Advertisment

ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର, ସାନନ୍ଦପୁର ଗ୍ରାମବାସୀଙ୍କୁ ସାହା ବାଉଁଶ ପୋଲ

ଭଦ୍ରକ (ପାର୍ଥ ସାରଥୀ ନାୟକ):  ଭଦ୍ରକ ବ୍ଲକ୍‌ ଅନ୍ତର୍ଗତ ସାହାଡ଼ା ପଞ୍ଚାୟତରେ ରହିଛି ସାନନ୍ଦପୁର ଗାଁ। ଏହି ଗାଁରେ ୪୦ରୁ ଅଧିକ ପରିବାର ବସବାସ କରନ୍ତି। ସାନନ୍ଦପୁର ଗାଁ ଦେଇ ଯାଇଛି ମନ୍ତେଇ ନଦୀ। ଏହି ନଦୀରେ ପୋଲଟିଏ ନାହିଁ। ଫଳରେ ଗ୍ରାମବାସୀ ନିଜ ପଇସାରେ ତିଆରି କରିଥିବା ଏକ ବାଉଁଶ ପୋଲ ଦେଇ ଯା’ଆସ କରନ୍ତି। ବାଉଁଶ ପୋଲ ହିଁ ସେମାନଙ୍କ ସାହାଭରସା। ଏହି ବାଉଁଶ ପୋଲଟିରେ କେବଳ ଚାଲିକି ଯାଇ ହେବ। ଏଥିରେ ସାଇକେଲ […]

ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର, ସାନନ୍ଦପୁର ଗ୍ରାମବାସୀଙ୍କୁ ସାହା ବାଉଁଶ ପୋଲ

Bhadrak

Advertisment

ଭଦ୍ରକ (ପାର୍ଥ ସାରଥୀ ନାୟକ):  ଭଦ୍ରକ ବ୍ଲକ୍‌ ଅନ୍ତର୍ଗତ ସାହାଡ଼ା ପଞ୍ଚାୟତରେ ରହିଛି ସାନନ୍ଦପୁର ଗାଁ। ଏହି ଗାଁରେ ୪୦ରୁ ଅଧିକ ପରିବାର ବସବାସ କରନ୍ତି। ସାନନ୍ଦପୁର ଗାଁ ଦେଇ ଯାଇଛି ମନ୍ତେଇ ନଦୀ। ଏହି ନଦୀରେ ପୋଲଟିଏ ନାହିଁ। ଫଳରେ ଗ୍ରାମବାସୀ ନିଜ ପଇସାରେ ତିଆରି କରିଥିବା ଏକ ବାଉଁଶ ପୋଲ ଦେଇ ଯା’ଆସ କରନ୍ତି। ବାଉଁଶ ପୋଲ ହିଁ ସେମାନଙ୍କ ସାହାଭରସା।

Advertisment

ଏହି ବାଉଁଶ ପୋଲଟିରେ କେବଳ ଚାଲିକି ଯାଇ ହେବ। ଏଥିରେ ସାଇକେଲ କି ଦୁଇ ଚକିଆ ଗାଡ଼ି ନେବା ସମ୍ଭବ ନୁହେଁ। ତେଣୁ ଗାଁରେ କାହାର ଦେହପା’ ଖରାପ ହେଲେ ଡାକ୍ତରଖାନା ନେବା ପାଇଁ ବଡ଼ ହଇରାଣ ହେବାକୁ ପଡ଼େ। ସେମିତି ଗର୍ଭବତୀଙ୍କୁ ନେବା ଆଣିବା କରିବାରେ ମଧ୍ୟ ଅସୁବିଧା ହୁଏ। ରୋଗୀ ଓ ଗର୍ଭବତୀଙ୍କୁ କୌଣସିମତେ ବାଉଁଶ ପୋଲ ପାର କରାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ହୁଏ। ସେହିପରି ଛୋଟଛୋଟ ପିଲାମାନେ ଏହି ପୋଲରେ ବିପଦସଙ୍କୁଳ ଅବସ୍ଥାରେ ଯା’ଆସ କରନ୍ତି। ନ ହେଲେ ବି ନଚଳେ। କାରଣ ସେମାନେ ବାଉଁଶ ପୋଲ ପାର ହୋଇ ସ୍କୁଲ୍ ଓ ଟ୍ୟୁସନ ଯା’ନ୍ତି।

[caption id="attachment_703865" align="aligncenter" width="650"]Bhadrak
ବାଉଁଶ ପୋଲ ପାର ହୋଇ ଯାଉଛନ୍ତି ଛୋଟ ଛୋଟ ପିଲା[/caption]

Advertisment

ଗ୍ରାମବାସୀ ମଞ୍ଜୁଲତା ମଳିକ, ଏହି ବାଉଁଶ ପୋଲରୁ ତଳକୁ ଖସି ଦୁଇ ଜଣ ଶିଶୁଙ୍କ ଜୀବନ ଯାଇଛି। ବାଉଁଶ ପୋଲରେ ପିଲାଙ୍କୁ ସ୍କୁଲ ଓ ଟ୍ୟୁସନ ଛାଡ଼ିବାକୁ ଡର ଲାଗୁଛି।

ଶୀତ ଓ ଖରା ଦିନେ ଯେମିତି ସେମିତି କାମ ଚଳିଯାଏ। କିନ୍ତୁ ବର୍ଷା ଦିନେ ସାନନ୍ଦପୁର ଗାଁ ଲୋକେ ଭାରି ହନ୍ତସନ୍ତ ହୁଅନ୍ତି। ବନ୍ୟା ଆସିଲେ ଏହି ବାଉଁଶ ପୋଲଟି ଭାଙ୍ଗି ଯାଏ ଓ  ଗାଁଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ। ଅନେକ ସମୟରେ ଗ୍ରାମବାସୀ ପହଁରି ନଦୀ ପାର ହୁଅନ୍ତି।

ମନ୍ତେଇ ନଦୀ ଉପରେ ସ୍ଥାୟୀ ପୋଲଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ବର୍ଷ ବର୍ଷ ଧରି ସ୍ଥାନୀୟ ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରୀ କରିଛନ୍ତି। କିନ୍ତୁ କେହି ସେମାନଙ୍କ କଥା ଶୁଣି ନଥିବା  ଗ୍ରାମବାସୀ ଅଭିଯୋଗ କରିଛନ୍ତି।

[caption id="attachment_703867" align="aligncenter" width="650"]Bhadrak ବାଉଁଶ ପୋଲ[/caption]

ଗ୍ରାମବାସୀ ନିତ୍ୟାନନ୍ଦ ମଳିକ କହିଛନ୍ତି,  ଏହି ନଦୀ ଉପରେ ଏଠାରେ ପୋଲ ନିର୍ମାଣ ହୋଇପାରୁନାହିଁ। ନିର୍ବାଚନ ସମୟରେ ନେତାମାନେ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥା’ନ୍ତି। ନିର୍ବାଚନ ସରିବା ପରେ ସବୁ ଭୁଲି ଯା’ନ୍ତି। ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ଆମେ ଭୋଟ୍‌ ବର୍ଜ୍ଜନ କରିବୁ। କୌଣସି ନେତା ଓ ମନ୍ତ୍ରୀଙ୍କୁ ଆମ ଗାଁକୁ ପ୍ରବେଶ କରିବାକୁ ଦେବୁନି।

ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ କହିଛନ୍ତି, ବିଡିଓଙ୍କୁ ଏହି ବିଷୟରେ ତଦନ୍ତ କରିବାକୁ କହିବି। ଯଥାଶୀଘ୍ର ସ୍ଥାୟୀ ପୋଲଟିଏ ନିର୍ମାଣ କରିବାକୁ ଚେଷ୍ଟା କରିବୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe