ପାରାମେଡିକାଲ କ୍ଷେତ୍ରରେ ରହିଛି ବିପୁଳ ନିଯୁୁକ୍ତି ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦୁନିଆକୁ କରୋନା ଚିନ୍ତା ଘାରିଥିବା ବେଳେ ଭାରତରେ ମଧ୍ୟ କୋଭିଡ୍-୧୯ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ଲାଗି ସାରା ଦେଶକୁ ଲକଡାଉନ କରାଯାଇଛି। ଲକଡାଉନ ଅବଧିରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ଆଉ ସବୁକିଛି ବନ୍ଦ ରହିଛି। ଭାରତୀୟମାନେ ଏବେ ଘର ଭିତରେ ରହୁଛନ୍ତି। ଏଭଳି ଏକ ବିପଜ୍ଜନକ ପରିସ୍ଥିତିରେ ଯୋଦ୍ଧା ଭଳି ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀମାନେ ଆଗ ଧାଡ଼ିରେ ଛିଡ଼ା ହୋଇ ଲଢ଼େଇ ଜାରି ରଖିଛନ୍ତି। […]

paramedical

Pragnya Choudhury
  • Published: Thursday, 09 April 2020
  • , Updated: 10 April 2020, 10:46 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦୁନିଆକୁ କରୋନା ଚିନ୍ତା ଘାରିଥିବା ବେଳେ ଭାରତରେ ମଧ୍ୟ କୋଭିଡ୍-୧୯ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ଲାଗି ସାରା ଦେଶକୁ ଲକଡାଉନ କରାଯାଇଛି। ଲକଡାଉନ ଅବଧିରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ଆଉ ସବୁକିଛି ବନ୍ଦ ରହିଛି। ଭାରତୀୟମାନେ ଏବେ ଘର ଭିତରେ ରହୁଛନ୍ତି। ଏଭଳି ଏକ ବିପଜ୍ଜନକ ପରିସ୍ଥିତିରେ ଯୋଦ୍ଧା ଭଳି ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀମାନେ ଆଗ ଧାଡ଼ିରେ ଛିଡ଼ା ହୋଇ ଲଢ଼େଇ ଜାରି ରଖିଛନ୍ତି।

ଦେଶରେ ବର୍ତ୍ତମାନ ପରିସ୍ଥିତି ଯାହା, ଡାକ୍ତରଙ୍କ ଭଳି ପାରାମେଡିକାଲ କର୍ମଚାରୀଙ୍କ ମଧ୍ୟ ଗୁରୁଦାୟିତ୍ୱ ରହିଛି। ତେବେ ଏହି କ୍ଷେତ୍ରର ଆବଶ୍ୟକତା ସବୁବେଳେ ରହିଥାଏ। ଡାକ୍ତରମାନଙ୍କୁ ସବୁଠାରୁ ଅଧିକ ଏମାନେ ହିଁ ସାହାଯ୍ୟ କରିଥାନ୍ତି। ରୋଗ ଚିହ୍ନିବା ଓ ତା'ର ଉପଚାର ଲାଗି ଏମାନେ ମହତ୍ୱପୂର୍ଣ୍ଣ ଭୂମିକା ବହନ କରିଥାନ୍ତି। ସରକାରୀ ହେଉ ବା ଘରୋଇ ହସ୍ପିଟାଲ, ନର୍ସିଂ ହୋମ୍ ହେଉ ବା କ୍ଲିନିକ୍ ସବୁଠି ପାରାମେଡିକାଲ ସେବାର ଆବଶ୍ୟକତା ରହିଛି।

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରି-ହସ୍ପିଟାଲ ଏମରଜେନ୍ସି ସର୍ଭିସେଜ୍ ଅଧୀନରେ ପାରାମେଡିକ୍ସ ଆସିଥାଏ। ଏଣୁ ଏହି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ପାରାମେଡିକାଲ କର୍ମଚାରୀ ବୋଲି କୁହାଯାଏ। ଏମାନେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥାନ୍ତି। ଯେଉଁମାନେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଛନ୍ତି, ସେମାନଙ୍କ ପାଇଁ ପାରାମେଡିକାଲ ଖୁବ୍ ଭଲ ନିଯୁକ୍ତି ସୁଯୋଗ ଦେଇପାରିବ। ଏଥିରେ ଲୋକଙ୍କ ସେବା କରିବା ସହ ରୋଜଗାରକ୍ଷମ ହେବା ଲକ୍ଷ୍ୟ ମଧ୍ୟ ପୂରଣ ହୋଇପାରିବ।

ଦେଶର ଜନସଂଖ୍ୟାକୁ ବିଚାରକୁ ନେଲେ ଭାରତରେ ଏବେ ୧ ହଜାର ଲୋକଙ୍କ ପାଇଁ କେବଳ ୦.୯ ବେଡ୍ ଉପଲବ୍ଧ ରହିଛି। ତେବେ ବିଶ୍ୱ ସ୍ତରୀୟ ମାପଦଣ୍ଡ ଅନୁଯାୟୀ ଏହା ୨.୯ ବେଡ୍ ହେବାକଥା। ଏପଟେ ଦେଶରେ ଚିକିତ୍ସା ସେବା କ୍ଷେତ୍ରରେ ଅନେକ ସୁଧାର ଆଣିବାକୁ ବହୁ ପ୍ରୟାସ କରାଯାଉଛି। ଅନ୍ୟପଟେ ଦେଶରେ ବଢ଼ୁଥିବା କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସରକାର ଚିକିତ୍ସା କ୍ଷେତ୍ରରେ ଆହୁରି ଅଧିକ ଗୁରୁତ୍ୱ ଦେବେ। ଏଭଳି ସ୍ଥିତିରେ ଏବଂ ଆଗକୁ ମଧ୍ୟ ପାରାମେଡିକାଲ କ୍ଷେତ୍ରରେ ଅନେକ ରୋଜଗାର ସୁଯୋଗ ରହିଛି।

ଦେଶରେ ତୀବ୍ର ଗତିରେ ନୂଆ ନୂଆ ହସ୍ପିଟାଲମାନ ଖୋଲାଯାଉଥିବା ବେଳେ ଗୁଡ଼ିଏ କର୍ପୋରେଟ୍ ହସ୍ପିଟାଲ ମଧ୍ୟ ନିର୍ମାଣ କରାଯାଉଛି। ଏନେଇ ପାରାମେଡିକାଲ କର୍ମଚାରୀଙ୍କ ଖୁବ୍ ଆବଶ୍ୟକତା ରହିଛି। ଏହାବ୍ୟତୀତ ପାରାମେଡିକାଲ କୋର୍ସ କରିବା ପରେ ଯୁବକ ଯୁବତୀମାନେ ଜରୁରୀକାଳୀନ କେନ୍ଦ୍ର, ରକ୍ତଦାନ କେନ୍ଦ୍ର, ଡାଏଗ୍ନୋସିସ୍ ସେଣ୍ଟର, ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରି, ମେଡିସିନ୍ ଲ୍ୟାବ୍, କ୍ଲିନିକ୍ ଆଦି ସ୍ଥାନରେ ବୃତ୍ତିଗତ ଜୀବନ ଆରମ୍ଭ କରିପାରିବେ।

ପାରାମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷକରି ଲ୍ୟାବ୍ ଟେକ୍ନୋଲୋଜୀ, ରେଡିଓଗ୍ରାଫି, ଅପ୍ଟୋମେଟ୍ରି, ମାଇକ୍ରୋବାୟୋଲୋଜି ଟେକ୍ନୋଲୋଜୀ, ଫିଜିଓଥେରାପି, ସ୍ପିଚ୍ ଥେରାପି ଆଦି କ୍ଷେତ୍ରରେ ବିପୁଳ କ୍ୟାରିୟର ସୁଯୋଗ ରହିଛି।

ପାରାମେଡିକଲ୍ ପାଠ୍ୟକ୍ରମ ପଢ଼ିବାକୁ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ତଥା ଇଂରାଜୀ ସହ ଯୁକ୍ତ ୨ରେ ଭଲ ଅଙ୍କ ରଖି ପାସ୍ କରିବାକୁ ହେବ। ଏହି ପାଠ୍ୟକ୍ରମ ଯୋଗାଇଦେଉଥିବା ଅଧିକାଂଶ କଲେଜ ଆଶାୟୀ ଛାତ୍ରଛାତ୍ରୀଙ୍କ ଯୁକ୍ତ୨ରେ ଅତିକମରେ ୬୦ ପ୍ରତିଶତ ମାର୍କ ଆବଶ୍ୟକ କରୁଛନ୍ତି।

Related story