Advertisment

ଥରେ ପଚାରିବାକୁ ଦେ

ଛୁଇଁ ଦେଲେ ପାପ ଲାଗିବ, ଆଜି ମତେ ବାପା ଭାଇଠୁ ଦୂରେଇ ରହିବାକୁ ଦେ ଏ ପ୍ରାକୃତିକ ଧାରାରେ ମତେ ଅପ୍ରାକୃତିକ ସଜେଇ ଦେଇଥିବା ସମାଜକୁ ଥରେ ପ୍ରଶ୍ନ କରିବାକୁ ଦେ ଆଜି ବସୁଧା କୋଳରେ ଟିକେ ଶୋଇବାକୁ ଦେ॥   କେଉଁଠି ସେ ମନ୍ଦିର ଆଉ ତା ପବିତ୍ରତା ଭୂମିଠୁ ଉପରେ ମାନସିକତା ଛଡା ଆଉ ଅବା କ’ଣ ଅଛି ଚଟାଣରେ ଶୋଇବା ସମୟରେ ମନେ ପଡେ ମାସର ସେ ୭ଦିନ କେତେ କଷ୍ଟ ଆଉ […]

ଅଦ୍ୟତନ ହୋଇଛି
ଥରେ ପଚାରିବାକୁ ଦେ

biswa

Advertisment

ଛୁଇଁ ଦେଲେ ପାପ ଲାଗିବ,

ଆଜି ମତେ ବାପା ଭାଇଠୁ ଦୂରେଇ ରହିବାକୁ ଦେ

ଏ ପ୍ରାକୃତିକ ଧାରାରେ

ମତେ ଅପ୍ରାକୃତିକ ସଜେଇ ଦେଇଥିବା ସମାଜକୁ

ଥରେ ପ୍ରଶ୍ନ କରିବାକୁ ଦେ

ଆଜି ବସୁଧା କୋଳରେ ଟିକେ ଶୋଇବାକୁ ଦେ॥

କେଉଁଠି ସେ ମନ୍ଦିର ଆଉ ତା ପବିତ୍ରତା

ଭୂମିଠୁ ଉପରେ ମାନସିକତା ଛଡା ଆଉ ଅବା କ’ଣ ଅଛି

ଚଟାଣରେ ଶୋଇବା ସମୟରେ ମନେ ପଡେ ମାସର ସେ ୭ଦିନ

କେତେ କଷ୍ଟ ଆଉ ବ୍ୟର୍ଥ, ଆଜି ସେ ଲୁହର ପାଉଣା ଗଣିବାକୁ ଦେ

ଆଜି ବସୁଧା କୋଳରେ ମତେ ଶୋଇବାକୁ ଦେ॥

କିଏ କୁହେ ଗୋବର ପାଣି ଟିକେ ଛିଞ୍ଚି ହେଇଯାଆ

ଗଙ୍ଗା ପାଣି ଛୁଇଁବା ମନା,

ଘରୁ ବାହାରିବା ପୂର୍ବରୁ ଅନେକ ପ୍ରତିବନ୍ଧକ ଆଉ କଟକଣା

ନିଜ ଅସ୍ତିତ୍ୱ ମାପି ନାରୀତ୍ୱ ପାଇଥିବା ଦିନକୁ ଝେଲିବାକୁ ଦେ

ମନକୁ ହାଲ୍‌କା କରି ଆଜି କିଛି ମାନସିକତାକୁ ମୁକ୍ତି କରିବାକୁ ଦେ

ଆଜି ବସୁଧା କୋଳରେ ମତେ ଶୋଇବାକୁ ଦେ॥

ଆଚ୍ଛା ଠିକ୍‌ ଅଛି, ପ୍ରଥମ ଦୁଇ ଗୁଣ୍ଡା ଶୁଖିଲା ଭାତ,

କେବେ କେବେ ପ୍ରସାଦଠାରୁ ଦୂରେଇ ରହିଥିବା ମନକୁ ପଚାରିନି,

ଅପବିତ୍ରତା ଆସିଲା କେଉଁଠୁ? ଗୋଟେ ନାରୀରୁ ଆଉଏକ ନାରୀକୁ?

ସଂସାର ଗଢିବାର ‍‍କ୍ଷମତାକୁ ନା ସେ ସମାଜକୁ କଳୁଷିତ କରୁଥିବା ମାନସିକତାକୁ?

ଆଜି ଧରିତ୍ରୀ ମାତା ରଜସ୍ୱଳା,

ଋତୁସ୍ରାବରେ ବସୁଧା ମାତା,

ଆଜି ସେ ସମାଜକୁ ଉତ୍ତର ରଖିବାକୁ ଦେ,

ଆଜି ବସୁଧା କୋଳରେ ମତେ ଶୋଇବାକୁ ଦେ॥

swainbiswobandita@gmail.com

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe