puri
ପୁରୀ: ପାଖେଇ ଆସୁଛି ନବକଳେବର । ନବକଳେବର ବେଳେ ପୁରୀରେ ୩୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି । ନବକଳେବର ବେଳେ ବାହାରୁ ଆସିବାକୁ ଥିବା ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ପୁରୀ ସହରରେ ବିଭିନ୍ନ ଭିତ୍ତିଭୂମି ଉପରେ ଦିଆଯାଉଛି ଗୁରୁତ୍ୱ। ବିଶେଷ କରି ଗମନାଗମନ, ପାର୍କିଂ, ଜଳ ଯୋଗାଣ, ଡ୍ରେନେଜ ଓ ଲୋକଙ୍କ ରହଣୀ ବ୍ୟବସ୍ଥା ଉପରେ ଜୋର୍ ଦିଆଯାଉଛି। କିନ୍ତୁ ଏଯାବତ ଏହି ସବୁ କାର୍ଯ୍ୟଗୁଡ଼ିକରେ ହୋଇଥିବା ଅଗ୍ରଗତିକୁ ଦେଖିଲେ ଲାଗୁନାହିଁ ଯେ ନବକଳେବର ବେଳକୁ ଏସବୁ ଭିତ୍ତିଭୂମି ସଂପୂର୍ଣ୍ଣହୋଇପାରିବ ବୋଲି। /odisha-reporter/media/post_attachments/wp-content/uploads/2015/05/vlcsnap-00015-300x169.jpg)
ନବକଳେବର ପୂର୍ବରୁ ଭୁବନେଶ୍ୱର-ପୁରୀ ବାଏପାସ ରାସ୍ତା ନିର୍ମାଣ ଶେଷ ହୋଇପାରିବ ନାହିଁ। ଏକଥା ଖୋଦ ଏନ୍ଏଚ୍ଏଆଇ ପକ୍ଷରୁ କୁହାଯାଇଛି। କିଛି ଦିନ ତଳେ ଏନଏଚଏଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଏହି ତଥ୍ୟ ଦେଇଥିଲା। ତେବେ ୨୦୩ ଜାତୀୟ ରାଜପଥରେ ସମଯାଜପୁର ଠାରେ ଚାଲିଥିବା ଓଭରବ୍ରିଜ୍ କାମ ଶେଷ ହୋଇଯିବାର ସମ୍ଭାବନା ରହିଛି ବୋଲି ଏନଏଚଏଆଇ କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ ଏନେଇ ଏନଏଚଆଇ କୌଣସି ଗ୍ୟାରେଣ୍ଟି ଦେଇ ନାହିଁ। ଆଉ ଏହା ପୁରୀ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଏହି ରାସ୍ତା ଓ ଓଭରବ୍ରିଜ୍ କାମ ନସରିଲେ ଟ୍ରାଫିକ ସମସ୍ୟା ଉପୁଜିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବିକଳ୍ପ ପନ୍ଥା ଚିନ୍ତା କରାଯାଉଛି ବୋଲି ସେ କହିଛନ୍ତି। /odisha-reporter/media/post_attachments/wp-content/uploads/2015/05/vlcsnap-00009-300x169.jpg)
ବାଇପାସ୍ ରାସ୍ତା ସହିତ ଗମନାଗମନ ପାଇଁ ଅନ୍ୟାନ୍ୟ ରାସ୍ତାଗୁଡ଼ିକର ଉନ୍ନତୀକରଣ ଉପରେ ମଧ୍ୟ ଜୋର ଦିଆଯାଇ କାମ କରାଯିବାକୁ ଯୋଜନା ରହିଛି। କିଛି ରାସ୍ତାକୁ ପ୍ରଶାସନ ମରାମତି କରିବା ପାଇଁ ଚିନ୍ତା କରୁଥିବାବେଳେ ଆଉ କିଛି ରାସ୍ତା ପିଚୁ କରିବା ନେଇ ଯୋଜନା ରଖି ଟେଣ୍ଡର କରାଯାଇଛି। ଜାତୀୟ ରାଜପଥ ହରେକୃଷ୍ଣପୁରରୁ ମଙ୍ଗଳଘାଟ ପର୍ଯ୍ୟନ୍ତ ଚାରିଲେନ ରାସ୍ତାକୁ ଦୁଇ ଲେନ କରାଯିବାକୁ ପ୍ରସ୍ତାବ ରହିଛି। ସେପରି ମଙ୍ଗଳଘାଟଠାରୁ ଷ୍ଟଲିଂରିସର୍ଟ ପର୍ଯ୍ୟନ୍ତ ମୋରମ ରାସ୍ତା କରାଯିବ ପାଇଁ ପ୍ରଶାସନ କହୁଥିବାବେଳେ ମଙ୍ଗଳାଘାଟ-ଷ୍ଟର୍ଲିଂ ରିସର୍ଟ ରାସ୍ତା କାମ ସରିବା ନେଇ ସନ୍ଦେହ ଉପୁଜିଛି । ନବକଳେବର ପୂର୍ବରୁ ଏହି ସବୁ ରାସ୍ତାଗୁଡ଼ିକର ମରାମତି ଓ ଉନ୍ନତୀକରଣ ସଂପୂର୍ଣ୍ଣ ହେବା ଉପରେ ସନ୍ଦେହ ପ୍ରକଟ କରିଛନ୍ତି ପୁରୀବାସୀ। ଆଡଭୋକେଟ୍ ରମେଶ ପ୍ରସାଦ ସିଂ ଓ ଦେବଶିଷ ଦାସ କହିଛନ୍ତି ଏହି ସବୁ ଯୋଜନା ନବକଳେବର ପୂର୍ବରୁ ସରିବା ଅସମ୍ଭବ।/odisha-reporter/media/post_attachments/wp-content/uploads/2015/05/vlcsnap-00008.jpg)
ଗତ ଏପ୍ରିଲ ପ୍ରଥମ ସପ୍ତାହ ପରେ ସହରର କୌଣସି ବିଭାଗ ରାସ୍ତା ଆଉ ନ ଖୋଳିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିବା ସତ୍ତ୍ୱେ ବର୍ତ୍ତମାନ ମଧ୍ୟ ରାସ୍ତା ଖୋଳା ଚାଲିଛି । ମେ୧୫ ସୁଦ୍ଧା ସବୁ କାମ ଶେଷ ହୋଇଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇନାହିଁ । ଡ୍ରେନେଜ୍ କାମ ପାଇଁ ସଂପୃକ୍ତ ବିଭାଗ ୧୯.୫ କିମି ଡ୍ରେନ ନିର୍ମାଣ ପାଇଁ ୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଡ୍ରେନ କାର୍ଯ୍ୟ ସଂପୂର୍ଣ୍ଣ ହେବା ନେଇ ଘୋର ସନ୍ଦେହ ଦେଖାଦେଇଛି। ସମୁଦ୍ରକୂଳ ଓ ବଳିଆପଣ୍ଡା ଅଞ୍ଚଳରେ ଡ୍ରେନ କାମ ବର୍ତ୍ତମାନ ବି ଚାଲିଛି । ଡ୍ରେନେଜ୍ କାମ ସବୁଠୁ ପଛରେ ପଡ଼ିଯାଇଛି ବୋଲି କୁହାଯାଉଛି।/odisha-reporter/media/post_attachments/wp-content/uploads/2015/05/vlcsnap-00014.jpg)
ପାର୍କିଂ ପାଇଁ ସହରରେ ୨୧ଟି ସ୍ଥାନ ଚିହ୍ନଟ କରାଯାଇଛି। ଜଗନ୍ନାଥ ବଲ୍ଲଭ ମଠ, ତାଳବଣିଆ, ବଳିଆ ପଣ୍ଡା ,ଆୟୁର୍ବେଦ କଲେଜ, ମାଟି ତୋଟା, ମଶାଣି ଗଣ୍ଡି, ସଂସ୍କୃତ ବିଶ୍ୱବିଦ୍ୟାଳୟ, ଲୋକନାଥ ମନ୍ଦିର ଆଦି ଅଞ୍ଚଳରେ ଚାରି ଚକିଆ ଓ ଦୁଇ ଚକିଆ ଗାଡି ପାର୍କିଂ କରିବା ବ୍ୟବସ୍ଥା କରାଯାଇଛି। ନବକଳେବର ବେଳେ ପୁରୀକୁ ଆସିବାକୁ ଥିବା ଯାତ୍ରୀମାନଙ୍କ ପାଇଁ ୩୫ ଟି ପାର୍କିଂ ସ୍ଥାନରେ ଯାତ୍ରୀଙ୍କ ରହଣି ବ୍ୟବସ୍ଥା କରାଯାଇଛି।
୩୦ଏକର ଜାଗା ପରିମିତ ନାଗପାଟଣା ଓ ସମଙ୍ଗର ପାର୍କିଂ ସ୍ଥାନର ମଧ୍ୟରୁ ସରକାର ବର୍ତ୍ତମାନ ସୁଦ୍ଧା ନାଗପାଟଣା ପାର୍କିଂ ସ୍ଥଳର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯାଇଛି। ସମଙ୍ଗ ପାର୍କିଂ ସ୍ଥାନରେ ସମସ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ସେହି ସ୍ଥାନରେ ପାର୍କିଂ କରିବା ନେଇ ପ୍ରଶାସନ ଅଦ୍ୟାବିଧି କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।
୬୬କୋଟି ଟଙ୍କା ବ୍ୟୟରେ ଚାଲିଥିବା ମାଳତୀପାଟପୁର ସ୍ଥିତ ନୂତନ ବସ୍ ଟର୍ମିଂନାଲ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଏହି ବସଷ୍ଟାଣ୍ଡଟି ମାର୍ଚ୍ଚ ମାସ ଶେଷ ସୁଦ୍ଧା ସରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାମ ଚାଲିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/vlcsnap-00013-e1432187314839.jpg)