Advertisment

ତେଲର ଉଚିତ୍‌ ପ୍ରୟୋଗ କେଶ ଓ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଏ

ଭୁବନେଶ୍ୱର: ପ୍ରାଚୀନ କାଳରୁ ତ୍ୱଚା ଓ କେଶର ସୁନ୍ଦରତା ପାଇଁ ବିଭିନ୍ନ ପ୍ରକାର ତେଲର ବ୍ୟବହାର ହୋଇଆସୁଛି। ଏହି ତେଲର ନିୟମିତ ବ୍ୟବହାର କରି କେଶ ଓ ଚର୍ମ ଜନିତ ଅନେକ ସମସ୍ୟାର ସମାଧାନ କରି ହେବ ଯାହା ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ମଧ୍ୟ କରିପାରିବ ନାହିଁ। ତେବେ ଆସନ୍ତୁ ଜାଣିବା କେଉଁ ତେଲକୁ କେଉଁ ଉପାୟରେ ବ୍ୟବହାର କଲେ ଆମେ ସୁନ୍ଦର କେଶ ସହ ତ୍ୱଚା ପାଇପାରିବା। ନଡ଼ିଆ ତେଲ: ନଡ଼ିଆ ତେଲକୁ ଗରମ […]

author-image
Rakesh Mallick
ଅଦ୍ୟତନ ହୋଇଛି
ତେଲର ଉଚିତ୍‌ ପ୍ରୟୋଗ  କେଶ ଓ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଏ

Oil

ଭୁବନେଶ୍ୱର: ପ୍ରାଚୀନ କାଳରୁ ତ୍ୱଚା ଓ କେଶର ସୁନ୍ଦରତା ପାଇଁ ବିଭିନ୍ନ ପ୍ରକାର ତେଲର ବ୍ୟବହାର ହୋଇଆସୁଛି। ଏହି ତେଲର ନିୟମିତ ବ୍ୟବହାର କରି କେଶ ଓ ଚର୍ମ ଜନିତ ଅନେକ ସମସ୍ୟାର ସମାଧାନ କରି ହେବ ଯାହା ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ମଧ୍ୟ କରିପାରିବ ନାହିଁ। ତେବେ ଆସନ୍ତୁ ଜାଣିବା କେଉଁ ତେଲକୁ କେଉଁ ଉପାୟରେ ବ୍ୟବହାର କଲେ ଆମେ ସୁନ୍ଦର କେଶ ସହ ତ୍ୱଚା ପାଇପାରିବା।

Advertisment

ନଡ଼ିଆ ତେଲ: ନଡ଼ିଆ ତେଲକୁ ଗରମ କରି ଏହାକୁ କେଶର ମୂଳରେ ମସାଜ କରି ପୂରା ରାତି ଛାଡ଼ି ଦିଅନ୍ତୁ। ଏହା କରିବା ଦ୍ୱାରା କେଶର ରୁକ୍ଷାପଣ ଓ ଦୁଇ ମୁହାଁ କେଶ ସମସ୍ୟା ଆଉ ରୁହେ ନାହିଁ।

ରାଶି ତେଲ: ରାଶି ତେଲକୁ ବଡ଼ି ମସାଜ ପାଇଁ ବ୍ୟବହାର କରାଯାଏ। ଏହା ବହୁତ ପତଳା ତେଲ। ତୁରନ୍ତ ଚର୍ମରେ ମିଶିଯାଏ। ଆୟୁର୍ବେଦ କୁହେ, ଏହି ତେଲ ଶରୀରର ସମସ୍ତ ପ୍ରକାର “ଦୋଷ” ପାଇଁ ବେଶ୍‌ ଉପଯୋଗୀ। ଏଥିରେ ବହୁ ପରିମାଣର ପୋଷକତତ୍ତ୍ୱ ଓ ରୋଗ ଉପଚାର ଶକ୍ତି ରହିଛି। ପ୍ରତିଦିନ ଏହି ତେଲକୁ ବଡ଼ିରେ ମସାଜ କରିବାଦ୍ୱାରା ଚର୍ମ ଚିକ୍କଣ ରୁହେ।

Advertisment

ଏହା ଛଡ଼ା ଏହି ତେଲରେ ଏସପିଏଫ୍ ୪ ସନ୍‌ସ୍କ୍ରିନ୍‌ ରହିଛି। ତେଣୁ ଯଦି ମୁହଁ ଶୁଷ୍କ ହେଉଥାଏ ତେବେ ଏହି ତେଲକୁ ମୁହଁରେ ମଧ୍ୟ ଲଗାଇପାରିବେ।

ଆଲମଣ୍ଡ ତେଲ: ଚର୍ମ ଶୁକ ହୋଇ କୁଣ୍ଡାଇ ହେଉଥିଲେ ଏହି ତେଲରେ ମସାଜ କରନ୍ତୁ। ଏହା ସବୁ ପ୍ରକାର ଚର୍ମ ପାଇଁ ଉପଯୋଗୀ। ଏହି ସେନସିଟିଭ୍‌ ସ୍କିନ୍‌ ପାଇଁ ବେଶୀ ଲାଭଦାୟକ।

ଜଡ଼ା ତେଲ: ଏହି ତେଲକୁ କେଶର କଣ୍ଡିସନରିଂ ପାଇଁ ବ୍ୟବହାର କରାଯାଇପାରିବ। ଏହା ସହ ଯେଊଁ କେଶ ଗୁଡ଼ିକ ଖରା ସଂସ୍ପର୍ଶରେ ଆସି ଖଇରିଆ ରଙ୍ଗ ପଡ଼ିଯାଇଥାଏ ତାହାକୁ କଳା କରିଥାଏ।

ଏହି ତେଲକୁ ଆଖି ପତା ଓ ଆଖିର ଭ୍ରୁଲତାକୁ ଗାଢ଼ ରଙ୍ଗ କରିବା ସହ ଅଧିକ ଘନ ମଧ୍ୟ କରାଏ। ଆଖି ପତା ପାଇଁ ଦିନ ସମୟରେ ଏକ ତୁଳାରେ କିଛି ଜଡ଼ା ତେଲ ନେଇ ପତାରେ ଲଗାଇ ଛାଡ଼ିଦେବେ। ଧ୍ୟାନ ଦେବେ ରାତିରେ ଆଖି ପତାରେ ଏହି ତେଲ ଲଗାଇ ଶୋଇବେ ନାହିଁ।