ନିୟମିତ ଗୋଟିଏ କପ୍ ପିଅନ୍ତୁ, କରୋନାକୁ ନାଲି ଆଖି ଦେଖାନ୍ତୁ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୋଲିଓର ଔଷଧ ପାଇଁ ଯେପରି ‘ଦୋ ବୁନ୍ଦ ଜିନ୍ଦଗୀ କି’ କୁହାଯାଏ, ସେହିଭଳି ଆଜି କାଲି କରୋନା ଭୂତାଣୁ ସହ ଲଢ଼ିବାକୁ ଆଜିକାଲି ‘ଏକ କପ୍ ଜିନ୍ଦଗୀ କା’ ସ୍ଲୋଗାନ୍ ଦିଆଯାଉଛି। ଆପଣ ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ। ସମଗ୍ର ଦୁନିଆର ବିଶେଷଜ୍ଞ, ବୈଜ୍ଞାନିକ ଓ ଡାକ୍ତରମାନେ କରୋନା ଭୂତାଣୁକୁ ନଷ୍ଟ କରିବାର ଉପାୟ ଖୋଜୁଛନ୍ତି ଏବଂ ପ୍ରତି ଦିନ ଏନେଇ ନୂଆ ନୂଆ ତଥ୍ୟ ମଧ୍ୟ ଆସୁଛି। ତେବେ ନିର୍ଦ୍ଦିଷ୍ଟ କୌଣସି ସମାଧାନ ନ […]

joshanda drink

joshanda drink

Pragnya Choudhury
  • Published: Friday, 01 May 2020
  • Updated: 01 May 2020, 02:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୋଲିଓର ଔଷଧ ପାଇଁ ଯେପରି 'ଦୋ ବୁନ୍ଦ ଜିନ୍ଦଗୀ କି' କୁହାଯାଏ, ସେହିଭଳି ଆଜି କାଲି କରୋନା ଭୂତାଣୁ ସହ ଲଢ଼ିବାକୁ ଆଜିକାଲି 'ଏକ କପ୍ ଜିନ୍ଦଗୀ କା' ସ୍ଲୋଗାନ୍ ଦିଆଯାଉଛି। ଆପଣ ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ। ସମଗ୍ର ଦୁନିଆର ବିଶେଷଜ୍ଞ, ବୈଜ୍ଞାନିକ ଓ ଡାକ୍ତରମାନେ କରୋନା ଭୂତାଣୁକୁ ନଷ୍ଟ କରିବାର ଉପାୟ ଖୋଜୁଛନ୍ତି ଏବଂ ପ୍ରତି ଦିନ ଏନେଇ ନୂଆ ନୂଆ ତଥ୍ୟ ମଧ୍ୟ ଆସୁଛି। ତେବେ ନିର୍ଦ୍ଦିଷ୍ଟ କୌଣସି ସମାଧାନ ନ ବାହାରିଥିଲେ ମଧ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି। ଏହାରି ଭିଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସଂକ୍ରମଣକୁ ରୋକିବା ଲାଗି ଏକ ପାନୀୟର ବିଷୟ କହିଥିବା ଆମେ ସମସ୍ତେ ଜାଣିଛନ୍ତି। ଆଉ ଏହି ଗୋଟିଏ କପ୍ ପାନୀୟକୁ ହିଁ 'ଏକ କପ୍ ଜିନ୍ଦଗୀ କା' ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଯଦିଓ ଏହି ପାନୀୟ ବା କାଢ଼ା କରୋନାର ସମାଧାନ ନୁହେଁ। ତଥାପି ଏହା ଶରୀରକୁ ଶକ୍ତିଶାଳୀ କରିବାରେ ଅନେକ ସାହାଯ୍ୟ କରିବ, ଯଦ୍ଦ୍ବାରା କରୋନା ଭୂତାଣୁ ଶରୀରକୁ ସହଜରେ କବଜା କରିପାରିବ ନାହିଁ। ସରକାରଙ୍କ ଆୟୁଷ ମନ୍ତ୍ରାଳୟ ମଧ୍ୟ ଏହି କାଢ଼ାକୁ ପିଇବା ଲାଗି ପରାମର୍ଶ ଦେଇଛି। ଆସନ୍ତୁ ଏହି କାଢ଼ା ବିଷୟ ରେ ଅଧିକ ଜାଣିବା...

ଏହି କାଢ଼ାର ନାମ ହେଲା ଯୋଶାନ୍ଦା କାଢ଼ା। ଆୟୁର୍ବେଦାଚାର୍ଯ୍ୟ ଡା. କବିତା ଗୋୟଲ କୁହନ୍ତି, ଭାରତୀୟ ଚିକିତ୍ସା ପଦ୍ଧତି ବିଶ୍ୱର ସର୍ବ ପୁରାତନ ଚିକିତ୍ସା ପ୍ରଣାଳୀ ଅଟେ। ଆୟୁର୍ବେଦ ସାରା ବିଶ୍ୱକୁ ଚିକିତ୍ସା ଜ୍ଞାନ ପ୍ରଦାନ କରିଛି ଏବଂ ଭାରତୀୟ ଚେରମୂଳିର ମହତ୍ୱକୁ ସାକାର ରଖିଛି। ସାମ୍ପ୍ରତିକ ସଂକ୍ରମଣର ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ଆୟୁର୍ବେଦର ଏହି ମହତ୍ୱକୁ ବାରମ୍ବାର ଲୋକଙ୍କଠାରେ ପହଞ୍ଚାଇବାର ପ୍ରୟାସ କରୁଛନ୍ତି। ଫଳରେ କେବଳ ଏନର୍ଜି ଡ୍ରିଙ୍କ୍ ଉପରେ ଗୁରୁତ୍ୱ ଦେଉଥିବା ଲୋକେ ଆଜି ଭାରତୀୟ କାଢ଼ା ପିଇବାକୁ ଶ୍ରେୟ ମଣିଲେଣି।

ଯୋଶାନ୍ଦା କାଢ଼ା କ'ଣ?
ଡା. ଗୋୟଲଙ୍କ ଅନୁଯାୟୀ, ଯୋଶାନ୍ଦା କାଢ଼ା ଏକ ସମ୍ପୂର୍ଣ୍ଣ ଦେଶୀ କାଢ଼ା। କରୋନା ଭୂତାଣୁ ସଂକ୍ରମଣ ପରିସ୍ଥିତି ବ୍ୟତୀତ ସବୁ ସମୟରେ ଏହାକୁ ସେବନ କରିବା ଦ୍ୱାରା ମଧ୍ୟ ଲାଭ ମିଳିଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଥଣ୍ଡା, କାଶ, ଛିଙ୍କ ଆଦିରୁ ମୁକ୍ତି ଦେଇଥାଏ ଏହି ସ୍ୱଦେଶୀ କାଢ଼ା। ଏପରି କି ଜ୍ୱର ହୋଇଥିବା ସମୟରେ ଶରୀରର ଦରଜ ବା କଠିନତାକୁ ମଧ୍ୟ ଏହି ପାନୀୟ ଦୂର କରିଥାଏ। ତେବେ କରୋନା ସଂକ୍ରମଣର ପ୍ରତିଷେଧକ ଭାବେ ଏହି କାଢ଼ାକୁ ସେବନ କଲେ ଏହା ଭୂତାଣୁ ସହ ମୁକାବିଲା କରିବାରେ ଶରୀରକୁ ପ୍ରସ୍ତୁତ କରିବ।

ଘରେ ପ୍ରସ୍ତୁତ କରନ୍ତୁ ଉପକାରୀ ଯୋଶାନ୍ଦା କାଢ଼ା।

ଆବଶ୍ୟକ ସାମଗ୍ରୀ
ବିଶୁ୍ଦ୍ଧ ପାଣି
କଳା ତୁଳସୀ ପତ୍ର
ଲବଙ୍ଗ
ଗୋଲମରିଚ
ଅଳେଇଚ
ଅଦା
ଗୁଡ଼
ଚା'ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ-

ଗ୍ୟାସରେ ପାଣିକୁ ଭଲ ଭାବରେ ଗରମ କରନ୍ତୁ। ପାଣି ଫୁଟିବା ପରେ ଲବଙ୍ଗ, ଗୋଲମରିଚ, ଅଳେଇଚ, ଅଦା ଏବଂ ସ୍ୱାଦ ଅନୁସାରେ ଗୁଡ଼ ପକାନ୍ତୁ। କିଛି ସମୟ ପରେ ତୁଳସୀ ପତ୍ର ଏଥିରେ ପକାନ୍ତୁ। ଏହା ପରେ ଚା'ଗୁଣ୍ଡ ପକାନ୍ତୁ। ତେବେ ପାଣିର ମାତ୍ରା ଫୁଟି ଫୁଟି ଅଧା ହୋଇଗଲେ ଗ୍ୟାସ ବନ୍ଦ କରିଦିଅନ୍ତୁ। କାଢ଼ାକୁ ଛାଣି ଦିଅନ୍ତୁ ଏବଂ ଗରମ ଗରମ ପିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos