Advertisment

ଠିକ୍‌ରେ ଚାଲିପାରୁନାହାନ୍ତି, କିନ୍ତୁ ସ୍କୁଟିରେ ଚାଲିଗଲେ ଶିରିଡି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କେବେ ସ୍କୁଟିରେ ହଜାର ହଜାର କିଲୋମିଟର ଅତିକ୍ରମ କରି ତ କେବେ ଜିମରେ ସିକ୍ସପ୍ୟାକ୍ ବଡି ଦେଖାଇ ଅନ୍ୟମାନଙ୍କୁ ଚକିତ କରୁଛନ୍ତି। ଆଉ କେବେ ସମାଜସେବାରେ ମଜି ଯାଇ ଦେଖାଇଛନ୍ତି ନିଜର ପାରିବା ପଣିଆ। ଏହା କୌଣସି ସକ୍ଷମ ନୁହଁନ୍ତି ବରଂ କରି ଦେଖାଇଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ। ଆଉ ସେହି ଦିବ୍ୟାଙ୍ଗ ଯୁବକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ବରପାଲିପଡାର ବବଲୁ ମିଶ୍ର। ୩୨ ବର୍ଷୀୟ ବବଲୁ ଜନ୍ମରୁ ପୋଲିଓରେ ଆକ୍ରାନ୍ତ। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଠିକ୍‌ରେ ଚାଲିପାରୁନାହାନ୍ତି, କିନ୍ତୁ ସ୍କୁଟିରେ ଚାଲିଗଲେ ଶିରିଡି

bablu-mishra

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କେବେ ସ୍କୁଟିରେ ହଜାର ହଜାର କିଲୋମିଟର ଅତିକ୍ରମ କରି ତ କେବେ ଜିମରେ ସିକ୍ସପ୍ୟାକ୍ ବଡି ଦେଖାଇ ଅନ୍ୟମାନଙ୍କୁ ଚକିତ କରୁଛନ୍ତି। ଆଉ କେବେ ସମାଜସେବାରେ ମଜି ଯାଇ ଦେଖାଇଛନ୍ତି ନିଜର ପାରିବା ପଣିଆ। ଏହା କୌଣସି ସକ୍ଷମ ନୁହଁନ୍ତି ବରଂ କରି ଦେଖାଇଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ। ଆଉ ସେହି ଦିବ୍ୟାଙ୍ଗ ଯୁବକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ବରପାଲିପଡାର ବବଲୁ ମିଶ୍ର।

Advertisment

୩୨ ବର୍ଷୀୟ ବବଲୁ ଜନ୍ମରୁ ପୋଲିଓରେ ଆକ୍ରାନ୍ତ। ଠିକ ଭାବରେ ଚାଲିପାରୁନାହାନ୍ତି। ତଥାପି ହାର୍ ମାନି ନାହାନ୍ତି। ପ୍ୟାଲେସ ଲାଇନ୍ ପଡାର ୱିମେନ୍ସ କଲେଜ ଛକରେ ଏକ ଗିଫ୍ଟ ଦୋକାନ ଖୋଲିକି ବବଲୁ ଆତ୍ମ ନିର୍ଭରଶୀଳ ହୋଇଛନ୍ତି। ବବଲୁ ଶିରିଡି ସାଇ ବାବାଙ୍କୁ ଖୁବ୍ ମାନନ୍ତି। ସେଥିପାଇଁ ସେ ପୋଲିଓ ଆକ୍ରାନ୍ତ ହେବା ସତ୍ତ୍ୱେ ସ୍କୁଟିରେ ଶିରିଡି ଧାମ ଯିବାକୁ ସଂକଳ୍ପ କରିଥିଲେ।

ଗତ ୯ ତାରିଖରେ ନିଜର ସ୍କୁଟି ସାହାଯ୍ୟରେ ସିଙ୍ଗଲ୍ ରାଇଡ କରିକି ବାହାରିଥିଲେ ବବଲୁ। ଦୁଇ ଦିନରେ ଶିରିଡି ଧାମ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହିତ, ଶନୀ ସିଗନାପୁର ଯାଇ ଶନିଙ୍କ ଦର୍ଶନ କଲେ। ପୁଣି ଦୁଇଦିନର ଯାତ୍ରା କରି ବଲାଙ୍ଗିରକୁ ଫେରିଥିଲେ। ଚାରିଦିନରେ ପାଖାପାଖି ୩ହଜାର କିଲୋମିଟର ସ୍କୁଟିରେ ସିଙ୍ଗଲ୍ ରାଇଡ୍ କରି ବବଲୁ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଆଗକୁ ମଧ୍ୟ ସେ ଆଉଏକ ଲମ୍ବା ଯାତ୍ରା କରିବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ବବଲୁ କହିଛନ୍ତି ଯେ ସେ ସକାଳୁ ବଲାଙ୍ଗିରରୁ ସ୍କୁଟି ଯୋଗେ ଶିରିଡି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଶିରିଡିରେ ପହଞ୍ଚିବା ପରେ ସେଠାରେ ବାବାଙ୍କ ଦର୍ଶନ କରିବା ପରେ ଅନ୍ୟାନ୍ୟ ମନ୍ଦିର ମଧ୍ୟ ବୁଲିଯାଇଥିଲେ। ସେଠାରେ କିଛି ଦିନ ରହିବା ପରେ ସେ ପୁଣିଥରେ ବଲାଙ୍ଗିର ଫେରିଆସିଥିଲେ। ସେ ମୋଟ ୨୭୩୮ କିଲୋମିଟର ଯାତ୍ରା କରିଥିବା ବବଲୁ କହିଛନ୍ତି। ତେବେ ବଡ଼ କଥା ହେଉଛି ଯେଉଁଠି ଜଣେ ସକ୍ଷମ ବ୍ୟକ୍ତି ସ୍କୁଟି ଯୋଗେ ଶହଶହ କିଲୋମିଟର ଯିବାକୁ କୁଣ୍ଠାବୋଧ କରୁଛି, ସେଠାରେ ଦିବ୍ୟାଙ୍ଗ ବବଲୁ ବିନା ବାଧାବିଘ୍ନରେ ଏତେ ବାଟ ଯାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ବବଲୁ କେବଳ ଶିରିଡି ଧାମକୁ ସ୍କୁଟି ରାଇଡ କରି ଚର୍ଚ୍ଚାର ଶିରୋନାମା ହୋଇନାହନ୍ତି, ତାଙ୍କର ଅନ୍ୟାନ୍ୟ କାରନାମା ମଧ୍ୟ ବେଶ ପ୍ରଶଂସନୀୟ। ବବଲୁ ମିଶ୍ର କମ୍ପ୍ୟୁଟରରେ ଇଂଜିନିୟରିଂ କରିଛନ୍ତି। କିନ୍ତୁ ଚାକିରୀ ପଛରେ କେବେ ଗୋଡାଇ ନାହନ୍ତି। ନିଜେ ଏକ ଗିଫ୍ଟ ଦିକାନ ଖୋଲି ଆତ୍ମ ନିର୍ଭରଶୀଳ ହୋଇଛନ୍ତି। ପୋଲିଓ ଆକ୍ରାନ୍ତ ହୋଇ ମଧ୍ୟ ସକ୍ଷମଙ୍କ ଭଳି ଜିମକୁ ଯାଇ ସିକ୍ସ ପ୍ୟାକ ବଡି ବନାଇଛନ୍ତି। କୋଭିଡ୍ ସମୟରେ ପଦାକୁ ବାହାରି ଲୋକଙ୍କ ଖାଇବା ଦେଉଥିଲେ ବବଲୁ। ଅସହାୟ ରୋଗୀଙ୍କୁ ଚିକିତ୍ସା ମଧ୍ୟ କରାଉଥିଲେ। କେବେ କାହାକୁ ରକ୍ତ ଦରକାର ହେଲେ ଆଗେଇ ଆସନ୍ତି ବବଲୁ। ବବଲୁଙ୍କ ଭକ୍ତି ଏବଂ ଶକ୍ତି ଆଗରେ ହାର ମାନିଛି ଦିବ୍ୟାଙ୍ଗ ଶରୀର। ବବଲୁଙ୍କ କାରନାମାକୁ ଦେଖି, ସାଙ୍ଗମାନେ କହୁଛନ୍ତି ବବଲୁ ଦି ବେଷ୍ଟ।