Advertisment

ଧାନ କଳାକୁ ଚାଉଳ ଧଳା: କଳାଜିରା ଧାନକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଉଦ୍ୟମ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଧାନ କଳା କିନ୍ତୁ ଚାଉଳ ଧଳା । ଦେଖିବାକୁ ସତସତିକା ଜିରା ଭଳି । ସେଥିପାଇଁ ନାଁ ତା’ର  କଳାଜିରା ।  କୋରାପୁଟିଆ କଳାଜିରା ଧାନକୁ ମିଳିବ ସ୍ୱତନ୍ତ୍ର ମାନ୍ୟତା । କଳାଜିରା ଧାନର ମହକରେ ମହକିତ ପଲ୍ଲୀରୁ ଦିଲ୍ଲୀ।  ଦିନକୁ ଦିନ ଲୋପ ପାଇ ଯାଉଥିବା ଏହି ବିରଳ ଧାନ କଳାଜିରାକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ରାଜଧାନୀ ଦିଲ୍ଲୀ ବଜାରରେ ଏବେ କୋରାପୁଟ ଜିଲ୍ଲାର […]

ଧାନ କଳାକୁ ଚାଉଳ ଧଳା: କଳାଜିରା ଧାନକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଉଦ୍ୟମ

kalajira grains

Advertisment

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଧାନ କଳା କିନ୍ତୁ ଚାଉଳ ଧଳା । ଦେଖିବାକୁ ସତସତିକା ଜିରା ଭଳି । ସେଥିପାଇଁ ନାଁ ତା’ର  କଳାଜିରା ।  କୋରାପୁଟିଆ କଳାଜିରା ଧାନକୁ ମିଳିବ ସ୍ୱତନ୍ତ୍ର ମାନ୍ୟତା । କଳାଜିରା ଧାନର ମହକରେ ମହକିତ ପଲ୍ଲୀରୁ ଦିଲ୍ଲୀ।  ଦିନକୁ ଦିନ ଲୋପ ପାଇ ଯାଉଥିବା ଏହି ବିରଳ ଧାନ କଳାଜିରାକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ରାଜଧାନୀ ଦିଲ୍ଲୀ ବଜାରରେ ଏବେ କୋରାପୁଟ ଜିଲ୍ଲାର ଏହି ସ୍ୱତନ୍ତ୍ର ଓ ବିରଳ କଳାଜିରା ଧାନ ସ୍ଥାନ ପାଇଛି ।

Advertisment

କୋରାପୁଟ ବ୍ଲକ ମାଛରା ଗାଁର ଶତାଧିକ ଆଦିବାସୀ ମହିଳା ଚାଷ କରୁଛନ୍ତି ବିରଳ ଧାନ କଳାଜିରା । ଏଠାରୁ ଉତ୍ପାଦନ ହେଉଥିବା କଳାଜିରା ଧାନକୁ ଓରମାସ ଏବଂ ଜିଲ୍ଲା ପ୍ରଶାସନ ସହାୟତାରେ ଦିଲ୍ଲୀକୁ ପଠାଉଛନ୍ତି ଚାଷୀ  । ଏହି ଚାଉଳକୁ ପ୍ୟାକେଟିଂ କରାଯାଇ ବିକ୍ରି ମଧ୍ୟ କରାଯାଉଛି। ଏହି ଧାନରୁ ପ୍ରସ୍ତୁତ ଚାଉଳର ଏକ ସ୍ୱତନ୍ତ୍ର ସ୍ୱାଦ ସହ ବାସ୍ନା ବି ରହିଛି ।

[caption id="attachment_686344" align="aligncenter" width="650"]kalajira grains କଳାଜିରା ଧାନ ।[/caption]

Advertisment

ଏହା ମୁଖ୍ୟତଃ କୋରାପୁଟରେ ଉତ୍ପାଦନ ହେଉଥିବା ବେଳେ ପଦ୍ମଶ୍ରୀ କମଳା ପୂଜାରୀ, ସ୍ୱାମୀନାଥନ ଗବେଷଣା କେନ୍ଦ୍ର ଯୋଗୁଁ ତିଷ୍ଠି ରହିଥିବା କୁହାଯାଉଛି । ୬ ବର୍ଷ ତଳେ ଏହି ଧାନ ବିଲୁପ୍ତ ହେବାକୁ ବସିଥିବା ବେଳେ ଏହାକୁ ସାଇତି ରଖିଥିଲେ ପଦ୍ମଶ୍ରୀ କମଳା ପୂଜାରୀ ଓ ତାଙ୍କ ପରିବାର । ତାଙ୍କଠାରୁ କୋରାପୁଟ ସହ ଅନ୍ୟ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଇଥିଲା ଏହି ଧାନ ।  ଏହାକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଏନଜିଓ ଏବଂ ନାବାର୍ଡ ସହ ଅନୁବନ୍ଧିତ କାର୍ଯ୍ୟ ଶେଷ ହୋଇଛି।

ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଷୀ କଳାଜିରା ଚାଷ କରଛନ୍ତି। ଏହାର ଜିଆଇ ଟ୍ୟାଗ ପାଇଁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି ଓରମାସର କାର୍ଯ୍ୟନିର୍ବାହୀ ଅଧିକାରୀ ରୋଷନ କାର୍ତ୍ତିକ। କଳାଜିରା ଧାନକୁ ପ୍ୟାକେଜିଂ କରି ବିକ୍ରି ପାଇଁ ଚେଷ୍ଟା ଚାଳିଛି। ଇନଷ୍ଟାଗ୍ରାମ, ଫେସବୁକରେ ବି ଏହାର ମାର୍କେଟିଂ କରାଯାଉଥିବା କହିଛନ୍ତି  ଗବେଷକ ସମ୍ରିଦ୍ଧି।

[caption id="attachment_686346" align="aligncenter" width="650"]kalajira rice ଆଦିବାସୀ ମହିଳାମାନେ କଳଜୀରା ଧାନକୁ ପ୍ୟାକେଜିଂ କରୁଛନ୍ତି।[/caption]

କେବଳ କୋରାପୁଟରେ ନୁହେଁ, ଜୟପୁର, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା ସମେତ ୧୪ଟି ବ୍ଲକରେ ଏହି ଧାନ ଚାଷ ହେଉଛି । ଯଦି କୋରାପୁଟକୁ ଏହି ଧାନ ପାଇଁ ଜିଆଇ ଟ୍ୟାଗ ମିଳେ ତେବେ ଆଦିବାସୀ ଚାଷୀଙ୍କର ଉନ୍ନତି ହୋଇପାରିବ ବୋଲି କୁହାଯାଇଛି। କୋରାପୁଟର କଳାଜୀରାକୁ କିପରି ଜିଆଇ ମାନ୍ୟତା ମିଳିବ ସେନେଇ ପ୍ରସ୍ତୁତି ଶେଷ ହୋଇଛି। ନାବାର୍ଡ ଭୁବନେଶ୍ୱର ଶାଖା ପକ୍ଷରୁ ସବୁ ଖର୍ଚ୍ଚ ବହନ କରାଯାଉଥିବା ବେଳେ ଖୁବଶୀଘ୍ର ଏନେଇ ପଦକ୍ଷେପ ଗ୍ରହଣ କରାଯିବା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ବୋଲି ସୂଚନା ମିଳିଛି  ।

ଏନେଇ ଗବେଷକ ସୁରଜିତ କୁମାରୀ ତୁରୁକ କହିଛନ୍ତି, କୋରାପୁଟରେ ବିଭିନ୍ନ ପାରମ୍ପରିକ ଧାନ ଚାଷ ହୋଇଥାଏ। ଏହାର ପାରମ୍ପରିକ ମୂଲ୍ୟ ବହୁତ ରହିଛି। ଏହାକୁ  ବିଭିନ୍ନ ପୂଜାପର୍ବରେ ବ୍ୟବହାର କରାଯାଇଥାଏ। ଏହାର ଆର୍ଥିକ ମୂଲ୍ୟ ବି  ବହୁତ ଅଛି।

କଳାଜିରା ଧାନ ବିଲୁପ୍ତ ହେବା ପୂର୍ବରୁ ଚାଷୀଙ୍କୁ ଉତ୍ସାହିତ ସହ ବଜାରୀକରଣ ବ୍ୟବସ୍ଥା କରାଯାଇପାରିଲେ ଅନେକ ବିରଳ କିସମର ଧାନ ବିଲୁପ୍ତ ନ ହୋଇ ଓଡ଼ିଶା ପାଇଁ ଏକ  ସ୍ୱତନ୍ତ୍ର ପରିଚୟ ବଜାୟ ରଖିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe