Advertisment

ଅଣ୍ଟା ଭାଙ୍ଗିଦେଲା ସ୍ୱପ୍ନ, ରୁନୁ ଆଖିରେ ଏବେ ଖାଲି ଲୁହ

ତେଲକୋଇ(ଚିନ୍ମୟ ସାହୁ): ଭଲ ପାଠ ପଢ଼ୁଥିବାରୁ ବାପାମାଆଙ୍କ ଗେହ୍ଲି ଝିଅ ହୋଇଥିଲେ ରୁନୁ। ଆଉ ରୁନୁ ମଧ୍ୟ ବାପା-ମାଆଙ୍କ ସବୁ ଆଶା ଓ ଆଙ୍କାକ୍ଷା ପୂରଣ କରିବେ ବୋଲି ସପନ ଦେଖିଥିଲେ। ହେଲେ ଅଧା ରହିଗଲା ସେ ଦେଖିଥିବା ସପନ। ଏବେ ସେ ଶଯ୍ୟାଶାୟୀ। ବିଛଣାରେ ପଡ଼ି ପଡ଼ି ଆଖୁରୁ ଗଡାଉଛନ୍ତି ଲୁହ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଛାମୁଣ୍ଡା ଗାଁର ସୁଦାମ କିଶାନ ହେଉଛନ୍ତି ଜଣେ ଗରିବ ଶ୍ରେଣୀର ବ୍ୟକ୍ତି। ଦିନମଜୁରି ଲାଗି ପରିବାର ଭରଣ […]

ଅଦ୍ୟତନ ହୋଇଛି
ଅଣ୍ଟା ଭାଙ୍ଗିଦେଲା ସ୍ୱପ୍ନ, ରୁନୁ ଆଖିରେ ଏବେ ଖାଲି ଲୁହ

Telkoi

Advertisment

ତେଲକୋଇ(ଚିନ୍ମୟ ସାହୁ): ଭଲ ପାଠ ପଢ଼ୁଥିବାରୁ ବାପାମାଆଙ୍କ ଗେହ୍ଲି ଝିଅ ହୋଇଥିଲେ ରୁନୁ। ଆଉ ରୁନୁ ମଧ୍ୟ ବାପା-ମାଆଙ୍କ ସବୁ ଆଶା ଓ ଆଙ୍କାକ୍ଷା ପୂରଣ କରିବେ ବୋଲି ସପନ ଦେଖିଥିଲେ। ହେଲେ ଅଧା ରହିଗଲା ସେ ଦେଖିଥିବା ସପନ। ଏବେ ସେ ଶଯ୍ୟାଶାୟୀ। ବିଛଣାରେ ପଡ଼ି ପଡ଼ି ଆଖୁରୁ ଗଡାଉଛନ୍ତି ଲୁହ।

Advertisment

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଛାମୁଣ୍ଡା ଗାଁର ସୁଦାମ କିଶାନ ହେଉଛନ୍ତି ଜଣେ ଗରିବ ଶ୍ରେଣୀର ବ୍ୟକ୍ତି। ଦିନମଜୁରି ଲାଗି ପରିବାର ଭରଣ ପୋଷଣ କରନ୍ତି। ପରିବାର କହିଲେ ପତ୍ନୀ ରତନୀ ଓ ୫ ଝିଅ। ଭଉଣୀଙ୍କ ଭିତରେ ରୁନୁ ଭଲ ପାଠ ପଢ଼େ। ସେଥିପାଇଁ ତା’ ପାଠ ପଢ଼ାରେ ସବୁ ପ୍ରକାର ସହଯୋଗ କରୁଥିଲେ ପରିବାର ଲୋକ। ରୁନୁ ମଧ୍ୟ ଘର ଲୋକଙ୍କୁ କେବେ ନିରାଶକ କରିନାହାନ୍ତି। ୪୦ କିଲୋମିଟର ଦୂର ବସ୍‌ରେ ଯା’ଆସ କରି ପାଠ ପଢ଼ୁ ଥିଲେ। ସବୁ ଠିକଠାକ ଚାଲିଥିଲା। କିନ୍ତୁ ହଠାତ ଅସୁସ୍ଥ ଅନୁଭବ କଲେ ରୁନୁ।

୬ ମାସ ତଳେ ରୁନୁ ଅଣ୍ଟା ଯନ୍ତ୍ରଣାରେ ପୀଡ଼ିତ ହେଲେ। ପ୍ରଥମେ ସେ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଇଲେ। କିନ୍ତୁ ଅଣ୍ଟା ଯନ୍ତ୍ରଣା ଭଲ ହେଲାନାହିଁ। ଦିନେ ହଠାତ ରୁନୁଙ୍କ ମୁଣ୍ଡ ବୁଲାଇଦେବାରୁ ବାରଣ୍ଡାରେ ପଡ଼ିଗଲେ। ଏହା ପରେ ତାଙ୍କର ଯନ୍ତ୍ରଣା ବଢ଼ିଗଲା। ଆଉ ସେ ଉଠି ପାରିଲେ ନାହିଁ। ବିଛଣାରେ ପଡ଼ି ରହିଲେ। ଧୀରେ ଧୀରେ ତାଙ୍କ ହାତ ଗୋଡ଼ ଫୁଲିବା ଆରମ୍ଭ କଲା। ଦେହର ଯନ୍ତ୍ରଣା ମଧ୍ୟ ଅସହ୍ୟ ହେଉଥିଲା।

Advertisment

ଝିଅ କଷ୍ଟ ଦେଖି ସହିପାରିଲେନି ପରିବାର ଲୋକ। କଟକ ବଡ଼ ଡାକ୍ତରଖାନରେ ଚିକିତ୍ସା କରିବା ପାଇଁ ନେଇଯାଇଥିଲେ। ଡାକ୍ତର ଦେଖି ସବୁ ପ୍ରକାର ପରୀକ୍ଷା କଲେ। ଏହା ପରେ ଔଷଧ ଲେଖିଥିଲେ ଡାକ୍ତର। ଔଷଧ ଧରି ଘରକୁ ଫେରିଥିଲେ ସୁଦାମ। ହେଲେ ରୁନୁଙ୍କ ସ୍ୱାସ୍ଥ୍ୟରେ କିଛି ଉନ୍ନତି ହେଲା ନାହିଁ। ଶେଷରେ ଡାକ୍ତର ଅପରେସନ କରିବାକୁ କହିଲେ। ହେଲେ ପାଖରେ ସମ୍ୱଳନଥିବାରୁ ଅପରେସନ୍‌ କରିପାରିଲେ ନାହିଁ। ଏପରିକି ଚିକିତ୍ସା ପାଇଁ ପାଖରେ ଅର୍ଥ ନଥିବା କହିଥିଲେ ପରିବାର ଲୋକ। କାରଣ ରୁନୁର ଚିକିତ୍ସା ପାଇଁ ଘରର ଜମିବାଡ଼ି ସବୁ ବନ୍ଧାଦେଇ ନିସ୍ୱ ହୋଇସାରିଛନ୍ତି ସୁଦାମ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe