Advertisment

ଇସ୍ରୋରେ ଓଡ଼ିଆ ପୁଅ ପବିତ୍ର ମୋହନ ନାୟକ

କାମାକ୍ଷାନଗର (ବିଦ୍ୟାଧର ବରାଳ): ମହାକାଶ ବିଜ୍ଞାନ ଉପରେ ଗବେଷଣା କରିବେ ଓଡ଼ିଆ ପୁଅ ପବିତ୍ର ମୋହନ ନାୟକ। ସେଥିପାଇଁ ଇସ୍ରୋ (Indian Space Research Organisation)ରେ ଯୋଗଦେଇଛନ୍ତି। ନିଜର କଠିନ ପରିଶ୍ରମ ଓ ଅଧ୍ୟାବସାୟ ବଳରେ ଆଜି ସେ ଏହି ଶିଖରରେ ପହଞ୍ଚିଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଶୁଅ।। ନିଜ ସଫଳତା ଶ୍ରେୟ ଶିକ୍ଷକ ଓ ବାପା-ମାଆଙ୍କୁ ଦେଇଛନ୍ତି ଯୁବ ବୈଜ୍ଞାନିକ ପବିତ୍ର ମୋହନ ନାୟକ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ନୂଆ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଇସ୍ରୋରେ ଓଡ଼ିଆ ପୁଅ ପବିତ୍ର ମୋହନ ନାୟକ

Pabitra Mohan Nayak

କାମାକ୍ଷାନଗର (ବିଦ୍ୟାଧର ବରାଳ): ମହାକାଶ ବିଜ୍ଞାନ ଉପରେ ଗବେଷଣା କରିବେ ଓଡ଼ିଆ ପୁଅ ପବିତ୍ର ମୋହନ ନାୟକ। ସେଥିପାଇଁ ଇସ୍ରୋ (Indian Space Research Organisation)ରେ ଯୋଗଦେଇଛନ୍ତି। ନିଜର କଠିନ ପରିଶ୍ରମ ଓ ଅଧ୍ୟାବସାୟ ବଳରେ ଆଜି ସେ ଏହି ଶିଖରରେ ପହଞ୍ଚିଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଶୁଅ।। ନିଜ ସଫଳତା ଶ୍ରେୟ ଶିକ୍ଷକ ଓ ବାପା-ମାଆଙ୍କୁ ଦେଇଛନ୍ତି ଯୁବ ବୈଜ୍ଞାନିକ ପବିତ୍ର ମୋହନ ନାୟକ।

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ନୂଆ ଆଳତୁମା ଗାଁର ଧବଳେଶ୍ୱର ନାୟକ। ତାଙ୍କ ବଡ଼ପୁଅ ହେଉଛନ୍ତି ପବିତ୍ର ମୋହନ ନାୟକ। ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ମାଆ ସଂଯୁକ୍ତା ନାୟକ ହେଉଛନ୍ତି ଗୃହିଣୀ। ଛୋଟ ବେଳୁ ବିଜ୍ଞାନ ପ୍ରତି ରୁଚି ରଖିଥିବା ପବିତ୍ର ଦିନେ ଜଣେ ବୈଜ୍ଞାନିକ ହେବେ ବୋଲି ଆଶା ରଖିଥିଲେ।

[caption id="attachment_651241" align="aligncenter" width="650"]Pabitra Mohan Nayak ବାପା, ମାଆ ଓ ସାନ ଭାଇଙ୍କ ସହ ପବିତ୍ର ମୋହନ ନାୟକ[/caption]

Advertisment

୨୦୦୮ ମସିହାରେ ଆଳତୁମା ହାଇସ୍କୁଲରୁ ମ୍ୟାଟ୍ରିକ୍ ପରୀକ୍ଷାରେ କରିବା ପରେ ଢେଙ୍କାନାଳ ଜୁନିୟର କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ନାମ ଲେଖାଇଥିଲେ ପବିତ୍ର। ଯୁକ୍ତ ଦୁଇ ପାସ୍ କରିବା ପରେ ପରଜଙ୍ଗ ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ (IGIT)ରୁ ୨୦୧୫ ମସିହାରେ ମେଟାଲୋଜିକଲ ଏଣ୍ଡ୍ ମେଟେରିଆଲ୍ ବିଭାଗରୁ ବି-ଟେକ୍ ଓ କାନପୁର ଆଇଆଇଟିରୁ ମେଟେରିଆଲ୍ ବିଜ୍ଞାନରେ ଏମ୍-ଟେକ ପାସ୍ କରିଥିଲେ ପବିତ୍ର।

ଶିକ୍ଷା ଶେଷ ହେବା ପରେ ୨୦୧୮ ମସିହା ଜୁଲାଇରେ ପବିତ୍ର ଚେନ୍ନାଇ ପଳାଇ ଯାଇଥିଲେ। ସେଠାରେ ସେ ଏକ କମ୍ପାନୀରେ କାମ କରୁଥିଲେ। ପରେ କମ୍ପାନୀ ଛାଡି ୨୦୨୦ ମସିହା ଜାନୁଆରୀରେ ବ୍ରହ୍ମପୁର ସ୍ଥିତ ପାରଳା ମହାରାଜା ଇଂଜିନିୟରିଂ କଲେଜରେ ଚୁକ୍ତିଭିତ୍ତିକ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ତଥାପି ତାଙ୍କର ବୈଜ୍ଞାନିକ ହେବାର ଆଶା ଜାରି ରହିଥିଲା।

ଚଳିତବର୍ଷ କେରଳର ଥିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର ପକ୍ଷରୁ ସର୍ବ ଭାରତୀୟ କ୍ଷେତ୍ରରେ ହୋଇଥିବା  ଅନ୍‌ଲାଇନ୍‌ ମେରିଟ୍‌ ଚୟନ ଆବେଦନରେ ସିଲେକଶନ ହୋଇଥିଲେ ପବିତ୍ର। ଇସ୍ରୋ ଡାକରା ଆସିବା ପରେ ପରିବାର ମଧ୍ୟରେ ଖେଳି ଯାଇଛି ଖୁସିର ଲହରୀ। ଯାହା ଢେଙ୍କାନାଳ ଜିଲ୍ଲା ନୁହେଁ, ବରଂ ଓଡ଼ିଶା ପାଇଁ ଗୌରବର ବିଷୟ।

ଛୋଟ ବେଳରୁ ଜଣେ ମେଧାବୀ ଛାତ୍ର ଥିଲେ ପବିତ୍ର। କଠିନ ପରିଶ୍ରମ ମଧ୍ୟ କରୁଥିଲେ। ସେ ଜଣେ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବାରୁ ସାଧାରଣ ପିଲାଙ୍କ ଭଳି ସାଧାରଣ ଜୀବନ ବିତାଉଥିଲେ। ତାଙ୍କର କୌଣସି ଚାକଚକ୍ୟ ସଉକ ନଥିଲା। ନିଜ ସାନ ଭାଇ ବିଚିତ୍ର ମୋହନ ନାୟକ ସହିତ ସେ ଜଣେ ଭଲ ବନ୍ଧୁ ଭାବେ ରହି ଆସୁଥିଲେ। ତାଙ୍କର ଶୃଙ୍ଖଳିତ ଆଚରଣ ଓ ବ୍ୟବହାର ଯୋଗୁ ସାଙ୍ଗମନେ ବହୁତ ଭଲ ପାଉଥିଲେ। ତାଙ୍କର ଏହି ସଫଳତା ପରେ ବହୁତ ଖୁସି ବ୍ୟକ୍ତ କରିଛନ୍ତି ସାଙ୍ଗସାଥୀ ଓ ପରିବାର ଲୋକେ। ଯାହାକୁ ନେଇ ସମଗ୍ର କାମାକ୍ଷାନଗରରେ ଏକ ଖୁସିର ଲହରୀ ଖେଳିଯାଇଛି। ଏ ନେଇ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।