଇ ୨୨ ତାରିଖରେ ମିଳିଥିବା ଉତ୍ତରରୁ ଏହା ସ୍ପଷ୍ଟ ହେଉଛି। ଭାରତକୁ ପ୍ରତି ବର୍ଷ ପ୍ରାୟ ୫/୬ ଲକ୍ଷ କୋଟିର ବିଦେଶୀ ପୁଂଜି ନିବେଶ ଆସୁଥିବା ବେଳେ ଗତ ତିନି ବର୍ଷରେ ଓଡ଼ିଶାକୁ ମାତ୍ର ୯୪୯.୯୯ କୋଟି ଟଙ୍କା ବିଦେଶୀ ପୁଞ୍ଜି ଆସିଥିବା ରାଜ୍ୟସଭାରେ କେନ୍ଦ୍ର ବାଣିଜ୍ୟ ରାଷ୍ଟ୍ର ମନ୍ତ୍ରୀ ସୋମ ପ୍ରକାଶ କହିଛନ୍ତି। ଆଉ ଏଥରୁ ୯୦ ଭାଗରୁ ଅଧିକ ବିଦେଶୀ ପୁଞ୍ଜି ଖଣିଜ ଶିଳ୍ପ ପାଇଁ ଆସିଛି।

ଉତ୍କଳ ଚାମ୍ବର ଅଫ୍ କମର୍ସ ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି: ଗୋଟିଏ ଇସ୍ପାତ କାରଖାନା ବସାଇବା ପାଇଁ ନିହାତି ୫ ବର୍ଷ ଲାଗୁଛି। ଓଡ଼ିଶାରେ ଆଗକୁ ଯଥେଷ୍ଟ ଇସ୍ପାତ ଓ ଆଲମୁନିୟମ ଶିଳ୍ପ ଆସୁଛି। ତେବେ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଓ ଏମଏସଏମଇ ଶିଳ୍ପରେ ଓଡ଼ିଶା ଆଶାନୁରୂପ ଆଗେଇ ନାହିଁ।

Advertisment

ଗତ ୫ ବର୍ଷରେ ରାଜ୍ୟ ସରକାର ୩୨୯ଟି ବୃହତ୍ ଶିଳ୍ପକୁ ଏକକ-ବାତାୟନ ପ୍ରଣାଳୀରେ ମଂଜୁରୀ ଦେଇଥିଲେ। ଏହି ପ୍ରକଳ୍ପଗୁଡ଼ିକ ଜରିଆରେ ୮.୧୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ବୋଲି ଆଶା ରଖିଥିଲେ। ହେଲେ ବାସ୍ତବ କ୍ଷେତ୍ରରେ ମାତ୍ର ୧୧,୨୫୮ କୋଟି ଟଙ୍କାର ପୁଞ୍ଜି ବ୍ୟୟରେ ୩୦ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି ବୋଲି ରାଜ୍ୟ ସରକାର ଉତ୍ତର ଦେଇଛନ୍ତି। ତେବେ ୫ ବର୍ଷରେ ମାତ୍ର ୧୨, ୦୩୬ କୋଟି ଟଙ୍କା ନିବେଶରେ ୨.୬୪ ଲକ୍ଷ ଲଘୁ ଓ ମଧ୍ୟମ ଉଦ୍ୟୋଗ ୟୁନିଟ୍ ପ୍ରତିଷ୍ଠା ହୋଇପାରିଛି ବୋଲି ରାଜ୍ୟ ସରକାର ସଂସଦ ଜରିଆରେ ଉତ୍ତର ଦେଇଛନ୍ତି। ଏହି ତଥ୍ୟକୁ ଦେଖିଲେ ଗତ ୫ ବର୍ଷରେ ୧୦ ପ୍ରତିଶତ ବୃହତ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନଥିବା ବେଳେ ୨% ପୁଞ୍ଜି ମଧ୍ୟ ଆସିନଥିବା ଦେଖାଯାଇଛି। ଏକକ-ବାତାୟନ ପ୍ରଣାଳୀରେ ରାଜ୍ୟ ସରକାରଙ୍କ ମଂଜୁରୀ ସହ ଲିଜରେ ଜମି ନେଉଥିବା ଅଧିକାଂଶ ସଂସ୍ଥା ଶିଳ୍ପ ପ୍ରତିଷ୍ଠା କରୁନଥିବା ଦେଖାଯାଉଛି।

ଚାର୍ଟାଡ ଏକାଉଣ୍ଟାଣ୍ଟ ପ୍ରଦୀପ ସାହୁ କହିଛନ୍ତି: ଯଥେଷ୍ଯ ଶିଳ୍ପ ପ୍ରତିଷ୍ଠା ନହେବା ପଛରେ କରୋନା ଏକ କାରଣ। ତା ସହ ଓଡ଼ିଶା ଅନ୍ୟ ରାଜ୍ୟ ଭଳି ବିଭିନ୍ନ ଟିକସ ଦେଇନପାରୁଥିବାରୁ ଶିଳ୍ପପତିମାନେ ଯଥେଷ୍ଟ ଆକୃଷ୍ଟ ହେଉନାହାନ୍ତି ଓ ସେଭଳି ବୈଦେଶିକ ପୁଞ୍ଜି (ଏଫଡିଆଇ) ବି ଆସିପାରୁନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe