Advertisment

କଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବାକୁ ଆସି ସାବାଡ୍ ହୋଇଥିଲା ପାକିସ୍ତାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ୧୯୭୧ରେ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ହୋଇଥିଲା। ପାକିସ୍ତାନର ୯୦ ହଜାରରୁ ଅଧିକ ସୈନିକ ମାତ୍ର ୧୩ ଦିନର ଯୁଦ୍ଧ ପରେ ୪୯ ବର୍ଷ ପୂର୍ବେ ଆତ୍ମ ସମର୍ପଣ କରିଥିଲେ। ଆଉ ଜନ୍ମ ନେଇଥିଲା ବାଂଲାଦେଶ। ପ୍ରଥମେ ଏହି ବାଂଲାଦେଶ ପୂର୍ବ-ପାକିସ୍ତାନ ନାମରେ ପରିଚିତ ଥିଲା। ଏହା ଭାରତର ପୂର୍ବ ଭାଗରେ ଅବସ୍ଥିତ ଥିଲା। ତେବେ ବାଂଲାଦେଶକୁ ପାକିସ୍ତାନଠାରୁ ଅଲଗା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଭାରତ। ବାଂଲାଦେଶ […]

author-image
Subhransu Sekhar
ଅଦ୍ୟତନ ହୋଇଛି
କଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବାକୁ ଆସି ସାବାଡ୍ ହୋଇଥିଲା ପାକିସ୍ତାନ

kargil-war

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ୧୯୭୧ରେ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ହୋଇଥିଲା। ପାକିସ୍ତାନର ୯୦ ହଜାରରୁ ଅଧିକ ସୈନିକ ମାତ୍ର ୧୩ ଦିନର ଯୁଦ୍ଧ ପରେ ୪୯ ବର୍ଷ ପୂର୍ବେ ଆତ୍ମ ସମର୍ପଣ କରିଥିଲେ। ଆଉ ଜନ୍ମ ନେଇଥିଲା ବାଂଲାଦେଶ। ପ୍ରଥମେ ଏହି ବାଂଲାଦେଶ ପୂର୍ବ-ପାକିସ୍ତାନ ନାମରେ ପରିଚିତ ଥିଲା। ଏହା ଭାରତର ପୂର୍ବ ଭାଗରେ ଅବସ୍ଥିତ ଥିଲା। ତେବେ ବାଂଲାଦେଶକୁ ପାକିସ୍ତାନଠାରୁ ଅଲଗା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଭାରତ। ବାଂଲାଦେଶ ଗଠନ ଲାଗି ୧୯୭୧ ମସିହାରେ ଭାରତ ଦେଇଥିଲା ସାଥ୍। ଆଉ ବାଂଲାଦେଶକୁ ନିଜ ଦଖଲକୁ ନେବା ପାଇଁ ଷଡ଼ଯନ୍ତ୍ର କରି ପାକିସ୍ତାନ ଚିତ୍ ହୋଇଥିଲା।

Advertisment

ଭାରତ ପକ୍ଷରୁ ହୋଇଥିବା ଯୁଦ୍ଧରେ ଦ୍ୱିତୀୟ କମାଣ୍ଡର ନେତୃତ୍ୱ ନେଇଥିଲେ। ସେ ହେଉଛନ୍ତି ଲେଫ୍ଟନାଣ୍ଟ ଅରୁଣ ଖେତ୍ରୋପାଲ। ଯୁଦ୍ଧ ବେଳେ ନିଜର ସର୍ବୋଚ୍ଚ ପ୍ରଦର୍ଶନ ପାଇଁ ଆଜି ବି ସେ ଅମର। କୁହାଯାଏ ବାଂଲାଦେଶ ଦଖଲ ସହିତ କଶ୍ମୀରକୁ ନିଜ ଅକ୍ତିଆରକୁ ନେବା ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର କରିଥିଲା। ଏଥିପାଇଁ ପାକିସ୍ତାନ୍ ସିଆଲକୋଟ ସେକ୍ଟରରେ ବହୁ ସଂଖ୍ୟାରେ ନିଜର ସେନାବାହିନୀ ନିୟୋଜିତ କରିଥିଲା। ଶକରଗଡ ସେକ୍ଟରର ବସନ୍ତର ନଦୀରୁ ଟ୍ୟାଙ୍କ ମାଧ୍ୟମରେ ଆକ୍ରମଣ କରି ପଞ୍ଜାବରୁ ଜମ୍ମୁ କଶ୍ମୀରକୁ ଅଲଗା କରିବାକୁ ଚାହୁଁଥିଲା ପାକିସ୍ତାନ। ଯାହାକୁ ଭଲ ଭାବରେ ଠଉରେଇଥିଲେ ଲେଫ୍ଟନାଣ୍ଟ ଅରୁଣ ଖେତ୍ରୋପାଲ।

ଏହି ସମୟରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସ୍କ୍ୱାର୍ଡନକୁ ଆଲର୍ଟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ରିଗେଡ୍ ମୁଖ୍ୟାଳୟ ଜାରପାଲରେ ପହଞ୍ଚିବା ପାଇଁ ଉଭୟ ନିର୍ଦ୍ଦେଶ ଦେଇଥିଲେ। ତେବେ ପରର ମନ୍ଦ ଚିନ୍ତା କରିବାରେ ମାହିର ପାକିସ୍ତାନ କିନ୍ତୁ ଭାରତର ବାଟ ଓଗାଳିବା ପାଇଁ ରାସ୍ତାରେ ପଥର ଲୋଦି ଦେଇଥିଲା। ଆଉ ଲ୍ୟାଣ୍ଡମାଇନ୍ ବିଛାଇ ଦେଇଥିଲା। ଯାହାକୁ ହଟାଇବାକୁ ଭାରତୀୟ ସେନାକୁ କିଛି ଦିନ ଲାଗିଥିଲା।ଏହି ସମୟରେ ପାକିସ୍ତାନ କିନ୍ତୁ ଗୁଳି ବିନିମୟ ଆରମ୍ଭ କରି ଦେଇଥିଲା। ତେବେ ସମସ୍ତ ଘାତ ପ୍ରତିଘାତକୁ ସାମ୍ନା କରି ଡିସେମ୍ବର ୧୬ ସକାଳେ ଜାରପାଲରେ ପହଞ୍ଚିଥିଲେ ଭାରତୀୟ ଯବାନ। ପାକିସ୍ତାନ ଭାରତ ବିପକ୍ଷରେ ୬୦ଟି ଟ୍ୟାଙ୍କକୁ ମୁଖ୍ୟ ଅସ୍ତ୍ର କରିଥିଲା। ହେଲେ ଭାରତ ନିଜ ସେନାକୁ ଏହି ଲଢ଼ୁଆ ଟ୍ୟାଙ୍କର ବିପକ୍ଷରେ ମୁଖ୍ୟ ଅସ୍ତ୍ର କରିଥିଲା।

Advertisment

ଭାରତୀୟ ଯବାନ ସେଞ୍ଚୁରିଅନ୍ ଟ୍ୟାଙ୍କରେ ଚଢ଼ି ଶତ୍ରୁକୁ ଗୋଡ଼ାଇବାରେ ସଫଳ ହୋଇଥିଲେ। ତେବେ କିଛି ଘଣ୍ଟା ପରେ ଶତ୍ରୁମାନେ ବହୁ ସଂଖ୍ୟାରେ ପ୍ୟାଟନ ଟ୍ୟାଙ୍କର ଜରିଆରେ ଆକ୍ରମଣ କରିଥିଲେ।

ଏହି ସମୟରେ ଖେତ୍ରୋପାଲ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। କିନ୍ତୁ ନିଜ ନେତୃତ୍ୱରେ ଶତ୍ରୁର ଟ୍ୟାଙ୍କ ଗୁଡିକୁ ଘଉଡାଇବା ସହିତ ଗୋଟିଏ ପରେ ଗୋଟିଏ ଟ୍ୟାଙ୍କର ନଷ୍ଟ କରି ଦେଇଥିଲେ। ଆଉ ୧୦ଟି ଶତ୍ରୁ ଟ୍ୟାଙ୍କରକୁ ନଷ୍ଟ କରି ଦେଇଥିଲେ।

Vijay Diwas