Advertisment

ପ୍ରକୃତିର ଅନନ୍ୟ ଉପହାର:  ଅସ୍ତରଙ୍ଗର ଦେବୀନାସୀ ଓ କୋଣାର୍କର କଅଁରପୁର ବେଳାଭୂମି

ଭୁବନେଶ୍ୱର: ପୁରୀ ଜିଲ୍ଲାର ଅସ୍ତରଙ୍ଗ ହେଉଛି ଉତ୍କଳୀୟ ନୈବାଣିଜ୍ୟ ପରମ୍ପରାର ପ୍ରତୀକ। ଏଠାରେ ଥିଲା ଏକ ପ୍ରାଚୀନ ବନ୍ଦର। ତେବେ ଆଜି ଏକବିଂଶ ଶତାବ୍ଦୀରେ ପର୍ଯ୍ୟଟନ ପାଇଁ ମଧ୍ୟ ଅସ୍ତରଙ୍ଗ ଅଞ୍ଚଳରେ ରହିଛି ଅନେକ ଆକର୍ଷଣୀୟ ସ୍ଥାନ। ବେଳାଭୂମି କହିଲେ ସାଧାରଣତଃ ସମସ୍ତେ ପୁରୀ, ଚନ୍ଦ୍ରଭାଗା, କିମ୍ବା ଗୋପାଳପୁର ବୁଝନ୍ତି। କିନ୍ତୁ ରାଜ୍ୟରେ ଅନେକ ଗୁଡିଏ ଆକର୍ଷଣୀୟ ବେଳାଭୂମି ଅଛି ଯାହା ଏବେ ଲୋକଲୋଚନକୁ ଆସିପାରିନାହିଁ। ଅସ୍ତରଙ୍ଗ ବେଳାଭୂମି ଓ ଦେବୀନାସୀ ହେଉଛି ଏହିପରି ଏକ ସୁନ୍ଦର […]

ଅଦ୍ୟତନ ହୋଇଛି
ପ୍ରକୃତିର ଅନନ୍ୟ ଉପହାର:  ଅସ୍ତରଙ୍ଗର ଦେବୀନାସୀ ଓ କୋଣାର୍କର କଅଁରପୁର ବେଳାଭୂମି

kaharapur

Advertisment

ଭୁବନେଶ୍ୱର: ପୁରୀ ଜିଲ୍ଲାର ଅସ୍ତରଙ୍ଗ ହେଉଛି ଉତ୍କଳୀୟ ନୈବାଣିଜ୍ୟ ପରମ୍ପରାର ପ୍ରତୀକ। ଏଠାରେ ଥିଲା ଏକ ପ୍ରାଚୀନ ବନ୍ଦର। ତେବେ ଆଜି ଏକବିଂଶ ଶତାବ୍ଦୀରେ ପର୍ଯ୍ୟଟନ ପାଇଁ ମଧ୍ୟ ଅସ୍ତରଙ୍ଗ ଅଞ୍ଚଳରେ ରହିଛି ଅନେକ ଆକର୍ଷଣୀୟ ସ୍ଥାନ। ବେଳାଭୂମି କହିଲେ ସାଧାରଣତଃ ସମସ୍ତେ ପୁରୀ, ଚନ୍ଦ୍ରଭାଗା, କିମ୍ବା ଗୋପାଳପୁର ବୁଝନ୍ତି। କିନ୍ତୁ ରାଜ୍ୟରେ ଅନେକ ଗୁଡିଏ ଆକର୍ଷଣୀୟ ବେଳାଭୂମି ଅଛି ଯାହା ଏବେ ଲୋକଲୋଚନକୁ ଆସିପାରିନାହିଁ। ଅସ୍ତରଙ୍ଗ ବେଳାଭୂମି ଓ ଦେବୀନାସୀ ହେଉଛି ଏହିପରି ଏକ ସୁନ୍ଦର ସ୍ଥାନ।

Advertisment

kaharapur

ଭୁବନେଶ୍ୱରଠାରୁ ଅସ୍ତରଙ୍ଗ ହେଉଛି ପ୍ରାୟ ୮୦ କିଲୋମିଟର ଦୂର। ଅସ୍ତରଙ୍ଗ ଯିବାକୁ ହେଲେ ଭୁବନେଶ୍ୱରରୁ ନିମାପଡା ଦେଇ କାକଟପୁର ରାସ୍ତାରେ ଯିବାକୁ ପଡେ।  ଯଦିଓ ସେଠାକୁ ନିୟମିତ ଯାତ୍ରୀବାହୀ ବସ ଚଳାଚଳ କରେ ତଥାପି ନିଜ ଗାଡି କିମ୍ବା ଟ୍ୟାକ୍ସିରେ ଯିବା ସୁବିଧାଜନକ।ଅସ୍ତରଙ୍ଗରେ ପହଞ୍ଚି ପ୍ରଥମେ ନୂଆଗଡ କିମ୍ବା ଝାଡଲିଙ୍ଗି ମାଛଧରା ବନ୍ଦରରୁ ମୋଟର ବୋଟ ଭଡା କରି ଦେବୀ ନଦୀ ମୁହାଣକୁ ଯିବାକୁ ପଡିବ। ଆଉ ଏହି ଜଳଯାତ୍ରା ଆଣିଦିଏ ଏକ ରୋମାଞ୍ଚକର ଅନୁଭୂତି। ବୋଟରେ ଯିବାବେଳେ ଦେବୀ ନଦୀର ଜୁଆରିଆ ପାଣିରେ ବୋଟଟି ଦୋହଲି ଦୋହଲି ଆଗକୁ ଚାଲେ। ଆଉ ନଦୀର ଦୁଇ କୂଳରେ ଦେଖିବାକୁ ମିଳିବ ଘଞ୍ଚ ହେନ୍ତାଳ ବଣ। ଏହି ମଧ୍ୟ ଦେଇ ବୋଟରେ ଗଲାବେଳେ ଆପଣ ଏକ ବିଚିତ୍ର ଅନୁଭୂତି ହାସଲ କରିବେ। ୨୦୦୨ ମସିହାରେ ଜଙ୍ଘଲ ବିଭାଗ ପକ୍ଷରୁ ମାତ୍ର ୨୦୦ ହେକ୍ଟର ସନ୍ତସନ୍ତିଆ ଜମିରେ ପାଞ୍ଚ ପ୍ରକାରର ଲୁଣା ଗଛ ରୋପଣ କରାଯାଇଥିଲା। ମାତ୍ର ୧୨ ବର୍ଷ ଭିତରେ ଏହା ବଢି ଘଞ୍ଚ ହେନ୍ତାଳ ବଣରେ ପରିଣତ ହୋଇଛି । ଏଇ ଜଙ୍ଘଲରେ ବି ରହୁଛନ୍ତି ବିଭିନ୍ନ ପ୍ରକାରର ପଶୁ ପକ୍ଷୀ ଓ ସରୀସୃପ।

boat

ବୋଟ ଉପରେ ବସିଥିବାବେଳେ ଖୁବ ପାଖରୁ ଦେଖି ହେବ ଦେବୀନଦୀ ଓ ସମୁଦ୍ରର ଜୁଆରିଆ ଢେଉର ଲୁଚକାଳି ଖେଳ। ଏଠାରେ ପ୍ରବାହିତ ହୋଇଥିବା ଦେବୀ ନଦୀ ମୁହାଣରେ ଯାଇ ମିଶିଥିବାରୁ ଜୁଆର ସମୟରେ ପାଣି ଅଶାନ୍ତ ଥାଏ। ଏଣୁ ଏଇ ଜଳଯାତ୍ରା ଆପଣଙ୍କୁ ଦୁଃସାହସିକ ମନେ ହେବ। ପ୍ରାୟ ଦୁଇ ଘଣ୍ଟାର ଜଳଯାତ୍ରା ପରେ ବୋଟ ପହଞ୍ଚିବ ଦେବୀନାସୀର ସ୍ଥିର ପାଣିରେ ଯେଉଁଠି ଏହା ମିଶିଛି ସମୁଦ୍ର। ସେଠାକାର ଦୃଶ୍ୟ ଭାଷାରେ ବର୍ଣ୍ଣନା କରି ହେବ ନାହିଁ।

Advertisment

jhaunbana

ବେଳାଭୂମିର ଝାଉଁ ଜଙ୍ଘଲ ନିକଟରେ ବସି ସମୁଦ୍ର ଓ ନଦୀର ମୁହାଣର ସୁନ୍ଦର ଦୃଶ୍ୟକୁ ଉପଭୋଗ କରି ହେବ। ଯେହେତୁ ଏହିଠାରୁ ଅନେକ ଦୂର ପର୍ଯ୍ୟନ୍ତ କୌଣସି ଜନବସତି ନାହିଁ ଏଣୁ ଚାରିଆଡେ ସମୁଦ୍ରର ଗର୍ଜନ ଛଡା ଆଉ କିଛି ଶବ୍ଦ ଶୁଣା ଯାଏନା। ନିର୍ଜନତା କେତେ ଆନନ୍ଦଦାୟକ ହୋଇପାରେ ତାହା ଦେବୀ ନଦୀମୁହାଣରୁ ହିଁ ଅନୁଭବ କରି ହୁଏ। ତେବେ ସନ୍ଧ୍ୟା ପୂର୍ବରୁ ସେ ସ୍ଥାନ ଛାଡିବାକୁ ପଡିବ। କାରଣ ନଦୀରେ ଭଟ୍ଟା ପଡିଲେ ବୋଟ ଚାଲିବା ସମ୍ଭବପର ହୁଏନା । ଆଉ ସନ୍ଧ୍ୟା ପରେ ବୋଟ ଫେରିବା ବେଳେ ସମୟରେ ହେନ୍ତାଳ ବଣରେ ହଜାର ହଜାର ପକ୍ଷୀଙ୍କର ଘର ବାହୁଡା ଦୃଶ୍ୟ ଦେଖିବାକୁ ମିଳିବ।

ବର୍ଷର ସବୁ ସମୟରେ ଦେବୀନାସୀ ଆସିହେବ। ତେବେ ଅକ୍ଟୋବରରୁ ମାର୍ଚ୍ଚ ହେଉଛି ସର୍ବଶ୍ରେଷ୍ଠ ସମୟ ପ୍ରକୃତିର ବୈଚିତ୍ର୍ୟକୁ ଉପଭୋଗ କରିବା ପାଇଁ।

ଦେବୀନାସୀ ବୁଲି ସାରିବା ପରେ ପ୍ରାୟ ଦୁଇ କିଲୋମିଟର ଦୂରରେ ରହିଛି ଆଉ ଏକ ସୁନ୍ଦର ବେଳାଭୂମି ଜାହାନିଆ। ସୁଫି ସନ୍ଥ ମୁକଦ୍ଧିମ ଜାହାନିଆ ପୀରଙ୍କ ସମାଧୀ ଏଠାରେ ଥିବାରୁ ଏଇ ସ୍ଥାନର ନାଁ ଜାହାନିଆ। ସମୁଦ୍ର କୂଳରେ ଘଞ୍ଚ ଝାଉଁ ଜଙ୍ଘଲ ଭିତରେ ପୀର ବାବାଙ୍କ ଦରଗାହ। ଏଠାରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଭକ୍ତ ପୀର ବାବାଙ୍କୁ ଦର୍ଶନ କରନ୍ତି ଏବଂ ଭୋଗ ଅର୍ପଣ କରନ୍ତି।

jahnia

ଜାହାନିଆ ପୀରଙ୍କ ଦରଗାହ ଉପରେ ଓଁକାର ଚିହ୍ନ ଥିବା ପତାକା ଉଡୁଥିବାର ଦେଖିବାକୁ ମିଳିବ। ହିନ୍ଦୁମାନେ ଏଠାରେ ଦୀପ ଜାଳନ୍ତି। ଆଉ ମୁସଲମାନମାନେ ଗୋଲାପଫୁଲ ଓ ଚାଦର ଅର୍ପଣ କରନ୍ତି। ଦରଗାହ ଠାରୁ ମାତ୍ର ୧୦୦ ମିଟର ଦୂରରେ ହେଉଛି ବେଳାଭୂମି। ସମତଳ ଜାହାନିଆ ବେଳାରେ ପାଦରେ ଚାଲିବାକୁଥିବା ଭଲ ଲାଗେ। ଝାଉଁ ବଣ ଭିତରେ ଆପଣ ମାନେ ଚାହିଁଲେ ଭୋଜି କରିପାରିବେ। ଆଉ ଏଠାରେ ସବୁ ପ୍ରକାର ଉପକରଣ,ଏପରିକି ଚାଉଳ ଡାଲି,ପନିପରିବା ଓ ମାଂସ ମଧ୍ୟ ମିଳେ।

ଜାହାନିଆ ବେଳାଭୂମିରେ ବୁଲିବା  ବେଳେ ଏକ ବିଚିତ୍ର ପ୍ରଜାତିର ଲାଲ କଙ୍କଡା ଦେଖିବାକୁ ମିଳେ । ତାଳସାରି ଓ ଚାନ୍ଦିପୁର ବେଳାଭୂମିର କଙ୍କଡାଠାରୁ କଙ୍କଡା ଦେଖିବାକୁ ଭିନ୍ନ। ଏହାର ମାତ୍ର ଗୋଟିଏ ମୁଖ୍ୟ ଗୋଡ ଥାଏ।

ଜାହାନିଆ ବେଳାଭୂମିର ଫେରି ଅସ୍ତରରଙ୍ଗରୁ କୋଣାର୍କ ଆସିବା ବାଟରେ ବାଲି ଦୋକାନ ନାମକ ଏକ ସ୍ଥାନକୁ ଗଲେ ଦେଖିବାକୁ ମିଳିବ ଏକ ଭିନ୍ନ ଧରଣ ବେଳାଭୂମି-କଅଁରପୁର। ଅସ୍ତରଙ୍ଗଠାରୁ ଏହାର ଦୂରତା ମାତ୍ର ୧୦ କିଲୋମିଟରରେ ଆଉ କୋଣାର୍କ ଠାରୁ ମାତ୍ର ୧୪ କିଲୋମିଟର।

kanharpur

କଅଁରପୁର ଗାଁ ମୁଣ୍ଡରୁ ଝାଉଁ ଓ କାଜୁବାଦାମ ଗଛର ଜଙ୍ଗଲ ଦେଇ ପ୍ରାୟ ୨୦୦ମିଟର ଦୂର ଯିବାପରେ ପ୍ରାୟ ୧୦୦ ଫୁଟର ଉଚ୍ଚର ବାଲିକୁଦ ଚଢ଼ିବାକୁ ପଡିବ। ଆଉ ବାଲିକୁଦର ଶିଖରରେ ଠିଆହେଲେ, ଠିକ ଆରପଟେ ୧୦୦ ଫୁଟ ତଳେ ଦେଖିବାକୁ ମିଳିବ ସମୁଦ୍ରର ଦୃଶ୍ୟ। ଓଡ଼ିଶାରେ ଏପରି ବେଳାଭୂମି ସଂଖ୍ୟା ଖୁବ କମ୍। ଆପଣ କେବଳ ଆଣ୍ଡାମାନ-ନିକୋବରେ ଏପରି ଦୃଶ୍ୟ ଦେଖିବାକୁ ପାଇବେ। କଅଁରପୁର ଲୋକଲୋଚନକୁ ଆସିନଥିବାରୁ ଏଠାରେ ପର୍ଯ୍ୟଟନଙ୍କ ଭିଡ ନଥାଏ। ଏପରି ନିର୍ଜନ ଓ ଶାନ୍ତ ବେଳାଭୂମିର ଅନୁଭବ ଆପଣଙ୍କ ଓଡ଼ିଶାରେ ଅନ୍ୟ କେଉଁଠି ମିଳିବ ନାହିଁ।

ବାଲିକୁଦାର ଗୋଟିଏ ପାଖରେ ସମୁଦ୍ରର ଦୃଶ୍ୟ ଏବଂ ଗଛ ଅନ୍ୟ ପାଖରେ ଘଞ୍ଚ ଝାଉଁ ଜଙ୍ଘଲ ଏକ ସୁନ୍ଦର ଦୃଶ୍ୟ ସୃଷ୍ଟି କରେ। ତେବେ ଅଧିକ ଭିଡଥିବା ଚନ୍ଦ୍ରଭାଗା ଓ ରାମଚଣ୍ଡି ପରିବର୍ତ୍ତେ ଦେବୀ ନାସୀ ଓ କଅଁରପୁର ଆପଣମାନଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଆଣିଦେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe