srimandir
ପୁରୀ: ସୋମବାରରୁ ୭ଦିନ ଧରି ଚାଲିବ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା। ଏହି ଦିନ ରାଧାକୃଷ୍ଣଙ୍କ ଅପୂର୍ବ ମିଳନ ହେବ। ଚନ୍ଦ୍ରାବଳିରାସର ଅନ୍ୟନାମ ହେଉଛି ଝୁଲଣ ଯାତ୍ରା। ଶ୍ରୀମନ୍ଦିରର ଝୁଲଣ ମଣ୍ଡପର ଝୁଲଣ କୁଞ୍ଜରେ ଝୁଲିବେ ମଦନ ମୋହନ, ଲକ୍ଷ୍ମୀ, ସରସ୍ୱତୀ ଏବଂ ଶ୍ରୀକ୍ଷେତ୍ରର ମଠମନ୍ଦିରରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତୀ । ମହାପ୍ରଭୁଙ୍କର ୩୨ ଗୋଟି ଉପଯାତ୍ରା ମଧ୍ୟରୁ ଝୁଲଣ ଯାତ୍ରା ଅନ୍ୟତମ। ଶ୍ରୀମନ୍ଦିରରେ ସନ୍ଧ୍ୟା ଆରତୀ ପରେ ମହାଜନ ପୁଷ୍ପାଳକ ମାନେ ମଦନ ମୋହନ, ଭୂଦେବୀ, ଶ୍ରୀଦେବୀଙ୍କୁ ଝୁଲଣ କୁଞ୍ଜରେ ବିଜେ କରାଇଥାନ୍ତି। ଭାଦ୍ରବ କୃଷ୍ଣପ୍ରତିପଦା ତିଥି ପର୍ଯ୍ୟନ୍ତ ୭ଦିନ ବ୍ୟାପୀ ଝୁଲଣ ଯାତ୍ରା ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ସହିତ ଅଙ୍ଗାଅଙ୍ଗୀ ଭାବେ ଜଡିତ ବିଭିନ୍ନ ମଠ ଯଥା ଗିରିସ୍ୱାମୀ ମଠ, ବଡଓଡିଆ ମଠ, ଜଗନ୍ନାଥ ବଲ୍ଲଭ ମଠ, ରେବେସା ମଠ, ତ୍ରିମାଳୀ ମଠ, ରାଧାଶ୍ୟାମ ମଠ ଆଦି ଅନେକ ପ୍ରଚୀନ ମଠ ମାନଙ୍କରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/06/vlcsnap-2015-06-15-07h16m09s043.png)