Advertisment

ଇଏ ଆମ ସ୍କୁଲ୍‌, ରାଜ୍ୟ ସରକାରଙ୍କ 5-Tକୁ କରୁଛି ପରିହାସ

ନବରଙ୍ଗପୁର (ନବଘନ ବିଷୋୟୀ): ସ୍ମାର୍ଟ ସ୍କୁଲର ପରିକଳ୍ପନା ଭିତରେ ଇଏ ଏକ ସ୍କୁଲ୍‌। ଯାହା ରାଜ୍ୟ ସରକାରଙ୍କ 5-Tକୁ ପରିହାସ କରୁଛି। ଆଉ ନିଜେକୁ ନିଜେ ପଚାରୁଛି ସତରେ ମୁଁ କ’ଣ ସ୍କୁଲ୍‌? ଯଦି ମୁଁ ସ୍କୁଲ, ତାହାହେଲେ ମୋର ରୂପ କାହିଁକି ଏମିତି? ମୁଁ କାହିଁକି କଳା ପଲିଥିନ୍‌ ଚଦରରେ ଘୋଡେଇ ହୋଇଛି। ଛୋଟ ଛୋଟ ପିଲାମାନେ କାହିଁକି ବର୍ଷା ଦିନରେ ପାଠ ପଢ଼ିବା ପାଇଁ ସନ୍ତସନ୍ତିଆ ମାଟି ଉପରେ ବସି ଘାଣ୍ଟି ହେଉଛନ୍ତି? ଦିନେ […]

ଅଦ୍ୟତନ ହୋଇଛି
ଇଏ ଆମ ସ୍କୁଲ୍‌, ରାଜ୍ୟ ସରକାରଙ୍କ 5-Tକୁ କରୁଛି ପରିହାସ

School

Advertisment

ନବରଙ୍ଗପୁର (ନବଘନ ବିଷୋୟୀ): ସ୍ମାର୍ଟ ସ୍କୁଲର ପରିକଳ୍ପନା ଭିତରେ ଇଏ ଏକ ସ୍କୁଲ୍‌। ଯାହା ରାଜ୍ୟ ସରକାରଙ୍କ 5-Tକୁ ପରିହାସ କରୁଛି। ଆଉ ନିଜେକୁ ନିଜେ ପଚାରୁଛି ସତରେ ମୁଁ କ’ଣ ସ୍କୁଲ୍‌? ଯଦି ମୁଁ ସ୍କୁଲ, ତାହାହେଲେ ମୋର ରୂପ କାହିଁକି ଏମିତି? ମୁଁ କାହିଁକି କଳା ପଲିଥିନ୍‌ ଚଦରରେ ଘୋଡେଇ ହୋଇଛି। ଛୋଟ ଛୋଟ ପିଲାମାନେ କାହିଁକି ବର୍ଷା ଦିନରେ ପାଠ ପଢ଼ିବା ପାଇଁ ସନ୍ତସନ୍ତିଆ ମାଟି ଉପରେ ବସି ଘାଣ୍ଟି ହେଉଛନ୍ତି? ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୭ ବର୍ଷ ଧରି ଅତି ଦୟନୀୟ ଭାବେ ଝୁମ୍ପୁଡ଼ିରେ ଗଢ଼ା ହେଉଛନ୍ତି ଦେଶର ଭବିଷ୍ୟତ। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରୁ ଆସିଛି ଶିକ୍ଷା ବିଭାଗର ଏପରି ବିକଳ ଚିତ୍ର।

Advertisment

ଶିକ୍ଷାର ଆଲୁଅ ଜଳାଇବା ପାଇଁ ୨୦୧୬ ମସିହାରେ ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଗୁମରାଦୋରାରେ ପ୍ରତିଷ୍ଠା କରାଯାଇଥିଲା ଏକ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ରହିଛି। ବର୍ତ୍ତମାନ ୩୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୫ଟି ଶ୍ରେଣୀ ପାଇଁ ଅଛନ୍ତି ଦୁଇ ଜଣ ଶିକ୍ଷକ। ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ସରୁନାହିଁ। ଯେଉଁଥିପାଇଁ ପିଲାମାନେ ଜରି ପାଲ ତଳେ ବସି ପାଠ ପଢ଼ୁଛନ୍ତି। କେଇ ଖଣ୍ଡ ବାଉଁଶରେ ତିଆରି ହୋଇଥିବା ବିଦ୍ୟାଳୟ ଉପରେ ପଡ଼ିଛି କଳା ପଲିଥିନ୍‌। କାନ୍ଥ କହିଲେ ବାଉଁଶ ପାତିଆରେ ଘେରା ଯାଇଛି। ଦୂରରୁ ଦେଖିଲେ ଲାଗିବ ଏଇଟା ସ୍କୁଲ ନୁହେଁ, ରାସ୍ତା ପାର୍ଶ୍ୱ ଢ଼ାବା!

[caption id="attachment_775207" align="aligncenter" width="650"]Schoolଚାଳ ଛପର ସ୍କୁଲକୁ ପାଠ ପଢ଼ିବାକୁ ଯାଉଛନ୍ତି ପିଲା[/caption]

Advertisment

ଶୀତ କାକର, ବର୍ଷା ଓ ଖରା ସବୁ ଋତୁରେ ପିଲାମାନେ ଏହି ଝୁମ୍ପୁଡିରେ ବସି ପାଠ ପଢ଼ୁଛନ୍ତି। ତେବେ ବର୍ଷା ଦିନରେ ଅବସ୍ଥା କଥା ନକହିବା ଭଲ। ଝୁମ୍ପୁଡ଼ି ଭିତରେ ପାଣି ପଶିଯାଇ ଓଦା ହୋଇଯାଉଛି। ତଥାପି ପିଲାମାନେ ଓଦା ମାଟି ଉପରେ ଜରି ପକାଇ ବସିବାକୁ ବାଧ୍ୟ ହେଉଛନ୍ତି। ଦିନେ କି ଦୁଇଦିନ ନୁହେଁ, ଦୀର୍ଘ ସାତ ବର୍ଷ ଧରି ଛାତ୍ରଛାତ୍ରୀମାନେ ଏପରି ଅବସ୍ଥାରେ ପାଠ ପଢ଼ୁଛନ୍ତି। ତେବେ ଯେଉଁଦିନ ଅଧିକ ବର୍ଷା ହେଉଛି, ସେଦିନ ପାଠପଢା ବନ୍ଦ ରହୁଛି। ପିଲାଙ୍କ ପାଇଁ ନାହିଁ କଳାପଟା। ତେଣୁ ଝୁମ୍ପୁଡ଼ିର ମଝିରେ ଗୋଟିଏ ୫ ଫୁଟର ଇଟା କାନ୍ଥ ତିଆରି କରାଯାଇଛି। ସେଥିରେ ଉଭୟ ପାର୍ଶ୍ୱକୁ କଳାପଟା କରାଯାଇଛି।

[caption id="attachment_775208" align="aligncenter" width="650"]School ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି[/caption]

ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ଆଉ ଗୋଟିଏ ଝୁମ୍ପୁଡି ତିଆରି କରାଯାଇଛି। ଆଉ ରନ୍ଧା ସରିବା ପରେ ପିଲାମାନେ ଝୁମ୍ପୁଡ଼ି ପାର୍ଶ୍ୱରେ ଥିବା ତେନ୍ତୁଳି ଗଛ ମୂଳରେ ବସି ଖାଉଛନ୍ତି। ବେଳେବେଳେ ଛାତ୍ରଛାତ୍ରୀମାନଙ୍କ ସହିତ କୁକୁଡ଼ା ମଧ୍ୟ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିବାକୁ ମିଳିଛି। ଏପରି ନାନା ଅସୁବିଧା ଭିତରେ ଚାଲିଛି ପାଠ ପଢ଼ା। ଯାହାକୁ ନେଇ ଅଭିଭାବକ ଓ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

[caption id="attachment_775209" align="aligncenter" width="650"]School ପିଲାମାନେ ଶ୍ରେଣୀ ଗୃହ ଭିତରେ ପଢ଼ୁଛନ୍ତି[/caption]

ସୂଚନାରୁ ପ୍ରକାଶ, ୭ ବର୍ଷ ତଳେ ଝୁମ୍ପୁଡ଼ି ଘରଠାରୁ ୩୦ ମିଟର ଦୂରରେ ୧୪ ଲକ୍ଷ ଟଙ୍କା ବ୍ୟୟରେ ସ୍କୁଲ ଘର ନିର୍ମାଣ ଚାଲିଛି। ଆଜି ପର୍ଯ୍ୟନ୍ତ କାମ ସରୁନାହିଁ। ଯେଉଁଥିପାଇଁ ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ଝୁମ୍ପୁଡ଼ିରେ ପାଠ ପଢ଼ୁଛନ୍ତି। ଏଥିପ୍ରତି ଶିକ୍ଷା ବିଭାଗ ବା ସ୍ଥାନୀୟ ପ୍ରଶାସନର ନଜର ପଡ଼ୁନାହିଁ।  ଏପରିକି ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ ଏ ନେଇ ମୁହଁ ଖୋଲୁନାହାନ୍ତି। ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି, ଯେଉଁ ରାଜ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ସ୍କୁଲ ନିର୍ମାଣ କରାଯାଉଛି, ସେଠି କିନ୍ତୁ ପ୍ରାଥମିକ ସ୍କୁଲ କୋଠା ନିର୍ମାଣ କରାଯାଇପାରୁ ନାହିଁ। ପିଲାମାନେ ଦୟନୀୟ ଅବସ୍ଥାରେ ପଲିଥିନ୍‌ ତଳେ ପାଠ ପଢ଼ୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe